ଆଦର୍ଶ ବିଦ୍ୟାଳୟର ଏକାଦଶ ଶ୍ରେଣୀ ଅନଲାଇନ ଶିକ୍ଷାଦାନ ଉଦ୍‌ଘାଟିତ ।

0 160

ହିଞ୍ଜିଳିକାଟୁ,ତା-୦୨/୧୦(ପିପିଟି) ; ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଳକ ଶାସନ ଆମ୍ବଗାଁ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ଏକାଦଶ ବିଜ୍ଞାନ ଶ୍ରେଣୀର ଅନଲାଇନ ମାଧ୍ୟମରେ ପାଠପଢା ଗୁରୁବାର ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଛି । ଏହି ଭରଚୁଆଲ ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ର ଯୋଗା ଦେଇ ଶୁଭାରମ୍ଭ କରିଥିଲେ । ଏଥିରେ ଏକାଦଶ ବିଜ୍ଞାନ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ଓ ବିଦ୍ୟାଳୟର ଅଧ୍ୟକ୍ଷ ଅରୁଣ କୁମାର ପଟେଲ ଉପସ୍ଥିତ ରହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଅଧ୍ୟକ୍ଷ ଶ୍ରୀ ପଟେଲ ସ୍ୱାଗତ ଭାଷଣ ଦେବା କରିବା ସହ ସମସ୍ତ ବିଦ୍ୟାର୍ଥୀ ଓ ବିଡ଼ିଓଙ୍କୁ ଅଭିନନ୍ଦନ ଜଣାଇଥିଲେ। କୋଭିଡ କଟକଣା ସ୍ୱତେ ଶିକ୍ଷାଦାନ ରିତିମନ୍ତ ଚାଲୁ ରହିବ ବୋଲି ଅଧ୍ୟକ୍ଷ ଅଭିଭାଷଣରେ କହିଥିଲେ । ନିର୍ଦ୍ଧାରିତ ସମୟ ମଧ୍ୟରେ ପାଠପଢା ଆରମ୍ଭ କରି ସିବିଏସଇ ବୋର୍ଡ ନିର୍ଦ୍ଦେଶ ମୁତାବକ ଶିକ୍ଷାଦାନ କରାଯିବା ଉପରେ ଗୁରୁତ୍ୱାରୋପ କରିଥିଲେ । ମୁଖ୍ୟ ଅତିଥି ବିଡ଼ିଓ ଶ୍ରୀ ପାତ୍ର ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ସଠିକ ଭାବରେ ଓ ସମୟରେ ଶିକ୍ଷାଦାନ କରିବା ପାଇଁ ଶିକ୍ଷକ ମାନଙ୍କୁ ପରାମର୍ଶ ଦେଇଥିଲେ । ଉପଯୁକ୍ତ ଶିକ୍ଷଦାନ ହୋଇ ପାରିଲେ ହିଞ୍ଜିଳି ଆଦର୍ଶ ବିଦ୍ୟାଳୟ ରାଜ୍ୟରେ ଅଗ୍ରଣି ଶିକ୍ଷାନୁଷ୍ଠାନ ଭାବେ ପ୍ରାମାଣିତ ହେବା ସହ ସ୍ଥାନୀୟ ବିଧାୟକ ତଥା ଆମ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ ଶାକାର ହେବ ବୋଲି ଅଭିଭାଷଣ ରେ ପ୍ରକାଶ କରିଥିଲେ । ସଭା ଶେଷରେ ଗଣିତ ଅଧ୍ୟାପକ ଅମୀୟ କୁମାର ମହାପାତ୍ର ଶେଷ ଅଭିଭାଷଣ ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭାସଙ୍ଗର ଘୋଷଣା କରିଥିଲେ । (ରିପୋର୍ଟ – ପ୍ରଭୂଦତ୍ତ ପାତ୍ର ।)

Leave A Reply

Your email address will not be published.