ଦୁଇ ଜୁଆ ଆଡ୍ଡା ଉପରେ ପୁଲିସର ଚଢ଼ାଉ ; ନଗଦ ୨୧,୮୦୦ ଟଙ୍କା, ତିନୋଟି ମୋବାଇଲ୍ ସହ ନଅ ଜୁଆଡି ଗିରଫ ।

0 348

ବେଲଗୁଣ୍ଠା,୦୭/୧୦(ପିପିଟି); ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ସମୟରେ ଲକ୍ ଡ଼ାଉନ୍ ର ସୁଯୋଗ ନେଇ ଗାଆଁ ଗାଆଁରେ ଜୁଆ ଖେଳ ବେଶ୍ ଜମୁଥିଲା । କେତେ ଜୁଆଡି ମଧ୍ୟ ପୋଲିସ୍ ହାବୁଡରେ ପଡ଼ି ଗିରଫ ହୋଇଥିଲେ । ବର୍ତ୍ତମାନ ଜିଲ୍ଲାରେ କରୋନା ସଂକ୍ରମଣ ହାର କମି ଲକ୍ ଡାଉନ୍ ହଟିଥିଲେ ମଧ୍ୟ କିଛି ଗାଁରେ ଲୋକ ମାନେ କାମ ଧନ୍ଦାକୁ ନ ଯାଇ ଗ୍ରାମର ବିଭିନ୍ନ ସ୍ଥାନରେ ଜୁଆ ଖେଳରେ ମାତି ଯାଉଛନ୍ତି । ଯାହା ପୁଲିସର ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଗତ କାଲି ସନ୍ଧ୍ୟାରେ ସମୟରେ ଗାଙ୍ଗପୁର ପୁଲିସ ପେଟ୍ରୋଲିଂ କରୁଥିବା ବେଳେ ଏହି ଥାନା ଅନ୍ତର୍ଗତ କଳାସୁତା ଏବଂ ନେଟେଙ୍ଗା ଗ୍ରାମରେ ଚାଲି ଥିବା ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ଉଭୟ ଗ୍ରାମରୁ ନଅ ଜଣ ଜୁଆଡିଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ନଗଦ ୨୧,୮୦୦ ଟଙ୍କା ଏବଂ ତିନୋଟି ମୋବାଇଲ୍ ହ୍ୟାଣ୍ଡସେଟ୍ ଜବତ କରିଛି । ଆଗକୁ କୁମାର ପୂର୍ଣ୍ଣିମା ଆସୁଥିବାରୁ ଆଗାମୀ ଦିନରେ ଜୁଆ ଖେଳର ମାତ୍ରା ବଢ଼ି ପାରେ ବୋଲି ଆଶଙ୍କା କରାଯାଉଛି । ଏନେଇ ଗାଙ୍ଗପୁର ଥାନା ଅଧିକାରୀ ଧୀରେସ୍ କୁମାର ଦାସଙ୍କ ସହ ଯୋଗଯୋଗ କରିବାରୁ ଆସନ୍ତା ଦିନରେ ପେଟ୍ରୋଲିଂ କଡ଼ାକଡି କରାଯିବା ସହ ଜୁଆଡିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି । (ରିପୋର୍ଟ – ଶିବରାମ ଚୌଧୁରୀ ।)

Leave A Reply

Your email address will not be published.