ଫୁଲବାଣୀ,୦୧/୧୦(ପିପିଟି); ଫୁଲବାଣୀ ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଦଲାଲଙ୍କ ପ୍ରାଦୁର୍ଭାବ ଏହିଭଳି ହୋଇଛି ଜଣେ ଦଲାଲଙ୍କର କର୍ମଚାରୀ ଅଫିସ ସିଟରେ ବସି ଅଫିସ ଫାଇଲ ତଦାରଖ କରୁଛନ୍ତି। ଅଫିସ ଦାୟିତ୍ୱରେ ଥିବା ଅଧିକାରୀ ଓ କର୍ମଚାରୀ ଏହି ଦଲାଲଙ୍କ ବିନା ପରାମର୍ଶରେ କୌଣସି କାମ କରୁନଥିବା ନେଇ କିଛି ଓକିଲ ଅଭିଯୋଗ କରିଛନ୍ତି। କାର୍ଯ୍ୟାଳୟରେ କୌଣସି ରେଜିଷ୍ଟ୍ରେସନ ପାଇଁ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ଅପେକ୍ଷା ଏହି ଦଲାଲଙ୍କ ପରାମର୍ଶରେ ଅଫିସର କାର୍ଯ୍ୟ କରୁଥିବା ଯୋଗୁଁ କର୍ମଚାରୀ ମାନେ ବାଧ୍ୟ ହେଉଛନ୍ତି ଏହି ଦଲାଲଙ୍କ ସହ ସାଲିସ କରିବାକୁ । ଦଲାଲ ଯଦି ମାଧ୍ୟମ ନ ହୁଏ ତେବେ ଉପଭକ୍ତାଙ୍କୁ ନାକେଦମ ହେବାକୁ ପଡୁଛି। ଦଲାଲଙ୍କୁ ମାଧ୍ୟମ କଲେ ରେଜିଷ୍ଟ୍ରେସନ ପାଇଁ ସରକାରଙ୍କର ଦେୟ ଠାରୁ ତିନି ଗୁଣ ଅର୍ଥ ଦେବାକୁ ପଡୁଛି , ଏହିଭଳି ଅଭିଯୋଗ କରିଛନ୍ତି କିଛି ପୀଡ଼ିତ । କାର୍ଯ୍ୟାଳୟକୁ କିଏ କେଉଁ କାମ ପାଇଁ ଆସିଲା କାର୍ଯ୍ୟାଳୟରେ ବସିଥିବା ଦଲାଲଙ୍କ କର୍ମଚାରୀ ମାଧ୍ୟମରେ ନିୟନ୍ତ୍ରଣ କରୁଛି ଦଲାଲ । ଏହିଭଳିକି ଅଫିସ ଫାଇଲ ଠାରୁ ଆରମ୍ଭ କରି ଦିଆ ନିଆ ସବୁ ନିୟନ୍ତ୍ରଣ କରୁଛି ଦଲାଲ । ଏନେଇ ଅଫିସ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ପଚରାଯିବାରୁ ସେ ଅତି ହାଲକା ଭାବେ କହିଲେ ” ଅଫିସରେ ପୀଅନ ନାହିଁ ତ ସେ ସାହାଯ୍ୟ କରୁଛି ” । କାର୍ଯ୍ୟାଳୟର ପିସି ଓ ଠକାମି ଅର୍ଥକୁ ଏହି ଦଲାଲ ମାଧ୍ୟମରେ ସଂଗ୍ରହ କରାଯାଉଥିବା ଅଭିଯୋଗ କରିଛନ୍ତି ପୀଡ଼ିତ । ପ୍ରସାଶନ ଏହାର ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କିଛି ଓକିଲ ଦାବି କରିଛନ୍ତି । (ରିପୋର୍ଟ – ଶିବାନନ୍ଦ ପଟ୍ଟନାୟକ ।)