ବୋଲଗଡ,୨୭/୦୯(ପିପିଟି); ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ଗଡମାଣତୀର ଗ୍ରାମରେ ଘଟିଛିଏକ ଅଭାବ ନିୟଘଟଣା ଏହିଗ୍ରାମର ଅଜୟରାଉତଙ୍କ ପରିବାରରେ ଗତ ରାତି ଏଗାରଟା ସମୟରେ ଗ୍ୟାସ୍ ସିଲିଣ୍ଡର ଫାଟି ଜଣେ ମୃତ ବରଣକରିଥିଲାବେଳେ ଅନ୍ୟ ସାତଜଣ କଟକ ବଡମେଡିକାଲରେ ଚିକିତ୍ସାଧିନ ଅଛନ୍ତି। ଅସାବଧାନତା ବଶତଃ ଗ୍ୟାସ୍ ଟାଙ୍କିରୁ ଗ୍ୟାସ୍ ଲିକ୍ ହେଉଥିବା ର କେହିବି ଜାଣିପାରି ନଥିଲେ। ପରିବାର ଲୋକେ ଟାଙ୍କି ଠାରୁ ଏକହାତ ଦୂରରେ ବସି ଏକାଠି ଖାଉଥିଲେ। ଟାଙ୍କି ଟି ଏତେଯୋର ରେ ଫାଟିଥିଲାଯେ ଘର ର ଚାଳରେନିଁଆ ଲାଗିଯାଇ ଥିଲା ଏବଂ ପରିବାରର ସମସ୍ତ ନିଆଁରେ ପୋଡି ହୋଇଯାଇଥିଲେ। ଗ୍ରାମ ବାସୀଙ୍କସହଯୋଗରେ ପ୍ରଥମେ ଖୋର୍ଦ୍ଧା ମେଡିକାଲ ପରେ କଟକ ବଡମେଡିକାଲକୁ ସ୍ଥାନାନ୍ତରିତ କରିଥିଲେ।ଏଠାରେ ଚିକିତ୍ସାଧିନ ଅବସ୍ଥା ରେ ଜଣେ ଶିଶୁ ମୃତ ଘଟିଛି ଏବଂବାକିସାତ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। (ରିପୋର୍ଟ – ସୁଶାନ୍ତ କୁମାର ପ୍ରଧାନ ।)