ଗାନ୍ଧୀ ଜୟନ୍ତୀରେ ମନୀଷାଙ୍କୁ ନ୍ଯାୟ ଓ ଯୋଗୀ ଆଦିତ୍ୟନାଥଙ୍କ ଇସ୍ତଫା ଦାବିରେ ଅଖିଳ ଭାରତ ଯୁବ ସଂଘ ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା ।
ଏରସମା, ତା ୦୨/୧୦(ପିପିଟି); ଶୁକ୍ରବାର ସନ୍ଧ୍ୟା ୭ଘଟିକା ସମୟରେ ଗାନ୍ଧୀ ଜୟନ୍ତି ଅବସରରେ ଉତ୍ତରପ୍ରଦେଶର ହାଥରସ ଠାରେ ଗଣଦୁଷ୍କର୍ମର ଶିକାର ହୋଇ ମୃତ୍ୟୁବରଣ କରିଥିବା ମନୀଷା ବାଲ୍ମୀକିଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଇସ୍ତଫା ଦାବିରେ ଅଖିଳ ଭାରତ ଯୁବ ସଂଘ ଏରସମା ବ୍ଲକ କମିଟି ପକ୍ଷରୁ ନାଉବେଲାରୀ ଛକ ଠାରେ ସଙ୍ଘର ଜିଲ୍ଲା ଯୁଗ୍ମ ଆବାହକ ଦେବାଶିଷ ସ୍ୱାଇଁଙ୍କ ନେତୃତ୍ୱରେ ମୁଁହରେ କଳାପଟି ପରିଧାନ ପୂର୍ବକ ଏକ ନିରବ ପ୍ରତିବାଦ ଓ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୂଷ୍ଠିତ ହୋଇଯାଇଛି l ସିପିଆଇ ଜିଲ୍ଲା ସମ୍ପାଦକ ଅଭିଜିତ ସାହୁ, ଯୁବ ସଙ୍ଘର ନେତା ବିଶ୍ୱଜିତ ସାହୁ,ଶ୍ରୀକାନ୍ତ ସ୍ୱାଇଁ, କାହ୍ନା ସେନାପତି, ପ୍ରିୟବ୍ରତ ସ୍ୱାଇଁ, ସ୍ୱାଧୀନ ହାତି, ଚନ୍ଦ୍ରକାନ୍ତ ସ୍ୱାଇଁ, ଅଜିତ ଦାସ, ବାବୁଲା ପଲେଇ, ତପନ ସ୍ୱାଇଁ, କିଷାନ ବେହେରା, ଲିପୁ ପ୍ରଧାନ, ସାଗର ସ୍ୱାଇଁ, ଶଶିକାନ୍ତ ବେହେରା, ବିକାଶ ସ୍ୱାଇଁ, ବିଭୁପ୍ରସାଦ ସ୍ୱାଇଁ, ରବୀନ୍ଦ୍ର ବେହେରା, ଓମ ପ୍ରକାଶ ସ୍ୱାଇଁ, ବିଜ୍ଞାନ ବେହେରା, ବେଦପ୍ରକାଶ ଜେନା, ଶୁଭେନ୍ଦୁ ଖଟୁଆ, ସତ୍ୟବ୍ରତ ସ୍ୱାଇଁ, ପ୍ରଗତି ସେଠି ପ୍ରମୁଖ ଏହି ପ୍ରତିବାଦ ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ l