ପଦ୍ମପୁର,୨୫/୦୯(ପିପିଟି); ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ଠାରେ ସ୍ୱର୍ଗତ ରାଧେଶ୍ୟାମ ପୁରୋହିତ ପବିତ୍ର ତିର୍ଥସ୍ଥଳୀ ନୃସିଂହନାଥ ମନ୍ଦିର ରାସ୍ତା ରେ ଦିର୍ଘଦିନରୁ ପୁରୋହିତ ହୋଟେଲ ଟିଏ ସର୍ବପ୍ରଥମେ ପ୍ରତିଷ୍ଠା କରିଥିଲେ । ଖାଦ୍ୟ ର ଋଚି ସତେଯେମିତି ମନ୍ଦିର ର ଭୋଗ ଭଳିଆ ଲାଗୁଥିଲା । ସମସ୍ତଙ୍କୁ ଖଲି ଓ ଦନା ରେ ଖାଇବାକୁ ଦେଉଥିଲେ ତାହା ସବୁଦିନ ଚାଲିଆସୁଥିଲା । ବ୍ୟଂଜନ ରେ ଆମ୍ବିଳ (ଲେଥା)ସବୁଦିନ ରହିଆସୁଥିଲାା ଯାହା ନିଜେ ପ୍ରସ୍ତୁତ କରୁଥିଲେ । ଖୁବ୍ ଋଚିକର ଲାଗେ ପୁରୋହିତ ହୋଟେଲ ର ଆମ୍ବିଳ (ଲେଥା)ତୁନ୍ ବୋଲି ଏଠି କି ଆସିଥିବା ଲୋକେ କହନ୍ତି । ୧୯୩୨ ମସିହାରେ ରାଧେଶ୍ୟାମ ବାବୁ ଜନ୍ମଗ୍ରହଣ କରିଥିଲେ । ମହାମାରୀ କରୋନାକୁ ଆଖି ଆଗରେ ରଖି କମ ଲୋକ ଙ୍କ ସମାଗମ ରେ ପଦ୍ମପୁର ପୂର୍ବତନ ବିଧାୟକ ତଥା ରାଜ୍ୟ ଭାରତୀୟ ଜନତା ଦଳ କୃଷକ ମୋର୍ଚ୍ଚାର ସଭାପତି ପ୍ରଦୀପ ପୁରୋହିତଙ୍କ ପିତା ସ୍ୱର୍ଗତ ରାଧେଶ୍ୟାମଙ୍କ ଦ୍ୱାଦଶାହ ଅବସର ରେ ବରଗଡ, ବିଜେପୁର, ସୋହେଲା,ପଦ୍ମପୁର,ଝାରବନ୍ଧ ତଥା ପାଇକମାଲ ଅଂଚଳରୁ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ସ୍ୱର୍ଗତ ରାଧେଶ୍ୟାମ ବାବୁଙ୍କ ଅମରଆତ୍ମା ର ସଦଗତି ପାଇଁ ପ୍ରାର୍ଥନା ସମେତ ଶ୍ରଦ୍ଧା ସୁମନ ଜ୍ଞାପନ ପୂର୍ବକ ସ୍ମତିଚାରଣ କରିଥିଲେ । ସ୍ୱର୍ଗତ ପୁରୋହିତଙ୍କ ନିର୍ମଳ ଭାବମୂର୍ତ୍ତି ସମଗ୍ର ବରଗଡ ଜିଲ୍ଲା ର ସମସ୍ତ ଙ୍କ ହୃଦୟ କୋଣ ରେ ଚିର ସ୍ମରଣୀୟ ଛବି ଭାବେ ସବୁଦିନ ପାଇଁ ରହିବା ସଙ୍ଗେସଙ୍ଗେ ତାଙ୍କର ଆତ୍ମିୟ ମନୋଭାବ ଓ ଲୋକଙ୍କ ପ୍ରତି ସ୍ନେହ ଶ୍ରଦ୍ଧାର ଡୋରିକୁ ମନେ ପକାଇ ବିଭିନ୍ନ ଅନୁଷ୍ଠାନ ଅନେକ ବୁଦ୍ଧିଜିବୀ ଏବଂ ଜନସାଧାରଣ ଙ୍କ ତରଫରୁ ଶ୍ରଦ୍ଧାଂଜଳୀ ଜ୍ଞାପନ କରାଯାଇଥିଲା ।