ଉଲୁଣ୍ଡା,ତା-୦୭/୧୦(ପିପିଟି); ସୁବର୍ଣ୍ଣପୁର ଜିଲ୍ଲା ଡୁମାଲ କାର୍ଯ୍ୟକାରୀ କମିଟିର ଏକ କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା ସଭାପତି ଭୂଷଣ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ବିରମହାରାଜପୁର ମୈତ୍ରୀ ସଦନ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ରାଜ୍ୟ ଡୁମାଲ ସମାଜର ସଭାପତି ଶ୍ରୀଯୁକ୍ତ ସୁଧୀର କର୍ଣ୍ଣ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସୁସ୍ଥ ସମାଜ ଗଠନରେ ଯୁବ ସମାଜର ଭୂମିକା ଉପରେ ଆଲୋକପାତ କରିଥିବାବେଳେ ସମାଜସେବୀ ମୀନକେତନ ମହାକୁର ଏବଂ ଉତ୍ତର କୁମାର ପାତ୍ର ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଜାତି ସମାଜର ବିଭିନ୍ନ ସମସ୍ୟା ଉପରେ ବକ୍ତବ୍ୟ ରଖିଥିଲେ । ଜିଲ୍ଲା ସମ୍ପାଦକ ବିଜୟ ମହାକୁର ବିବରଣୀ ପାଠ କରିଥିଲେ । ବୈଠକରେ ଏହି କରୋନା କାଳରେ ମାଁ ମହେଶ୍ୱରୀ ଙ୍କର ମହାଷ୍ଟମୀ ପୂଜା ଓ ମହାଖଳା ପୂଜା କୋଭିଡ ନିୟମ ଅନୁଯାୟୀ ସାମାଜିକ ଦୂରତା ରକ୍ଷାକରି ସୀମିତ ସଂଖ୍ୟକ ସେବାୟତ ଓ ଭକ୍ତଙ୍କ ମଧ୍ୟରେ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା । ଏଥି ସହିତ ଗରିବ ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ଆର୍ଥିକ ସହାୟତା, ବୃକ୍ଷରୋପଣ,ଗୋସେବା ଆଦି ଅନେକ କର୍ଯ୍ୟକ୍ରମ ପାଇଁ ନିଷ୍ପତି ନିଆଯାଇଥିଲା । ବୈଠକ ପ୍ରାରମ୍ଭରେ ମାହେଶ୍ୱରୀ ବନ୍ଦନା ଗାନ ପରେ କରୋନାରେ ପ୍ରାଣ ହରାଇଥିବା କରୋନା ଯୋଦ୍ଧାଙ୍କ ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ।ଅନ୍ୟମାନଙ୍କ ମଧ୍ୟରେ ୨୩ଟି କେନ୍ଦ୍ରର ସଭାପତି ମାନେ ଯୋଗଦେଇଥିବା ବେଳେ କିଶୋର କର୍ମୀ,ଲକ୍ଷ୍ମଣ ବସ୍ତିଆ, ସନାତନ କର୍ମୀ,ମାଗୁଣି ଗାଇଗରିଆ,ବଲ୍ଲଭ ଖେତି,ଘସିରାମ କର୍ଣ୍ଣ,ଦୟାସାଗର ମେଂଡ଼ିଲି,ଅଶ୍ୱିନୀ ମହାକୁର,ଦୀନବନ୍ଧୁ ବଘାର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ସଂଜୀବ ଦେହୁରୀ ଧନ୍ୟବାଦ ଅର୍ପଣ କରିଥିଲେ । (ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ ।)