ଗ୍ରାମାଞ୍ଚଳ ଚାଷୀଙ୍କୁ ଆକ୍ରମଣ ।

0 513

ପଦ୍ମପୁର,୨୮/୦୯(ପିପିଟି); ବରଗଡ ଜିଲ୍ଲା ପଦ୍ମପୁର ବଜାର ପ୍ରାଙ୍ଗଣ ରେ ପ୍ରତ୍ୟହ ତଟକା ପନିପରିବା ବିକ୍ରୟ କରିବାକୁ ଚାଷୀ ଆସିଥାଆନ୍ତି । ହେଲେ ବଜାରକୁ ଆସିବା ବାଟରେ ଏଠାକାର ବେପାରୀ ମାନେ କମ ଦରରେ ପନିପରିବା ତାଙ୍କ ମାନଙ୍କଠାରୁ କ୍ରୟକରି ସହର ର ଖାଉଟୀ ମାନଙ୍କୁ ଚଢାଦର ରେ ବିକ୍ରୟ କରିବା ପରମ୍ପରା ବହୁଦିନରୁ ଆଜିଯାଏଁ ଲାଗିରହିଛି । ବିଡମ୍ବନା ର ବିଷୟ ଏହିକି ନିରିହ ଚାଷୀଙ୍କୁ ଜୋରଜୁଲୁମ ର ଶିକାର ହେବା ସାଙ୍ଗକୁ ଆଜି ଜଣେ ଚାଷୀଙ୍କୁ ମାରପିଟ କରିବା କେତେଦୂର ଠିକ୍ । ଏପଟେ ପନିପରିବା ମଧ୍ୟ ଛଡାଇ ନେଉଥିବା ଦୃଷ୍ଟାନ୍ତ ମଧ୍ୟ ଅଛି । ଏ ଭଳି ସ୍ଥିତିରେ ପଦ୍ମପୁର ବଜାରକୁ ଚାଷୀ ଆସିବାକୁ ଡରିବାରେ ଲାଗିଲେଣି । ସହରର ମାନସମ୍ମାନ କୁ ଦୃଷ୍ଟି ଦେଇ ସକାଳୁ ଆସୁଥିବା ଚାଷୀ ମାନଙ୍କୁ ସୁରକ୍ଷା ଦେବା ଆମ ମାନଙ୍କ ସହ ପ୍ରଶାସନ ଦାୟିତ୍ୱ ଉପରେ ନିର୍ଭର କରେ । ଏ ପଟେ ପଦ୍ମପୁର ବିଜ୍ଞାପିତ ଅଂଚଳ ପରିଷଦର କତ୍ତୃପକ୍ଷ ଦୈନିକ ଟ୍ୟାକ୍ସ ବାବଦକୁ ବେପାରୀ ପିଛା ୧୦ ଟଙ୍କା ନେଉଛନ୍ତି ସତ କିନ୍ତୁ ଶାନ୍ତିଶୃଙ୍ଖଳା ସହ ସୁରକ୍ଷାର ଦାୟିତ୍ୱ କାହିଁକି ଦେଇ ପାରୁନାହାନ୍ତି ତାହା ଆଶ୍ଚର୍ଯ୍ୟର ବିଷୟ ଅଟେ । ଏଣୁ ସୁରକ୍ଷାର ଦାୟିତ୍ୱ ଉପରେ ଗୁରୁତ୍ୱ ଦେଇ ପଦ୍ମପୁର ସହରର ମାନସମ୍ମାନକୁ ବଜାୟ ରଖିବାକୁ ଏନ୍.ଏ.ସି କତ୍ତୃପକ୍ଷଙ୍କୁ ସଚେତନ ନାଗରିକ ଦୃଢ଼ ଦାବି କରିଛନ୍ତି । (ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।)

Leave A Reply

Your email address will not be published.