ଜିଲ୍ଲା ସ୍ତରୀୟ ଗାନ୍ଧୀ ଜୟନ୍ତୀ ।

0 322

ଛତ୍ରପୁର, ତା.୨୭/୦୯(ପିପିଟି); ଚଳିତ ବର୍ଷ ଜିଲ୍ଲା ସ୍ତରୀୟ ଗାନ୍ଧୀ ଜୟନ୍ତୀ ଉତ୍ସବ ଅକ୍ଟୋବର ୨ ତାରିଖ ଦିନ କୋଭିଡ୍ ନିୟମ ଅନୁଯାୟୀ ପାଳନ କରାଯିବ । ଜିଲ୍ଲା ସଂସ୍କୃତି ବିଭାଗ ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗର ମିଳିତ ଆନୁକୂଲ୍ୟରେ ଏହି ଦିବସ ପାଳନ କରିବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଜିଲ୍ଲା ସ୍ତରୀୟ ଏହି ଉତ୍ସବ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଉଭୟ ଛତ୍ରପୁର ଏବଂ ବ୍ରହ୍ମପୁର ଠାରେ ପାଳିତ ହେବ । ଅକ୍ଟୋବର ୨ ତାରିଖ ଦିନ ପୂର୍ବାହ୍ନ ୮ ଘ. ସମୟରେ ବ୍ରହ୍ମପୁର ସ୍ଥିତ ରାମ ଲିଙ୍ଗମ୍ ପୋଖରୀ ପାର୍ଶ୍ବରେ ଥିବା ଗାନ୍ଧୀ ପାର୍କ ଠାରେ ଗାନ୍ଧିଜୀଙ୍କ ମୂର୍ତ୍ତି ଓ ଗାନ୍ଧୀ ନଗର ଛକସ୍ଥିତ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯିବ । ପୂର୍ବାହ୍ନ ୧୧ଘ. ସମୟରେ ହିଲ୍ ପାଟଣା ସ୍ଥିତ ବ୍ରହ୍ମପୁର ସଂସ୍କୃତି ଭବନ ଠାରେ ଗାନ୍ଧିଜୀଙ୍କ ଜୀବନ ସମ୍ପର୍କିତ ଏକ ଫଟୋଚିତ୍ର ପ୍ରଦର୍ଶନୀ ଅନୁଷ୍ଠିତ ହେବ । ଅପରାହ୍ନ ୪ ଘ. ସମୟରେ ଜିଲ୍ଲା ସଂସ୍କୃତି ଭବନ ଛତ୍ରପୁର ଠାରେ ଗାନ୍ଧିଜୀ ଓ ଓଡିଶା ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହେବ ।ଏହି ଉତ୍ସବ ପାଳନ ଅବସରରେ ଭର୍ଚୁଆଲ ମୋଡ୍ ରେ ଅଷ୍ଟମ, ନବମ ଓ ଦଶମ ଶ୍ରେଣୀ (କନିଷ୍ଠ ବର୍ଗ) ଓ ଯୁକ୍ତ ୨ ଏବଂ ଯୁକ୍ତ ୩ (ବରିଷ୍ଠ ବର୍ଗ) ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପ୍ରବନ୍ଧ ଲିଖନ ଓ ବକ୍ତୃତା ପ୍ରତିଯୋଗିତା ଚଳିତ ମାସ ୩୦ ତାରିଖ ଦିନ ଅନୁଷ୍ଠିତ ହେବ । ପ୍ରବନ୍ଧ ଲିଖନରେ ଅଂଶ ଗ୍ରହଣ କରିବାକୁ ଇଚ୍ଛୁକ ଥିବା ଛାତ୍ର ଛାତ୍ରୀ ୮୩୨୭୭୬୮୮୩୪ ହ୍ବାଟ୍ସ ଆପ୍ ନମ୍ବରରେ ପଞ୍ଜିକରଣ କରାଇବେ । ପ୍ରବନ୍ଧ ଟି ୨୫୦ ଶବ୍ଦ ମଧ୍ୟରେ ସିମୀତ ରହିବା ଆବଶ୍ୟକ । ବିଷୟ ବସ୍ତୁ ପୂର୍ବାହ୍ନ ୧୧ ଘ. ସମୟରେ ଦିଆଯିବ, ୧୧ଘ.