ପଟ୍ଟାମୁଣ୍ଡାଇ୦୨/୧୦(ପିପିଟି); ଅଳି ଥାନା ଅନ୍ତର୍ଗତ ପାତ୍ରପୁର ନିକଟରୁ ଗତ କାଲି ବିଳମ୍ବିତ ରାତିରେ ଏକ ସନ୍ଦିଗ୍ଧ ସ୍କୁଟି ଚାଳକକୁ ଅଟକାଇ ୦୨ ଗ୍ରାମଧଳା ଜହର ଜବତ କରିଛି ଅଳି ଥାନା ପୋଲିସ । ସ୍କୁଟି ଚାଳକ ଯୁବକ ପଟ୍ଟାମୁଣ୍ଡାଇ ଅଧୀନ ଦକ୍ଷିଣଦିଆ ଗ୍ରାମର ବାପି ଓରଫ ରମାକାନ୍ତ ଦାସ, ତା ଠାରୁ ୩୬ ଗୋଟି ଜରି ପୁଡିଆ ଧଳା ଜହର, ଆନୁମାନିକ ମୂଲ୍ୟ ପ୍ରାୟ ୭୦ ହଜାରରୁ ଉର୍ଦ୍ଧ୍ବ ସହ ଓ. ଡି ୦୨ ଆର ୨୭୪୮ ସ୍କୁଟିକୁ ଜବତ କରିଛନ୍ତି ଅଳି ଥାନା ଭାରପ୍ରାପ୍ତ ଅଧିକାରୀ ସଲିଲ କୁମାର ପ୍ରଧାନ । ରମାକାନ୍ତ ବିରୋଧରେ ଅଳି ପୋଲିସ କେଶ ୨୦ ଏନଡିପିଏସ ଦଫାରେ ମାମଲା ରୁଜୁକରି କୋର୍ଟ ଚାଲାଣ କରିଛି ଏହି ଚୋରା ନିଶା କାରବାର କରୁଥିବା ରମାକାନ୍ତ କେଉଁଠୁ ଆଣୁଥିଲା ଓ କେଉଁଠି ବିକ୍ରି କରିବାକୁ ଯାଉଥିଲା ସେ ସମ୍ପର୍କରେ କୌଣସି ତଥ୍ୟ ପୋଲିସ ପାଇନାହିଁ ବୋଲି ଏସ୍. ଡି. ପି. ଓ. ରଞ୍ଜନ କୁମାର ଦେ ସୂଚନା ଦେଇଛନ୍ତି । ପରବର୍ତ୍ତୀ ସମୟରେ ସମ୍ପୂର୍ଣ୍ଣ ତଥ୍ୟ ଜଣାପଡିବ ବୋଲି କହିଛନ୍ତି । ସହର ରୁ ଗାଁ ମୁଁହା ହୋଇଥିବା ଚୋର ଧଳା ଜହର ବ୍ୟବସାୟୀଙ୍କୁ ଏବେଠୁ ଦମନ କରାନଗଲେ ଭବିଷ୍ୟତରେ ଅଳି, ରାଜନଗର ଅଞ୍ଚଳରେ କାୟା ବିସ୍ତାର କରିବ ବୋଲି ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି ।