ସାନଖେମୁଣ୍ଡି, ୦୨/୧୦(ପିପିଟି); ସାନଖେମୁଣ୍ଡି ବ୍ଲକ କଂଗ୍ରେସ ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ୧୫୧ତମ ଜନ୍ମ ଜୟନ୍ତୀ ପାଳନ କରାଗଲା ,ପାଟପୁର ଗାନ୍ଧୀ ଛକ ନିକଟରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଦିଆଯାଇଥିଲା । ଏବଂ ଏହା ସହ ଦେଶରେ ବଢୁଥିବା ଅହେତୁକ ନାରୀ ନିର୍ଯାତନା ଓ ନିକଟ ରେ ଉତ୍ତରପ୍ରଦେଶର ହାଥରସ୍ ଠାରେ ଘଟିଥିବା ଗଣଦୁଷ୍କର୍ମ ହତ୍ୟା ଓ ପୋଲିସ ଦ୍ୱାରା ରାତିଅଧିଆ ପ୍ରମାଣ ନଷ୍ଟ କରିବାକୁ ଯେଉଁଭଳି ଭାବରେ ଶବକୁ ପୋଡିଦିଆଗଲା । ଏହାକୁନେଇ ପୀଡିତାଙ୍କ ପରିବାର ଙ୍କୁ ମିଶିବାକୁ ଯାଉଥିବା କଂଗ୍ରେସ ନେତା ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ଯେଉଁ ଭଳି ଭାବେ ପୋଲିସ ଦ୍ୱାରା ଆକ୍ରମଣ ଓ ଗିରଫ କରାଗଲା ତାହାକୁ ନେଇ ସାରା ଦେଶ ରେ ଉତ୍ତେଜନା ପ୍ରକାଶପାଇଛି । ଏହି ପରିପ୍ରେକ୍ଷୀରେ ସାନଖେମୁଣ୍ଡି କଂଗ୍ରେସ ପକ୍ଷରୁ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଲଷ୍ମୀ ଚରଣ ପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିବାଦ ଓ ବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଶଙ୍କର୍ଷଣ ଖୁଣ୍ଟିଆ , ଚିନ୍ମୟ ହୋତା ,ମୁକୁନ୍ଦ ଚନ୍ଦ୍ର ବରାଡ , ସିମଞ୍ଚଳ ଗୌଡ , ରାମଚନ୍ଦ୍ର ପ୍ରଧାନ , ଭାସ୍କର ରେଡ୍ଡୀ ,ଛବିଲାଲ୍ ସ୍ବାଇଁ , ଶିବରାମ ସ୍ବାଇଁ , ଶଙ୍କର ରଥ , ଜି ସାଇରମ୍ ,ନିରାକାର ପ୍ରଧାନ , ଏସ ବାବୁଲା ଦୋରା ,ଜୟରାମ ଦୋରା ,ବାଲ୍ମୀକି ପ୍ରଧାନ , ନିରଞ୍ଜନ ସ୍ବାଇଁ , ମୁନା ଦୋରା, ପୀତବାସ ଜେନା ପ୍ରମୁଖ ଯୋଗ ଦେଇଥିଲ । (ରିପୋର୍ଟ – ଆରତ କୁମାର ହୋତା ।)