ଓଡିଶାରେ ସଂକ୍ରାମିତ ସଂଖ୍ୟା ୨,୪୬,୮୩୯,ମୃତ ସଂଖ୍ୟା ୯୯୧ ।

0 1,123

ଭୁବନେଶ୍ଵର,ତା-୦୯/୧୦(ପିପିଟି); ଖୋର୍ଦ୍ଧା ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ୪୨,୭୬୨ ମଧ୍ୟରୁ ୩୭,୨୭୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୬୩ ଜଣଙ୍କ ମୃତ୍ୟୁ ଏବଂ ଅନ୍ଯ ମୃତ ୧୦ ହୋଇଛି । ଦ୍ୱିତୀୟ ସ୍ଥାନରେ କଟକ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ୨୨,୭୬୬ ମଧ୍ୟରୁ ୨୦,୧୬୯ ଜଣ ସୁସ୍ଥ ,୮୨ ଜଣଙ୍କ ମୃତ୍ୟୁ । ନୂତନ ଆକ୍ରାନ୍ତ ୨,୬୯୭ ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୪୬,୮୩୯ ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୩୬,୬୪,୬୭୮ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ  କରୋନା ପଜିଟିଭ ୨,୪୬,୮୩୯ ଚିହ୍ନଟ ହୋଇଛନ୍ତି ୨,୧୬,୯୮୪ ଜଣ ସୁସ୍ଥ ହୋଇଥିବା ବେଳେ ୨୮,୮୧୧ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୯୯୧ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ନୂତନ ଆକ୍ରାନ୍ତ ୨,୬୯୭ ଜଣଙ୍କ ମଧ୍ୟରୁ ୧,୫୭୬ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୧,୧୨୨ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।

Leave A Reply

Your email address will not be published.