ହିଞ୍ଜିଳିରେ ବିଜେଡିର ମାସ୍କ ବଣ୍ଟନ ସହ କରୋନା ସଚେତନତା ଅଭିଯାନ ।

0 334

ହିଞ୍ଜିଳିକାଟୁ,ତା-୦୨/୧୦(ପିପିଟି) ; ବିଜୁ ଜନତା ଦଳ ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଅକ୍ଟୋବର ୦୨ ଠାରୁ ନଭେମ୍ବର ୦୨ ତାରିଖ ପର୍ଯ୍ୟନ୍ତ ଜନ ସମ୍ପର୍କ ପଦଯାତ୍ରା ପରିବର୍ତ୍ତେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଜନ ସଚେତନତା ଯାତ୍ରା/ଅଭିଯାନ ହିଞ୍ଜିଳିକାଟୁରେ ବିଜୁ ଜନତା ଦଳ ପକ୍ଷରୁ ଆରମ୍ଭ ହୋଇଯାଇଛି । ଆଜି ସକାଳ ୯ଘଣ୍ଟ ସମୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣମଣ୍ଡପ ଓ ଶିଶୁ ଉଦ୍ୟାନ ଠାରେ ସ୍ଥିତ ବିଜୁବାବୁଙ୍କ ପ୍ରତି ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ବ୍ଳକ୍ ଛକ ,ଜାତୀୟ ରାଜପଥ ,ବିଜୁ ପଟ୍ଟନାୟକ ଛକ ଓ ବଇଞ୍ଚବଣିଆ ଠାରେ ସାଧାରଣ ଜନତାଙ୍କୁ ମାସ୍କ ବଣ୍ଟନ ସହ କରୋନା ସଚେତନତା କାର୍ଯ୍ୟର ଶୁଭାରମ୍ଭ କରଯାଇଥିଲା। ଏହି କାର୍ଯ୍ୟକ୍ରମରେ ପୂର୍ବତନ ଉପାଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ସୁବାଷ ପୋଲାଇ, ପୂର୍ବତନ ଅଧ୍ଯକ୍ଷ ଶିବରାମ ଗୌଡ଼, ସଞ୍ଜୟ କୁମାର ପଣ୍ଡା, ଭୀମସେନ ବେହେରା, କିରଣ କୁମାର ପଟ୍ଟନାୟକ,ନୀଳମଣି ପଟ୍ଟନାୟକ, ଯୁଧିଷ୍ଠିର ସ୍ୱାଇଁ, ପ୍ୟାରୀମୋହନ ପାଢ଼ି ପ୍ରମୁଖ ଉପସ୍ଥିତ ଥିଲେ। ରିପୋର୍ଟ – ପ୍ରଭୂଦତ୍ତ ପାତ୍ର ।

Leave A Reply

Your email address will not be published.