ଶ୍ରୀଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଯୁବ ଡାକ୍ତର ସୁଶାନ୍ତ କୁମାର ସାହୁ ହେଲେ ସମ୍ମାନୀତ ।

0 329

ବରଗଡ,୩୦/୦୯(ପିପିଟି); ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକର ଗନ୍ଧମାର୍ଦ୍ଦନ ପର୍ବତ ର ପାଦଦେଶରେ ଅବସ୍ଥିତ ପବିତ୍ର ନୃସିଂହନାଥ ମନ୍ଦିର ନିକଟରେ ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନ ରେ ଆସିଷ୍ଟାଣ୍ଟ ପ୍ରଫେସର ଭାବରେ କାର୍ଯରତ ଡାକ୍ତର ସୁଶାନ୍ତ କୁମାର ସାହୁ ଙ୍କୁ ଇନଷ୍ଟିଚ୍ୟୁଟ ଅଫ ସ୍କୋଲାର ବେଙ୍ଗାଳୁରୁ ଦ୍ୱାରା ୟଙ୍ଗ ଏଚିଭର ଆୱାର୍ଡ ରେ ସମ୍ମାନିତ କରାଯାଇଛି । ବେଙ୍ଗାଳୁରୁ ର ଏହି ଅନୁଷ୍ଠାନ ପ୍ରତ୍ୟେକ ବର୍ଷ ଦେଶର ଯୁବ ପ୍ରତିଭା ମାନଙ୍କୁ ଏହି ସମ୍ମାନ ଜନକ ଆୱାର୍ଡ ପ୍ରଦାନ କରିଥାଏ । ଜଣେ ଡାକ୍ତର ଓ ଗବେଷକ ଭାବରେ ଏହି ସମ୍ମାନ ପାଇଥିବା କାରଣରୁ ଆଜି ଡାକ୍ତର ଙ୍କର ସହକର୍ମୀ, ପରିବାର ଓ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ତଥା ପରିଚାଳନା କମିଟିର ସମସ୍ତ ଙ୍କର ମନରେ ଅତ୍ୟନ୍ତ ଖୁସି । ଏଠାରେ ସୂଚନାଯୋଗ୍ୟ ଯେ ଡାକ୍ତର ସୁଶାନ୍ତ ଜଣେ କର୍ତ୍ତବ୍ୟ ନିଷ୍ଟ , ମିଷ୍ଟଭାସି ଡାକ୍ତର ଭାବରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ଏହି ସମ୍ମାନ ଜନକ ଆୱାର୍ଡ ପାଇଥିବା କାରଣରୁ ଅନୁଷ୍ଠାନର ପରିଚାଳନା କମିଟିର ସଭାପତି ତଥା ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁ ,ସମ୍ପାଦକ ତଥା ମୁଖ୍ୟ ପରିଚାଳକ ମନୋଜ କୁମାର ତ୍ରିବେଦୀ , ମହାବିଦ୍ୟାଳୟ ର ଅଧ୍ୟକ୍ଷା ଡାକ୍ତର କାମିନୀ କର ,ପ୍ରମୁଖ ଶୁଭକାମନା ଜମାଇବା ସହିତ ତାଙ୍କର ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି । (ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।)

Leave A Reply

Your email address will not be published.