ରେଭେନ୍ସା ମହାବିଦ୍ୟାଳୟର ପ୍ରାକ୍ତନ ଛାତ୍ର ନେତାଙ୍କୁ ରାଜ୍ୟ ବିଜୁ ଯୁବ ଜନତା ଯୁଗ୍ମ ସଂପାଦକ ଦାୟିତ୍ଵ ।

0 186

ରାଇରଙ୍ଗପୁର,୨୪/୦୯(ପିପିଟି); ମୟୂରଭଂଜ ଜିଲ୍ଲାର ଯୁବ ବିଜେଡ଼ି ସଂଗଠକ ତଥା ସମାଜସେବୀ, ରାଇରଙ୍ଗପୁର ମହାବିଦ୍ୟାଳୟ, ରେଭେନ୍ସା ମହାବିଦ୍ୟାଳୟର ପ୍ରାକ୍ତନ ଛାତ୍ର ନେତା,ଯୁବ ଶିକ୍ଷାବିତ୍ ଗଣେଶ ମିଶ୍ରଙ୍କୁ ତାଙ୍କର ବିଜେଡି ପ୍ରତି ଆନୁଗତ୍ୟ, ନିଷ୍ଠା, ଶୃଙ୍ଖଳିତ ସୈନିକ,ବିଜୁ ଚିନ୍ତାଧାରାରେ ଅନୁପ୍ରାଣିତ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟ ବିଜେଡି ସାଂଗଠନିକ ସଂପାଦକ ତଥା ମୟୂରଭଂଜ ବିