ମାଲକାନଗିରି,ତା:୨୭/୦୯(ପିପିଟି) ମାଲକାନଗିରି ଜିଲ୍ଲାରେ ଆଜି ୬୯ ଜଣ ବ୍ଯକ୍ତିଙ୍କ ଠାରେ କରୋନା ସଂକ୍ରମିତ ହୋଇଥିବା ଚିହ୍ନଟ କରାଯାଇଛି । ତନ୍ମଧ୍ଯରୁ ମାଲକାନଗିରି ପୌରାଞ୍ଚଳରେ ୨୫ ଜଣ,ବାଲିମେଳା ଏନଏସିରେ ୯ ଜଣ,ମାଲକାନଗିରି ବ୍ଲକରେ ୧୬ ଜଣ,ମାଥିଲି ବ୍ଲକରେ ୨ ଜଣ, କୋରୁକୋଣ୍ଡା ବ୍ଲକରେ ଜଣେ, ଖଇରପୁଟ ବ୍ଲକରେ ୨ ଜଣ, କାଲିମେଳା ବ୍ଲକରେ ୧୦ ଜଣ, ପଡିଆ ବ୍ଲକରେ ୩ ଜଣ ଏବଂ ଚିତ୍ରକୋଣ୍ଡା ବ୍ଲକରେ ଜଣେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ୧୮ ଜଣ ବ୍ଯକ୍ତି ସଂକ୍ରମିତ ରୋଗଙ୍କ ସଂସ୍ପର୍ଶରେ ଆସି କରୋନା ହୋଇଥିବା ବେଳେ ୩୧ ଜଣ ଲୋକଙ୍କ ଠାରେ ଜ୍ବର କାଶ ଲକ୍ଷଣ ପ୍ରକାଶ ପାଇଥିଲା । ୧୯ ଜଣ ଲୋକମାନଙ୍କୁ ଘର ଘର ବୁଲି ସ୍ବସ୍ଥ୍ଯକର୍ମୀମାନେ ଠାବ କରିଥିଲେ ।ଆନ୍ଧ୍ର ପ୍ରଦେଶରୁ ଫେରିଥିବା ଜଣେ ବ୍ଯକ୍ତି କରୋନା ଦ୍ବାରା ସଂକ୍ରମିତ ହୋଇଥିବା ପ୍ରକାଶ କରାଯାଇଛି । ମାଲକାନଗିରି ଜିଲ୍ଲାରେ ମୋଟ ୩ ହଜାର ୪୯୧ ଜଣଙ୍କୁ କରୋନା ଆକ୍ରାନ୍ତ କରିଥିବା ବେଳେ ୨ ହଜାର ୯୮୫ ଜଣ ସୁସ୍ଥ ହୋଇଛନ୍ତି ।ବର୍ତ୍ତାମାନ ସୁଦ୍ଧା ୧୧ ଜଣ ଲୋକ କରୋନାରେ ମରିଥିବା ବେଳେ ୪୯୫ ଜଣ କରୋନା ରୋଗୀ କୋଭିଡ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । (ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)