ଅତାବିରା ନିର୍ବାଚନ ମଣ୍ଡଳୀ ଜନସାଧାରଣଙ୍କ ପାଇଁ କୋଭିଡ ହେଲ୍ପଲାଇନ ଜାରିକଲେ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ।

0 322

ବରଗଡ଼,୨୬/୦୯(ପିପିଟି); ବର୍ତ୍ତମାନ ବରଗଡ ଜିଲ୍ଲାରେ କରୋନା ମହାମାରୀ ଉଗ୍ର ରୁପ ଧାରଣ କରିଥିବା ହେତୁ ଅତାବିରା ନିର୍ବାଚନ ମଣ୍ତଳୀର ସମସ୍ତ ଜନସାଧାରଣଙ୍କ ସୁରକ୍ଷା ପାଇଁ କୋଭିଡ ହେଲ୍ପଲାଇନ୍ ନମ୍ବର ଜାରି କରିଛନ୍ତି ଅତାବିରା ବିଧାୟିକା ସ୍ନେହାଙ୍ଗୀନି ଛୁରୀଆ । ଏହି ସମୟରେ ଅନେକ ଲୋକ ମାର୍ଗଦର୍ଶନ ଅଭାବରୁ ଚିକିତ୍ସା ପାଇବାରୁ ଅବହେଳିତ ହେଉଥିବା ଖବରମାନେ ପ୍ରତିଦିନ ପ୍ରକାଶିତ ହେଉଅଛି,ଲୋକେ ଯେମିତି କୌଣସି ଜାଗାରେ ହଇରାଣ ନ ହୁଅନ୍ତୁ ସେଥିପାଇଁ ନିର୍ବାଚନ ମଣ୍ଡଳୀର ଯୁବ ବିଜେଡି କର୍ମୀଙ୍କୁ ନେଇ ଏକ ୧୦ ଜଣିଆ ଦଳକୁ ନେଇ ହେଲ୍ପଲାଇନ ଜାରି କରିଛନ୍ତିlଆପଣ ମାନେ ଏହି ମହାମାରୀ ସମୟରେ କୋଭିଡ ସମ୍ପର୍କୀୟ କୌଣସି ସମସ୍ଯା ପାଇଁ ଏହି ହେଲପଲାଇନରେ ଯୋଗଯୋଗ କରିପାରିବେ ବୋଲି କହିଛନ୍ତି ଶ୍ରୀମତୀ ଛୁରୀଆ । ବିଧାୟିକାଙ୍କ ଏହି ପ୍ରୟାସକୁ ଲୋକେ ଭୁୟସୀ ପ୍ରଶଂସା କରିଛନ୍ତି ଏହା ସମସ୍ତ ବିଧାନସଭା ମଣ୍ଡଳୀ ପାଇଁ ପ୍ରେରଣାର ଉତ୍ସ ସାଜିବ ବୋଲି ଜନସାଧାରଣ ରେ ଚର୍ଚ୍ଚା ହେଉଛି । (ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।)

Leave A Reply

Your email address will not be published.