ରାମନାଗୁଡା ବ୍ଲକରେ ଦଶମ ସମିତି ବୈଠକ ଅନୁଷ୍ଠିତ।

0 255

ରାୟଗଡା,୨୪/୦୯(ପିପିଟି); ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକରେ ଆଜି ଦଶମ ସମିତି ବୈଠକଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷା ରଜନୀ ମାଣ୍ଡାଙ୍ଗିଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା। କରୋନା ମହାମାରୀ ଯୋଗୁଁ ସମିତି ବୈଠକ ଦୀର୍ଘଦିନରୁ ବନ୍ଦଥିଲା। ଆଜି ବୈଠକ ଡାକିବାର ମୁଖ୍ୟ କାରଣ ଥିଲା ପଞ୍ଚଦଶ କେନ୍ଦ୍ରୀୟ ଅର୍ଥ କମିଶନ ଓ ପଞ୍ଚମ ରାଜ୍ୟ ଅର୍ଥ କମିଶନର ଅନୁଦାନ ପୂର୍ବରୁ ପଂଚାୟତ କୁ ହିଁ ମିଳୁଥିଲା।ମାତ୍ର ସରକାରଙ୍କ ନିୟମ ପ୍ରକାରେ ଏହି ଅନୁଦାନ ପଞ୍ଚାୟତ ସମିତିକୁ ମଧ୍ୟ ଆସିବାକୁ ଥିବାରୁ ଖୁବଶୀଘ୍ର ତାଲିକା ପ୍ରସ୍ତୁତ କରିବାକୁ ଉପସ୍ଥିତ ସରପଞ୍ଚ ଏବଂ ସମିତି ସଭ୍ୟ ସଭ୍ୟା ମାନଙ୍କୁ କୁହାଗଲା। ଏହି ବ୍ଳକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଘର ପାଇବାକୁ ୬୦୦୦ ଦରଖାସ୍ତ ଆସିଥିଲେ ହେଁ ମୋଟ ୧୮୦୦ ଘର ଆସିଛି। ତେଣୁ ପ୍ରକୃତ ହିତାଧିକାରୀ ଚୟନ କରି ତାଲିକା ଦେବାକୁ ସରପଞ୍ଚ ମାନଙ୍କୁ କହିଲେ ମଧ୍ୟ ସରପଞ୍ଚ ମନେ ଏହାକୁ ନାପସନ୍ଦ କରିଥିଲେ।କାରଣ ପୂର୍ବରୁ ପ୍ରକୃତ ହିତାଧିକାରୀଙ୍କ ତାଲିକା ସଂଯୋଗୀକରଣ ଲିଷ୍ଟ ବନ୍ଦ ବକ୍ସରେ ରହିଛି। ତେଣୁ ସରପଞ୍ଚ ମନେ ଦାବୀ କରିଥିଲେ ଯେ,ସେହି ବନ୍ଦ ବକ୍ସକୁ ଖୋଲାଗଲେ ହିଁ ପ୍ରକୃତ ହିତାଧିକାରୀ ଜଣାପଡିବ କିନ୍ତୁ ବ୍ଲକ ଅଧ୍ୟକ୍ଷା କହିଥିଲେ ଯେ,ଯେତିକି ଘର ଆସିଛି ତାକୁ ବଣ୍ଟନ କରାଯାଉ। ଯଦି ଆଗକୁ ସରକାର ନୂଆ ନିୟମ କରନ୍ତି, ତେବେ ସେହି ବନ୍ଦ ବକ୍ସ ଖୋଲି ହିତାଧିକାରୀ ଚୟନ କରାଯିବ।କରୋନା ମହାମାରୀ ଯୋଗୁଁ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲିଯାଇଛି,ତେଣୁ ତୁରନ୍ତ ସେହିମାଙ୍କୁ ମୁଖ୍ୟ ସ୍ଥୋତକୁ ଆଣିବାକୁ ମୁଖ୍ୟମନ୍ତ୍ରୀ ଦେଇଥିବା ପରାମର୍ଶକୁ ପାଳନ କରିବାକୁ କୁହାଯାଇଥିଲା।ଆଜିର ଏହି ବୈଠକରେ ବିଡ଼ିଓ ବେଣୁଧର ଶବର, ସହକାରୀ ଯନ୍ତ୍ରୀ ଦୁର୍ଯ୍ୟୋଧନ ଯାନୀ, ଅତିରିକ୍ତ ତହସିଲଦାର ଫର୍ଡିନାଣ୍ଡ ଏକା, ସାଂସଦ ପ୍ରତିନିଧି ଗାର୍ଜନା ପ୍ରସାଦ ଏବଂ ଉପାଧ୍ୟକ୍ଷ ସୂର୍ଯ୍ୟରାଓ କୁମ୍ବ୍ରିକା ମଞ୍ଚାସୀନ ହୋଇଥିଲେ ।ସ୍ୱାସ୍ଥ୍ୟବିଭାଗ,କୃଷିବିଭାଗ,ଉଦ୍ୟାନ ବିଭାଗ, ଶିଶୁ ବିକାଶ, ମୃତ୍ତିକା ସଂରକ୍ଷଣ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ। ଶେଷରେ ପଂଚାୟତ ସମ୍ପ୍ରସାରଣ ଅଧିକାରୀ ପ୍ରଭାତ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ। (ରିପୋର୍ଟ – ନବୀନ ନାୟକ ବେହେରା ।)

Leave A Reply

Your email address will not be published.