ପଦ୍ମପୁର,୨୬/୦୯(ପିପିଟି);ବିଭିନ୍ନ ସମୟ ରେ ବିଭିନ୍ନ ମତ କୁ ନେଇ ଉପୁଜୁଥିବା ସମସ୍ୟା କୁ ଦୃଷ୍ଟିରେ ରଖି ଲୋକଙ୍କ ସମସ୍ୟାକୁ ସମାଧାନ କରାଗଲେ ଉପୁଜୁଥିବା ସମସ୍ୟା ଗୁଡିକ ଆପେଆପେ ଅପସରି ଯିବ । ଏଣୁ ମୁଁ ଆଲୋଚନା ମାଧ୍ୟମ ରେ ଚାଷୀଙ୍କ ୨୦୧୯ ର ଫସଲବୀମା ତୁରନ୍ତ ଦେବାକୁ ଅନୁରୋଧ କରୁଛି । ଇତିମଧ୍ୟରେ ପାଇକମାଲ ବ୍ଲକର ଭେଙ୍ଗରାଜପୁର,ଲଖମରା ଓ ବାଦିକଟା ଗ୍ରାମପଞ୍ଚାୟତର ଚାଷୀ ୨୦୧୯ ର ଫସଲ ବୀମା ରାଶିରୁ ବଞ୍ଚିତ ହୋଇ ବିଭିନ୍ନ ସମୟ ରେ ଆନ୍ଦୋଳନ ସଭାସମିତି ଏପରିକି ଶେଷରେ ଉପଜିଲ୍ଲାପାଳଙ୍କ ଅଫିସ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀ ତାଙ୍କ ସମସ୍ୟା ପାଇଁ ଧାରଣାରେ ବସିଥିଲେ କିନ୍ତୁ ଚାଷୀ ନେତାଙ୍କ ସଙ୍ଗେ କଥାବାର୍ତ୍ତା ହୋଇ ଜଡିତ ସମସ୍ତ ବିଭାଗୀୟ ଉଚ୍ଚକର୍ମଚାରୀଙ୍କୁ ନେଇ ଗୋଟିଏ ଦିନ ବସିବା ବୋଲି ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନ କହିଥିଲେ । ତାଙ୍କ ମତାମତ ସନ୍ତୋଷ ଜନକ ହେବାରୁ ଚାଷୀ ମାନଙ୍କ ନିଷ୍ପତ୍ତିକ୍ରମେ ଆଜି ପଦ୍ମପୁର ଆର.ଏମ.ସି ପରିସରରେ ଚାଷୀ ପ୍ରତିନିଧି ବିଶ୍ୱନାଥ ରଣା,ଦହିତ କୁମାର ସାହୁ ଓ ହରେକୃଷ୍ଣ ସାହୁଙ୍କ ଉପସ୍ଥିତି ସହ ବରଗଡ ଜିଲ୍ଲା କୃଷି ବିଭାଗର ଡି.ଡି.ଏ ଦୀନବନ୍ଧୁ ଗାନ୍ଧୀ, ଓରିଏଣ୍ଟାଲ ଇନସୁରାନ୍ସ କମ୍ପାନୀର ବରଗଡ ତରଫରୁ ଏସ୍.ଆର୍.ଏସ୍ ରାଓ,ପରିସଂଖ୍ୟାନ ବିଭାଗ ବରଗଡ ସହକାରୀ ନିର୍ଦ୍ଦେଶକ ଲକ୍ଷ୍ମଣ ଛୁରିଆ ପ୍ରମୁଖଙ୍କ ମଧ୍ୟରେ ଚାଷୀ ପ୍ରତିନିଧି ମାନଙ୍କ ସହିତ ବିସ୍ତୃତ ଭାବରେ ଆଲୋଚନା ହୋଇଥିଲା । ଆଲୋଚନା ମାଧ୍ୟମରେ ଉପଜିଲ୍ଳାପାଳ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷାକରି ଚାଷୀମାନଙ୍କର ଫସଲବୀମା ପ୍ରଦାନ ସଂପର୍କିତ ସମସ୍ୟା କିଭଳି ସମାଧାନ କରାଯାଇ ପାରିବ ତା ଉପରେ ଗୁରୁତ୍ୱଆରୋପ କରିଥିଲେ ବୋଲି ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ଠାରୁ ପ୍ରକାଶ । (ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।)