ସିପିଆଇ ତରଫରୁ ବିଦ୍ୟୁତ ଶୁଳ୍କ ବୃଦ୍ଧି ପ୍ରତ୍ୟାହାର ଦାବିରେ ବିକ୍ଷୋଭ ପ୍ରଦର୍ଶନ ।

0 550

ବୋଲଗଡ,୦୩/୧୦(ପିପିଟି; ବୋଲଗଡ଼ ବେଗୁନିଆ ଭାରତୀୟ କମ୍ଯୁନିଷ୍ଟ ପାର୍ଟି ତରଫରୁ ବର୍ଦ୍ଧିତ ବିଦ୍ୟୁତ ଶୁଳ୍କ ପ୍ରତ୍ୟାହାର ଦାବିରେ ବିକ୍ଷୋଭ ରାଲି ବରିଷ୍ଠ ଶ୍ରମିକ ନେତା ସୁମନ୍ତ ଛୋଟରାୟଙ୍କ ନେତୃତ୍ୱ ରେ ବିନୋଦପଡା ଇଲେକ୍ଟ୍ରୀଅଫିସ୍ କାର୍ଯାଳୟ ସୁଖରେ ଅନୁଷ୍ଠିତ ହୋଇଥିଲା ଏଥିରେ ଶତାଧିକ କର୍ମୀ ଯୋଗଦାନ କରିଥିଲେ ଓ ତିନିଦଫାଦାବି ଯଥା ବିଦ୍ୟୁତ ଶୁଳ୍କ ପ୍ରତ୍ୟାହାର କରିବା ଖଟିଖିଆ ମେହନତିଚାଷୀ, ମଧ୍ୟବିତ୍ତ, ଆଦିବାସୀ ହରିଜନ ମାନଙ୍କୁ ସୁଲଭମୁଲ୍ୟରେ ବିଦ୍ୟୁତ ଯୋଗାଣ ଓ ବାରମ୍ବାର ବିଦ୍ୟୁତ କାଟ ବନ୍ଦକରିବା ଏବଂ ପୁଞ୍ଜି ପତି ବଡ ବଡ଼ ଶିଳ୍ପ କାରଖାନାକୁ ବିଦ୍ୟୁତ ବକେୟା ଛାଡକରିବା ସହ ଅନୁକମ୍ପା ମୂଳକ ସାହାଯ୍ୟ ଦେବା ପ୍ରଭୃତି ପ୍ରତ୍ୟାହାର ଦାବିରେ ଏହା ସଂଗଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତିନି ଦଫା ସମ୍ବଳିତ ଦାବୀପତ୍ର ଜେ ଇ ଇ ଇଲେକ୍ଟ୍ରି କାଲମାଧ୍ୟମ ରେ ପ୍ରଦାନ କରିଥିଲେ ଯଦି ବର୍ଦ୍ଧିତ ବିଦ୍ୟୁତ ଶୁଳ୍କ ପ୍ରତ୍ୟାହାର ଧରାଯାଏ ଭବିଷ୍ୟତରେ ଉପଭୋକ୍ତା ମାନେ ଓ କମ୍ୟୁନିଷ୍ଟ୍ ପାର୍ଟି ତରଫରୁ ବ୍ୟାପକ ଜନ ଆନ୍ଦୋଳନ କରିବାପାଇଁ ବକ୍ତା ମାନେ ଚେତାବନୀ ଦେଇଥିଲେ। ବକ୍ତା ମାନଙ୍କ ମଧ୍ୟରେ ସୁମନ୍ତ ଛୋଟରାୟ, ଧବଳେଶ୍ଵର ମାର୍ଥା, ବସନ୍ତ ସେଠି,ନିରୁମୁଦୁଲି, ଦିବାକର ପରମ ଗୁରୁ,ପ୍ରସାନ୍ତ କୁମାର ସାମନ୍ତ, ଅନନ୍ତ ପ୍ରଧାନ ପ୍ରମୁଖ ବକ୍ତବ୍ୟ ରଖିଥିଲେ। (ରିପୋର୍ଟ – ସୁଶାନ୍ତ କୁମାର ପ୍ରଧାନ ।)

Leave A Reply

Your email address will not be published.