୪୫ ମି. ସୁଦ୍ଧା ଲେଖି ହ୍ବାଟ୍ସ ଆପ୍ ରେ ପଠାଇବେ ଏବଂ ସେମାନେ ଉକ୍ତ ଲେଖାଟି ନିଜସ୍ବ ଲେଖା ଏବଂ ଏହା କୌଣସି ଠାରୁ ନକଲ କରିନାହିଁ କିମ୍ବା ମୋ ନିମନ୍ତେ ଅନ୍ୟ କେହି ଲେଖି ନାହାନ୍ତି ବୋଲି ପ୍ରବନ୍ଧ ଶେଷ ପୃଷ୍ଠାରେ ଉଲ୍ଲେଖ କରି ଦସ୍ତଖତ କରିବେ । ବକ୍ତୃତା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାକୁ ଇଚ୍ଛୁକ ଥିବା ଛାତ୍ର ଛାତ୍ରୀ ୯୬୯୨୨୩୩୩୨୪ ହ୍ବାଟ୍ସ ଆପ୍ ନମ୍ବର ରେ ପଞ୍ଜିକରଣ କରାଇବେ । ବକ୍ତୃତା ପ୍ରତିଯୋଗିତା ସକାଶେ ସମୟ ସୀମା ୩ ମିନିଟ୍ । ସେମାନଙ୍କର ବକ୍ତୃତା ଭିଡିଓ ରେକର୍ଡିଂ କରି ଦିଆଯାଇଥିବା ହ୍ବାଟ୍ସ ଆପ୍ ରେ ପଠାଇବେ । ବିଷୟବସ୍ତୁ ପୂର୍ବାହ୍ନ ୧୦ ଘ. ସମୟରେ ହ୍ବାଟ୍ସ ଆପ୍ ରେ ପ୍ରଦାନ କରାଯିବ । ୧୦ଘ. ୩୦ମି. ସୁଦ୍ଧା ନିଜର ୩ ମିନିଟ୍ ର ବକ୍ତୃତା ପଠାଇବେ । ନିର୍ଦ୍ଧାରିତ ସମୟ ପରେ ଆଉ ଗ୍ରହଣ କରାଯିବ ନାହିଁ । ସେମାନଙ୍କର ନାମ, ପିତା/ଅଭିଭାବକଙ୍କ ନାମ, ଶିକ୍ଷାନୁଷ୍ଠାନର ନାମ, ଶ୍ରେଣୀ, ବୟସ, କେଉଁଥିରେ ଅଂଶ ଗ୍ରହଣ କରିବାକୁ ଇଚ୍ଛୁକ ସେ ସମ୍ପର୍କରେ ସବିଶେଷ ତଥ୍ୟ ଦେଇ ପଞ୍ଜିକରଣ କରାଇନେବାପାଇଁ ଅନୁରୋଧ । ଚଳିତ ମାସ ୨୯ ତାରିଖ ଦିନ ପୂର୍ବାହ୍ନ ୧୦ ଘ. ସୁଦ୍ଧା ସମସ୍ତ ତଥ୍ୟ ପ୍ରେରଣ କରି ସେମାନଙ୍କ ନାମ ପଞ୍ଜିକରଣ କରାଇବା ନିମନ୍ତେ ଅନୁରୋଧ । ପ୍ରତିଯୋଗୀ ମାନେ ପ୍ରବନ୍ଧ ଲିଖନ କିମ୍ବା ବକ୍ତୃତା ପ୍ରତିଯୋଗିତା ଯେ କୌଣସି ଗୋଟିକରେ ଅଂଶ ଗ୍ରହଣ କରିପାରିବେ । କୃତୀ ପ୍ରତିଯୋଗୀ ମାନଙ୍କୁ ଜିଲ୍ଲା ସଂସ୍କୃତି ଭବନ ଛତ୍ରପୁର ଠାରେ ଗାନ୍ଧୀ ଜୟନ୍ତୀ (ଅକ୍ଟୋବର ୨ ତାରିଖ) ଜିଲ୍ଲା ସ୍ତରୀୟ ଆୟୋଜିତ ଉତ୍ସବରେ ପୁରସ୍କୃତ କରାଯିବ । ପ୍ରତିଯୋଗିତାର ସବିଶେଷ ତଥ୍ୟ ନିମନ୍ତେ ଦିଆଯାଇଥିବା ନମ୍ବରକୁ ଫୋନ୍ କରି ଜାଣି ପାରିବେ କିମ୍ବା ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ କିମ୍ବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ, ଛତ୍ରପୁର ନୋଟିସ୍ ବୋର୍ଡରୁ ଜାଣିପାରିବେ ।

Leave A Reply

Your email address will not be published.