ଆନ୍ତର୍ଜାତୀୟ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ ନିମନ୍ତେ ” ସଂଘମ୍ ଶରଣମ୍ ଗଚ୍ଛାମି” ଚୟନ ।

0 186

ବ୍ରହ୍ମପୁର,ତା. ୨୯/୦୯ : ଐକ୍ୟବୋଧ ଦେଇ ପ୍ରାକୃତିକ ଦୁର୍ବିପାକ କାଳିନ ସୁରକ୍ଷା ଆଧାରିତ କ୍ଷୁଦ୍ର ଚଳଚ୍ଚିତ୍ର ” ସଂଘମ୍ ଶରଣମ୍ ଗଚ୍ଛାମି” ଆନ୍ତର୍ଜାତିୟ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ ୨୦୨୦ ନିମନ୍ତେ ଚୟନ ହୋଇଥିବା ସଂପୃକ୍ତ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି । ଏହି ଚଳଚ୍ଚିତ୍ରଟିକୁ ପ୍ରସ୍ତୁତ କରିଛନ୍ତି ରାଜ୍ୟର ସର୍ବ ବୃହତ୍ କଳାକାର ସଂଗଠନ “ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ” । ନାଟ୍ୟ-ବିଦ୍ୟା-ବୁଦ୍ଧ ପ୍ରଫୁଲ୍ଲ ବେହେରାଙ୍କ କାହାଣୀ ଓ ଚିତ୍ରନାଟ୍ୟକୁ ନିର୍ଦ୍ଦେଶନା ଦେଇଛନ୍ତି ସୁବାସ ଚନ୍ଦ୍ର ସାହୁ ରୋଶନ୍ । ନିର୍ଦ୍ଦେଶନାରେ ଦୁର୍ଗା ପ୍ରସାଦ ଆଚାର୍ଯ୍ୟ ସହଯୋଗ କରିଥିବା ବେଳେ ଶ୍ୱେତ କୁମାର ରଥ ସଙ୍ଗୀତର ମନୋଜ୍ଞ ସ୍ୱର ଝଙ୍କାର ତୋଳିଛନ୍ତି । ଏହାର ଚିତ୍ରୋତ୍ତଳନ ସମ୍ପାଦନ କରିଥିଲେ ସଂଜ୍ଞା ସମାହିତ ପାଢ଼ୀ । ମାତ୍ର ପନ୍ଦର ମିନିଟ୍ ର ଏହି ଚଳଚ୍ଚିତ୍ରରେ ଦେବେନ୍ଦ୍ର ପ୍ରସାଦ ଶର୍ମା, ଜୟକୃଷ୍ଣ ପଟ୍ଟନାୟକ, ଶିବ ପ୍ରସାଦ ସେନାପତି, ଅକ୍ଷୟ କୁମାର ସ୍ବାଇଁ, ଗୁରେନ୍ଦ୍ର ନାହାକ, ଗଣେଶ ନାହାକ, ସୁକାନ୍ତ ନାହାକ, ସଦାନନ୍ଦ ଷଡ଼ଙ୍ଗୀ, ପ୍ରଦୀପ୍ତ କୁମାର ନାହାକ, ଗୀତା ସ୍ୱାଇଁ ଙ୍କ ସମେତ ଶିଶୁ କଳାକାର ଆରାଧ୍ୟା ନାହାକ ଓ ପାୟଲ ନାହାକ ଅଭିନୟ କରିଛନ୍ତି । ଚଳଚ୍ଚିତ୍ରଟିର ପ୍ରସ୍ତୁତି କ୍ଷେତ୍ରରେ ଅଗସ୍ତି ନୂଆଗାଁ ଗ୍ରାମବାସୀଙ୍କ ସମେତ ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘର ସଦସ୍ୟ ସଦସ୍ୟା ମାନେ ସହଯୋଗ କରିଥିଲେ । ଚଳଚ୍ଚିତ୍ରଟି ଚଳିତ ବର୍ଷ ନଭେମ୍ବର ମଧ୍ୟ ଭାଗରେ ମୁମ୍ବାଇ ଠାରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତୀୟ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ ଅବସରରେ ପ୍ରଦର୍ଶିତ ହେବା ସଂପୃକ୍ତ କର୍ତ୍ତୃପକ୍ଷଙ୍କ ଠାରୁ ସୂଚିତ ।

Leave A Reply

Your email address will not be published.