ରାଇରଙ୍ଗପୁର,୨୬/୦୯(ପିପିଟି); ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟର ୪୦ ତମ ପ୍ରତିଷ୍ଠା ଦିବସ ମାସ୍କ ଓ ସାମାଜିକ ଦୂରତା ସହିତ ପାଳନ ହୋଇଯାଇଛି ।ଡ: ପ୍ରଦୀପ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏବଂ ବିଜୟ କୁମାର ରାମଙ୍କ ପରିଚାଳନା ରେ ଏହି କାର୍ଯ୍ୟକ୍ରମ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା ।ପ୍ରଥମ ପର୍ଯ୍ୟାୟରେ ମହାବିଦ୍ୟାଳୟ ର ପ୍ରତିଷ୍ଠାତା ପରିମଳ ପଟନାଏକଙ୍କ ପ୍ରତିମୂର୍ତ୍ତିରେ ଦୀପ ପ୍ରଜ୍ବଳିତ ଏବଂ ପୁଷ୍ପମାଳା ଅର୍ପଣ କରି ଶୁଭାରମ୍ଭ କରିଯାଇଥିବା ସହିତ ଏକ ମିନିଟର ଏକ ମୌନ ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ଡ: ପ୍ରଦୀପ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଏବଂ ବିଜୟ କୁମାର ରାମଙ୍କ ପରିଚାଳନାରେ ଆଯୋଜିତ କାର୍ଯ୍ୟକ୍ରମରେ ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ରହି ଏକ ୪୦ ମହମବତି ପ୍ରଜ୍ବଳନ ଓ କେକ କଟା ସମାରୋହ ରେ ସାମାଜିକ ଦୂରତା ସହିତ ଭାଗ ନେଇଥିଲେ ।ଅଧ୍ଯାପିକା ରାଜଶ୍ରୀ ଦାସ କଲେଜ ପ୍ରତିଷ୍ଠା ଏବଂ ଇତିହାସ ଉପରେ ବକ୍ତବ୍ଯ ରଖି ଥିଲେ । ସପ୍ତାହେ ପରେ ଅବସର ନେବାକୁ ଯାଉଥିବା ଆରତି ପଟ୍ଟନାୟକ ତାଙ୍କ ସ୍ମୃତି ଅନୁଭୂତି ବଖାଣିଥିଲେ ।ଡ: ପ୍ରଦୀପ ମିଶ୍ର ତାଙ୍କ ବକ୍ତବ୍ଯ ରେ ସମସ୍ତ କର୍ମଚାରୀ ମାନଙ୍କୁ ଏକା ସହିତ ମିଳିତ ଭାବେ କଲେଜଟି କୁ ଆଗେଇ ନେବାକୁ ଆହ୍ବାନ ଦେଇଥିଲେ । କଲେଜର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ଯ ମଣ୍ଡିତ କରିଥିଲେ । ସଭା ଶେଷରେ ଅଧ୍ଯାପକ ରାଜେନ୍ଦ୍ର ମଣ୍ଡଳ ତାଙ୍କ ବକ୍ତବ୍ଯ ରଖି ଧନ୍ୟବାଦ ଅର୍ପଣ କରିଥିଲେ । ( ରିପୋର୍ଟ- ଅକ୍ଷୟ କୁମାର ବିଶ୍ବାଳ ।)