ଫୁଲବାଣୀ,୦୧/୧୦(ପିପିଟି); କରୋନାକୁ ନେଇ ସଟ୍ ଡାଉନ, ଲକଡାଉନ ବେଳେ ରାଜ୍ୟ ବ୍ୟାପି ସଂକ୍ରମଣକୁ ରୋକିବା ପାଇଁ ନାକା ଏବଂ ବେରିକେଡ କରାଯାଇଥିଲା ସରକାରଙ୍କ ନିର୍ଦ୍ଦେଶରେ ସେହି ଭଳି ଜିଲ୍ଲା ଭିତରେ ମଧ୍ୟ ହୋଇଥିଲା । ଏସବୁ ହଟାଇ ଦେବା ପାଇଁ ସରକାରଙ୍କ ନିର୍ଦ୍ଦେଶ ଆସିବା ପରେ ଜିଲ୍ଲାର ପ୍ରତ୍ୟେକ ନାକା ଓ ବେରିକେଡକୁ ହଟାଇ ଦିଆଯାଇଥିବା ବେଳେ ଫୁଲବାଣୀ ଟାଉନ ଥାନା ସାମ୍ନାରେ ଏହି ବାଉଁଶ ବେରିକେଡକୁ ହଟା ଯାଇନଥିବା ନେଇ ସହରରେ ଅସନ୍ତୋଷ ଦେଖାଦେଇଛି । ଏହା ଦ୍ୱାରା ସାଧାରଣ ଯାତାୟତରେ ପ୍ରତିବନ୍ଧକ ସୃଷ୍ଟି ହେବା ସହ ପ୍ରତ୍ୟେକ ମୁହୂର୍ତ୍ତରେ ଦୁର୍ଘଟଣା ଆଶଙ୍କାକୁ ଏଡାଇ ଦିଆଯାଇନପରେ । ରାତିରେ ବେରିକେଡଟି ଅନ୍ଧାରିଆ ସ୍ଥାନରେ ଓ ମେନ ରୋଡ଼ରେ ଥିବାରୁ ଗଛ ଛାଇରେ କିଛି ଦେଖା ଯାଉନାହିଁ ଏବଂ ବେରିକେଡର ଉଭୟ ପାର୍ଶ୍ୱରେ ବୁଲା ଗାଈ ଶୋଇ ରହୁଥିବାରୁ ଦୁର୍ଘଟଣା ସମ୍ଭାବନା ରହୁଛି। ସହରରେ ବର୍ତ୍ତମାନ କୁହୁଡି ଆରମ୍ଭ ହୋଇଥିବାରୁ ଦୁର୍ଘଟଣା ପାଇଁ କୁହୁଡି ମଧ୍ୟ ଅନ୍ୟତମ କାରଣ ହେବ । ପୋଲିସ ପ୍ରସାଶନ ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିକୁ ନେଇ ତୁରନ୍ତ ଏହି ବେରିକେଡକୁ ହଟାଇବା ପାଇଁ ଦାବି ହେଉଛି। ବେରିକେଡଟି ସଂକ୍ରମଣ ରୋକିବାରେ କୌଣସି କାମରେ ଅସୁନଥିବା ବେଳେ ବେରିକେଡ ଯୋଗୁଁ ରାସ୍ତାର ସଂକୀର୍ଣ୍ଣତା ପାଇଁ ବଢୁଥିବା ଭିଡ ସଂକ୍ରମଣର ଏକ କାରଣ ହୋଇପାରେ । ତେଣୁ ଜନସାଧାରଣଙ୍କ ଦାବିକୁ ଦୃଷ୍ଟି ଦେଇ ତୁରନ୍ତ ହଟାଇବା ପାଇଁ ବିଭିନ୍ନ ସଂଗଠନ ମଧ୍ୟ ଦାବି କରୁଛନ୍ତି । (ରିପୋର୍ଟ – ଶିବାନନ୍ଦ ପଟ୍ଟନାୟକ ।)