ବାଳିକା ଉଚ୍ଚ ବିଦ୍ୟାଳୟରେ ସମ୍ବର୍ଦ୍ଧନା ଉତ୍ସବ ।

0 284

ପଦ୍ମପୁର,୩୦/୦୯(ପିପିଟି); ବରଗଡ ଜିଲ୍ଲା ପଦ୍ମପୁର ସହର ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷୟତ୍ରୀ ସେବାଶ୍ରୀ ଭୋଇଙ୍କ ଅଧକ୍ଷତାରେ କୋବିଡ଼ ୧୯ ନିୟମକୁ ଦୃଷ୍ଟିରେ ରଖି ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ବସନ୍ତ ବାଗଙ୍କ ସରକାରୀ ଚାକିରୀରୁ ଅବସର ଜନିତ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ସ୍କୁଲ ପରିଚାଳନା କମିଟିର ଅଧ୍ୟକ୍ଷା ସରସ୍ୱତୀ ଭୋଇ ,ଉପାଧ୍ୟକ୍ଷ ବିଶ୍ୱନାଥ ଦାସ ମଂଚାସୀନ ଥିଲେ। ସ୍କୁଲ ପରିଚାଳନା କମିଟି ସଦସ୍ୟ ଅଭିମନ୍ୟୁ ପୃଷ୍ଟି ସମେତ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ ।ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ବୃନ୍ଦାବନ ଦାସ ସମସ୍ତଙ୍କୁ ସ୍ୱାଗତ କରିଥିବା ସଂଗେ ସଂଗେ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।ଶିକ୍ଷକ ପ୍ରେମାନନ୍ଦ ବେହେରା ମାନପତ୍ର ପଠନ କରି ଥିଲେ। ପ୍ରଧାନ ଶିକ୍ଷୟତ୍ରୀ ସେବାଶ୍ରୀ ଭୋଇ ଉପଢୋକନ ପ୍ରଦାନ ସଂଗେ ସଂଗେ ପ୍ରୋଭିଜିନାଲ ପେନସନ ପେପର ଅର୍ପଣ କରିଥିଲେ। ବିଦ୍ୟାଳୟର ଶିକ୍ଷୟତ୍ରୀ ଜ୍ୟୋସ୍ନାରାଣୀ ସାହୁ,ମିନତୀ ଦାସ,ନିଳିମା ରାଣୀ ମହାନ୍ତି,ଶିକ୍ଷକ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ, ଜୀବନାନନ୍ଦ ସାହୁ, ମାନସ ଶତପଥି, ସୁରେଶ ଚୌହାନ,କାର୍ଯ୍ୟାଳୟ ସହାୟିକା ସୁଷମା ଦାସ,ପ୍ରମୁଖ ବିଦାୟୀ ବସନ୍ତ ବାଗଙ୍କ କର୍ମ ମୟ ଜୀବନ ବିଷୟରେ ବକ୍ତବ୍ୟ ରଖି ଥିଲେ । ଦୁଷ୍ମନ୍ତ ଛତର,ନନ୍ଦିନୀ ବାଗ କାର୍ଯ୍ୟକ୍ରମ ରେ ଵିଶେଷ ସହଯୋଗ କରିଥିଲେ। ଶେଷରେ ହିନ୍ଦୀ ଶିକ୍ଷକ ସୁରେନ୍ଦ୍ର କୁମାର ଭୋଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। (ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।)

Leave A Reply

Your email address will not be published.