ଦିଗପହଣ୍ଡି,୦୩/୧୦(ପିପିଟି); ଅକ୍ଟୋବର ୨ ଗାନ୍ଧି ଜୟନ୍ତୀ ଅବସରରେ ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଭୀଷ୍ମଗିରି ପଞ୍ଚାୟତ ଅଫିସ୍ ରେ ଗ୍ରାମବାସୀଙ୍କୁ ନେଇ ଏକ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି । ଗ୍ରାମର ଯୁବକ ଭାଇ ମାନେ ଉକ୍ତ ସଭାରେ ଉପସ୍ଥିତ ରହି ଗ୍ରାମର ଉନ୍ନତି ଉନ୍ନତି ମୂଳକ କାର୍ଯ୍ୟ ଉପରେ ଆଲଚନା କରି ଗ୍ରାମକୁ ଆଉ ପାଦେ ଆଗେଇ ନେବା ପାଇଁ ଉକ୍ତ ସଭାରେ ସେମାନଙ୍କ ବାର୍ତ୍ତା ଉପସ୍ଥାପନା କରିଥିଲେ । ଏହି ସଭାରେ ପଞ୍ଚାୟତ ଅଧିକାରି ପ୍ରହଲ୍ଲାଦ ସାହୁ ,ଜି.ଆର.ଏସ. ଲକ୍ଷ୍ମୀ ମିଶ୍ର, ସରପଞ୍ଚ ପିତାମ୍ବର ଗୌଡ଼, ନାଏବ ସରପଞ୍ଚ ପ୍ରତିନିଧି କୃଷ୍ଣଚନ୍ଦ୍ର ବେହେରା (ବୁଲୁ), ୱ୍ୟାଡ ସଭ୍ୟ ଶଙ୍କର ମହାରଣା, ଭଗବାନ ସାହୁ, ସୁକୁଟା,ମିଟୁ ସେଠୀ,ସୁଶାନ୍ତ ସେଠୀ,ରାଜି ମାହାନ୍ତି,ହରି ସାହୁ, ବାବୁଲା ସେଠୀ,ଶିବ ରାମ ବେହେରା, ବଳିଆ ପାତ୍ର, ଭି.ହରିହର ପାତ୍ର,ଭି.ବଳରାମ ପାତ୍ର, ସାଗର ପାତ୍ର , ସହଦେବ ସେଠୀ, ଉଦୟ ସେଠୀ, ଶଙ୍କର ସନ ସାହୁ, ସାହେବ ସାହୁ, କୃଷ୍ଣ ସେଠୀ, ରାଜେନ୍ଦ୍ର ଡାକୁଆ, ରାଜେନ୍ଦ୍ର ପଣ୍ଡା, ଉପେନ୍ଦ୍ର ସେଠୀ, ଭିକାରୀ ସେଠୀ, ଟୁକୁନା ସେଠୀ ନୀଳା ପାତ୍ର, ଟୁନା ନାୟକ, ଶିବ ନାୟକ, ଦୁର୍ଯ୍ୟ ନାୟକ, ଭାସ୍କର ସେଠୀ, ରଞ୍ଜନ ସେଠୀ, ସିମଞ୍ଚଳ ଦୀକ୍ଷିତ ପ୍ରମୁଖ ଉପସ୍ଥିତ ରହି ଆଗକୁ କିପରି ନୂତନ କାର୍ଯ୍ୟ ଗୁଡିକ ଅତି ଶୀଘ୍ର ସମ୍ପୁର୍ଣ୍ଣ କରାଯିବ ସେଥିପ୍ରତି ଧ୍ୟାନ ଦିଆଯାଇଥିଲା । କାର୍ଯ୍ୟ ଗୁଡିକ ହେଲା ଚାଷୀ ଭାଇ ମାନଙ୍କ ପାଇଁ କେନାଲର ଗାର୍ଡ ୱ୍ୟାଲ ପାଇଁ ବଡ଼ ବନ୍ଧ ଠାରୁ ମାଟିଆ ନାଳ,ଲୁଣ୍ଡା ବିଲ ଠାରୁ କଇଁଆ ଖଳା ପର୍ଯ୍ୟନ୍ତ ୱାଲ ନିର୍ମାଣ । ଡ୍ରେନ ନିର୍ମାଣ ପାଇଁ ବଳରାମ ନଗର ନାୟକ ସାହି ଡ୍ରେନ, ପ୍ରେମ ନଗର ସାହି ଡ୍ରେନ,କଲେଜ୍ ଛକ ଠାରୁ ହାଇସ୍କୁଲ ଡ୍ରେନ ପର୍ଯ୍ୟନ୍ତ । ରାସ୍ତା ନିର୍ମାଣ କାର୍ଯ୍ୟ ପାଇଁ , ବଡ଼ ବନ୍ଧ ଠାରୁ ଆଙ୍କୁଲୀ ଧାଡିଆ, ନାଳ ବନ୍ଧ ଠାରୁ ନୂଆଁ ବନ୍ଧ,ପଲେଇ ଘର ଖଳା ଠାରୁ ନାଳ ବନ୍ଧ ପର୍ଯ୍ୟନ୍ତ । କଲ୍ ଭର୍ଟ ନିର୍ମାଣ ପାଇଁ ବଡ଼ ବନ୍ଧ ଠାରୁ ଟୁରିଆ ବନ୍ଧକୁ ଯିବା ପାଇଁ କଲ୍ ଭର୍ଟ ,ବଡ଼ ବନ୍ଧ ଠାରୁ ଆଙ୍କୁଲି ଧଡିଆ ଯିବା ପାଇଁ କଲ୍ ଭର୍ଟ । ଶ୍ମସାନ ଗୃହ ନିର୍ମାଣ କାର୍ଯ୍ୟ ପାଇଁ ନାୟକ ସାହି ଲୋକଙ୍କ ପାଇଁ ଖାରିଆ ନଦୀ ପାଖରେ ଏକ ଶ୍ମସାନ ଗୃହ ନିର୍ମାଣ, ଏବଂ ଆଙ୍କୁଲି ଧାଡ଼ିଆ ରେ ଶ୍ମସାନ ଗୃହ ନିର୍ମାଣ । କେତେକ ଲୋକଙ୍କ ପାଇଁ ଗାଈ ଗୁହାଳ । ଏହି ସବୁ ବିଷୟ ଉପରେ ଆଲଚନା କରି ସଭା କାର୍ଯ୍ୟ ସମ୍ପର୍ଣ୍ଣ ହୋଇଥିଲା । (ରିପୋର୍ଟ – ଆରତ କୁମାର ହୋତା ।)