କନ୍ଧମାଳ ଜିଲ୍ଲାପାଳଙ୍କ କୋଭିଡ ନିୟନ୍ତ୍ରଣକୁ ନେଇ ନିର୍ଦ୍ଦେଶକୁ ମାନୁନାହାନ୍ତି ଯୋଗାଣ ବିଭାଗ କର୍ମଚାରୀ ।

0 542

ଫୁଲବାଣୀ,୨୭/୦୯(ପିପିଟି); କନ୍ଧମାଳ ଜିଲ୍ଲାରେ କ୍ରମାଗତ କରୋନା ସଂକ୍ରମଣ ବଢ଼ି ଚାଲଥିବା ନେଇ ଉଦବେଗ ପ୍ରକାଶ ପାଉଥିବା ବେଳେ ପ୍ରଶାସନ ସାମାଜିକ ଦୂରତା ପ୍ରତି ଗୁରୁତ୍ୱ ଦେଇ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଜାରିରଖିଛି। କାଡ଼ରେ ଚାଉଳ,ଗହମ,କିରୋସିନ ମୈତ୍ରୀ ମାଧ୍ୟମରେ ପ୍ରସାଶନ ଯୋଗାଉ ଥିବା ବେଳେ ସାମାଜିକ ଦୂରତାକୁ ନ ମାନି ଫ୍ରବଳ ଭିଡ଼ ହେଉଥିବା ଗଣମାଧ୍ୟମ ରେ ପ୍ରକାଶ ପାଇବା ପରେ ଜିଲ୍ଲାପାଳ ତୁରନ୍ତ ଏହି ସାମଗ୍ରୀକୁ ଘରେ ଘରେ ପହଞ୍ଚାଇବା ପାଇଁ ନିର୍ଦ୍ଦେଶ ଦେଲେ କିନ୍ତୁ ଏହାକୁ ନ ମାନି ପ୍ରବଳ ଭିଡ଼ରେ ଯୋଗାଣ ନିରୀକ୍ଷକାଙ୍କ ଉପସ୍ଥିତିରେ ଚାଲିଛି ବିତରଣ । ଯଦି ଖୋଦ ସରକାରୀ କର୍ମଚରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଏହିଭଳି ଅବମାନନା କରନ୍ତି ତେବେ ସାଧାରଣ ଜନତା କି ପ୍ରେରଣା ପାଇବେ ଜିଲ୍ଲାରୁ କରୋନା କୁ କିଭଳି ହଟାଯାଇ ପାରିବ ? ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହେଉଛି । (ରିପୋର୍ଟ – ଶିବାନନ୍ଦ ପଟ୍ଟନାୟକ ।)

Leave A Reply

Your email address will not be published.