ପୋଲସରା,୦୭/୧୦:- (ପିପିଟି) ଗଞ୍ଜାମ ଜିଲ୍ଲାରେ ପ୍ରଥମ କରି ପୋଲସରା ବ୍ଳକ କରୋନା ସଂକ୍ରମିତ ମୁକ୍ତ ବ୍ଳକ ଭାବେ ଜିଲ୍ଲା ପ୍ରଶାସନ ତରଫରୁ ଘୋଷଣା କରାଯାଇଛି । ଏହି ବ୍ଲକରେ ୧୮ ହଜାର ୧୦୮ ଜଣଙ୍କ କରୋନା ପରୀକ୍ଷା କରାଯାଇଥିବା ବେଳେ ୫୮୦ ବ୍ଯକ୍ତି ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।ସେଥିମଧ୍ୟରୁ ୫୭୩ ଜଣ ସୁସ୍ଥ ହୋଇଥିବା ବେଳେ ୭ ଜଣଙ୍କ ମୃତ୍ୟୁ ହୋଇଛି । ପୋଲସରା ବ୍ଲକର ଜନସାଧାରଣ ସଚେତନ ଓ ସତର୍କ ହେବା ସହିତ ପ୍ରଶାସନିକ ତତ୍ପରତା ଏବଂ ଜନପ୍ରତିନିଧିଙ୍କ ଚେଷ୍ଟା ଯୋଗୁଁ ଏହି ସଫଳତା ମିଳିଥିବା ଛତ୍ରପୁର ଉପ ଜିଲ୍ଲାପାଳ କହିଛନ୍ତି । (ରିପୋର୍ଟ – ସନ୍ତୋଷ କୁମାର ପଣ୍ଡା ।)