ଫୁଲବାଣୀ କୋଭିଡ୍ ହସ୍ପିଟାଲ ନେଇ ଭୁଲ ତଥ୍ୟ ଦେଉଛି ଜିଲ୍ଲା ପ୍ରଶାସନ ।

0 738

ଫୁଲବାଣୀ,୨୪/୦୯(ପିପିଟି); କୋଭିଡ୍ ହସ୍ପିଟାଲ ଶୁଭାରମ୍ଭ ବେଳେ ଚାରୋଟି ଭେଣ୍ଟିଲେଟର ଥିବା ନେଇ ଗଣମଧ୍ୟମକୁ ସୂଚନା ଦେଇଥିଲେ ଜିଲ୍ଲାପାଳ କିନ୍ତୁ ବାସ୍ତବରେ ଦୁଇଟି ଥିବା ନେଇ ବିଶେଷ ସୂତ୍ରରୁ ଜଣାପଡ଼ିଛି । ବର୍ତ୍ତମାନ ସେହି ଦୁଇଟି ମଧ୍ୟ କାମ କରୁନଥିବା ନେଇ ଅଭିଯୋଗ କରୁଛନ୍ତି ଚିକିତ୍ସା ହୋଇ ଫେରିଥିବା ରୋଗୀ । ଏ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ପଚାରିଲେ ସେ ସନ୍ତୋଷ ଜନକ ଉତ୍ତର ନଦେଇ କୋଭିଡ୍ ହସପିଟାଲ ଭିତରକୁ ସେ ଯିଇପାରୁନଥିବା ଯୋଗୁଁ ଠିକ ଖବର ଜାଣିନଥିବା ଉତ୍ତର ରଖିଥିଲେ । ଯଦି ଜିଲ୍ଲାର ମୁଖ୍ୟ ଚିକିତ୍ସା ଅଧିକାରୀ ହସ୍ପିଟାଲ ଭିତରକୁ ଯାଇ ପାରୁନାହାନ୍ତି ତେବେ କେଉଁ ନୈତିକତାରେ ଡାକ୍ତର ଠାରୁ ସୁଇପର ପର୍ଯ୍ୟନ୍ତ ଠିକଭାବେ କାମ କରିବାକୁ ନିର୍ଦ୍ଦେଶ ଦେବେ ।ଭେଣ୍ଟିଲେଟର ଅଭାବରୁ ବୋହୁ ରୋଗୀକୁ ଜିଲ୍ଲା ବାହାରକୁ ସ୍ଥାନାନ୍ତର କରାଯାଉଛି ଓ ରୋଗୀ ଚିକିତ୍ସା ନ ପାଇ ମୃତ୍ୟୁ ମୁଖରେ ପଡ଼ଥିବା ନେଇ ଅଭିଯୋଗ କରିଛନ୍ତି ଫୁଲବାଣୀ ବାର ଆସୋସିଏସନ ଓ ନାଗରିକ ମଞ୍ଚ । ଏ ନେଇ ମୁଖ୍ୟମନ୍ତ୍ରୀ ମୁଖ୍ୟ ସାଶନ ସଚିବଙ୍କ ନିକଟରେ ସମାଧାନ ନେଇ ଦାବି କରିଛନ୍ତି । (ରିପୋର୍ଟ – ଶିବାନନ୍ଦ ପଟ୍ଟନାୟକ ।)

Leave A Reply

Your email address will not be published.