ମନରେଗା ଶ୍ରମିକଙ୍କୁ ଉପଯୁକ୍ତ ମଜୁରୀ ଓ ମାନ୍ଯତା ଦାବିରେ କ୍ରାନ୍ତିକାରୀ କୃଷକ ସଭାର ପଦଯାତ୍ରା ଓ ପ୍ରତିବାଦ ।

0 618

ହିଞ୍ଜିଳିକାଟୁ, ତା୦୮/୧୦(ପିପିଟି ); ମୂଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ନରେଗା ଶ୍ରମିକ ମାନେ ନିର୍ଦ୍ଧାରିତ ଦୈନିକ ସର୍ବନିମ୍ନ ମଜୁରା ୨୦୭ ଟଙ୍କାକୁ ସୁନିଶ୍ଚିତ ପ୍ରଦାନ କରିବା, ବର୍ଷକୁ ୨୦୦ ଦିନର କାମ ଏବଂ ବଞ୍ଚିବା ଯୋଗ୍ୟ ଦୈନିକ ମଜୁରୀ ସର୍ବନିମ୍ନ ୮୫୫ ଟଙ୍କାକୁ ବୃଦ୍ଧି କରିବା, କୃଷି କ୍ଷେତ୍ର ସହ ଯୋଡ଼ି ମଜୁରୀ ଭରଣା କରିବା, ସମସ୍ତ ନରେଗା ଶ୍ରମିକଙ୍କୁ ନିର୍ମାଣ ଶ୍ରମିକ ପରିଚୟ ପତ୍ର ଓ ସହାୟତା, ସମସ୍ତ ପରିବାରକୁ ରାସନ କାର୍ଡ ଓ ଆବସ, ରୋଜଗାର ସହାୟତା, କୃଷି ଭିତ୍ତିକ ଶିଦ୍ଧ ପ୍ରତିଷ୍ଠା ଓ ବ୍ୟାପକ ନିଯୁକ୍ତି, ନରେଗାରେ ମେସିନ ବ୍ୟବହାରକୁ ସଂପୂର୍ଣ ନିଷିଦ୍ଧ କରିବା ଏବଂ ସମସ୍ତ କୃଷକ ବିରୋଧ, ଶ୍ରମିକ ବିରୋଧ ଓ ଜନ ବିରୋଧ ଆଇନକୁ ରଦ୍ଧ କରିବା ଆଦି ଦାବୀରେ କ୍ରାନ୍ତିକାରୀ କୃଷକ ସଭା, ଗଞ୍ଜାମ ଜିଲ୍ଲା କମିଟି ନେତୃତ୍ୱରେ ନରେଗା ଶ୍ରମିକମାନେ ୦୮ ଅକ୍ଟୋବର ୨୦୨୦ ଗାଁ ରୁ ହିଞ୍ଜିଳିକାଟୁ ପଦଯାତ୍ରା ଆହ୍ବାନରେ ବଡଖଣ୍ଡି ଗ୍ରାମ ପଞ୍ଚାୟତର ଗୋପିନାଥପୁର ଗାଁ ରୁ ହିଞ୍ଜିଳିକାଟୁ ପର୍ଯ୍ୟନ୍ତ ଏହି ପଦଯାତ୍ରା ଯିବା ସମୟରେ ବିଭିନ୍ନ ଗାଁରୁ ବହୁ ସଂଖ୍ୟାରେ ନରେଗା ଶ୍ରମିକ ଆସି ପଦଯାତ୍ରାରେ ସାମିଲ ହୋଇଥିଲେ ଏବଂ ପଦଯାତ୍ରା ହିଞ୍ଜିଳିକାଟୁ ଟାଉନ ପରିକ୍ରମା କରି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ସଭା ସ୍ଥଳରୁ ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୦ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି । ନରେଗା କ୍ଷେତ୍ରରେ ନିଯୁକ୍ତ ଶ୍ରମିକମାନେ ନିର୍ଦ୍ଧାରିତ ଦୈନିକ ମଜୁରୀ ୨୦୭ ଟଙ୍କା ଠାରୁ ବହୁ କମ୍ ପାଉଥିବା ଯୋଗୁଁ ପ୍ରବଳ ଶ୍ରମିକଙ୍କ ମନରେ ଅଶାନ୍ତି ଦେଖା ଦେଇଥିଲା । ୧୨୦ ରୁ ୧୫୦ ଦୈନିକ ମଜୂରୀ ପାଇଲେ ପରିବାର କିପରି ପ୍ରତିପୋଷଣ ହେବ ବୋଲି ଶ୍ରମିକମାନେ ପ୍ରଶ୍ନ କରିଥିଲେ । କରୋନା ସମୟରେ ବହୁ ସମସ୍ୟା ଭିତରେ ସଂଘର୍ଷ କରି ଆସୁଥିବା ସମୟରେ ୦୧ ଅପ୍ରେଲ ଠାରୁ ୨୦୭ ଟଙ୍କା ଦୈନିକ ମଜୁରୀ ହୋଇଥିବା ବିଜ୍ଞପ୍ତି ପ୍ରକାଶ ହୋଇଥିଲା କିନ୍ତୁ ଶ୍ରମିକ ମାନଙ୍କୁ ୧୩୮ ରୁ ୧୪୦ ଟଙ୍କା ହିଁ ପ୍ରଦାନ କରାଯାଉଥିଲା। ୧୯ ଜୁନ ୨୦୨୦ରେ ଗୋଷ୍ଠି ଉନ୍ନୟନ ଅଧିକାରୀ ହିଞ୍ଜିଳିକାଟୁଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ମାତ୍ର ୧୦ ଟଙ୍କା ବୃଦ୍ଧି କଲେ ଏବଂ ୪ ରୁ ୫ ମାସ ଧରି ପାଇ ନଥିବା କିଛି ଶ୍ରମିକଙ୍କ ମଜୁରୀ ଜମାଖାତାକୁ ଛାଡିବା ବ୍ୟବସ୍ଥା କଲେ । କିନ୍ତୁ ସର୍ବନିମ୍ନ ମଜୁରୀ ୨୦୭ ଟଙ୍କା ପ୍ରଦାନ କରାଗଲା ନାହିଁ । ଶ୍ରମିକଙ୍କ ସମସ୍ୟା ସ୍ଥାୟୀ ସମାଧାନ ପାଇଁ ମୂଖ୍ୟମନ୍ତ୍ରୀ ଙ୍କ ନିକଟକୁ ଏହି ସ୍ମାରକପତ୍ର ପ୍ରଦାନ କରାଗଲା । ସର୍ବନିମ୍ନ ମଜୁରୀ ଆଇନ ୧୯୪୮ ଅନୁଯାୟୀ କମ୍ ମଜୁରୀ ପ୍ରଦାନ କରିବା ଅପରାଧ ଏବଂ ଏହି ଆଇନର ଧାରା ୧୨ ଏବଂ ୨୨ କୁ ଦେଖିଲେ ଏଥିରେ ସ୍ଵଷ୍ଟଭାବେ ଉଲ୍ଲେଖ ଅଛି ୬ ମାସ ଜେଲ ଏବଂ ୫୦୦ ଟଙ୍କା ଜରିମନା ଦେବାକୁ ହେବ କିନ୍ତୁ ମୂଖ୍ୟମନ୍ତ୍ରୀ ଆଇନ ପ୍ରଣେତା ଓ ରାଜ୍ୟ ମୂଖ୍ୟ ହୋଇ ଯଦି ନିଜ ନିର୍ବାଚନ ମଣ୍ଡଳୀରେ ଯଦି ଖିଳାପ କରିବେ, ବିଡିଓ ଓ ଜିଲ୍ଲାପାଳ ଶ୍ରମିକମାନଙ୍କୁ ଭୁଆଁ ବୁଲାଇବେ ତେବେ ଶ୍ରମିକ ନ୍ୟାୟ ପାଇବେ କିପରି ? ଏହି ଅନ୍ୟାୟ ବିରୁଦ୍ଧରେ ମୂଖ୍ୟମନ୍ତ୍ରୀଙ୍କ ନାହିଁ ନିର୍ବାଚନ ମଣ୍ଡଳୀର ଶ୍ରମିକମାନେ ପ୍ରତିବାଦ ଆରମ୍ଭ କରିଛନ୍ତି ଏହା ସମାଧାନ ନହେଲେ ରାଜ୍ୟବ୍ୟାପି ଆନ୍ଦୋଳନ କୁ ତୀବ୍ରତର କରାଯିବ ବୋଲି ଟିୟୁସିଆଇ ର ରାଜ୍ୟ ସଭାପତି ଶିବରାମ ଘୋଷଣା କରିଛନ୍ତି । ନିଶ୍ଚିତ କର୍ମ ନିଯୁକ୍ତି ବଦଳରେ ମୁଖ୍ୟମନ୍ତ୍ରୀଙ୍କ ନିଶ୍ଚିତ ହରିଲୁଟ ବ୍ୟବସ୍ଥା ବିରୁଦ୍ଧରେ ଭୂମିହୀନ, ଭାଗଚାଷୀ, କୃଷିଶ୍ରମିକ ଏକ ହୋଇ ସଂଘର୍ଷକୁ ବ୍ୟାପକ କରାଯିବ ବୋଲି ପ୍ରତିବାଦ ସଭାରେ କ୍ରାନ୍ତିକାରୀ କୃଷକ ସଭାର ରାଜ୍ୟ ସମ୍ପାଦକ ଶଙ୍କର ସାହୁ ବକ୍ତବ୍ୟ ରଖିଥିଲେ । ଏହି ଆନ୍ଦୋଳନର ନେତ୍ରୀ ତଥା ଜିଲ୍ଲା କମିଟି ସଦସ୍ୟା ପି.ପାର୍ବତୀ ନିଜ ହକ ହାସଲ କରବାକୁ ହେଲେ ଐକ୍ୟବଦ୍ଧ ସଂଘର୍ଷ କରି ବିଜୟ ହାସଲ ପାଇଁ ଅଗ୍ରସର ହେବାକୁ ହେବ ବୋଲି ଆହ୍ବାନ ଦେଇଥିଲେ । ଅବନୀ ଗୟା, ଆବାହକ ମାନବ ଅଧିକାର ସୁରକ୍ଷା ମଞ୍ଚ, ମଧୁସୂଦନ, ଆବାହକ ଜନ ଜାଗରଣ ଅଭିଯାନ, ରାମଚନ୍ଦ୍ର ବାଡତ୍ୟା ଓଡିଶା ନିର୍ମାଣ ଶ୍ରମିକ ୟୁନିଅନ ଜିଲ୍ଲା ସମ୍ପାଦକ ଓ କୋଷାଧ୍ୟକ୍ଷ ଗୌତମ ନାହକ, ନାରାୟଣ ବରଡ, ପି.ଯୋଗନ୍ଦ୍ର, ଲକ୍ଷ୍ମୀ ନାୟକ, ସାବିତ୍ରୀ ବେହେରା, ଏନ.କୃଷ୍ଣ ମୃର୍ତି,ବୁଲି ବେହେରା, ସଂଯୁକ୍ତା ନାୟକ, ସୁବାସ ନାୟକ, ମଙ୍ଗୁଳୁ ବେହେରା, ନିବାସିନୀ ଡାକୁଆ, କୁନ୍ତଳା ଗୌଡ ଆଦି ଶତାଧିକ ନରେଗା ଶ୍ରମିକ ପଦଯାତ୍ରାରେ ସାମିଲ ହୋଇଥିଲେ । (ରିପୋର୍ଟ – ପ୍ରଭୂଦତ୍ତ ପାତ୍ର/ଫଟୋ – ସାନ୍ତୁନୁ କୁମାର ବେହେରା ।)

Leave A Reply

Your email address will not be published.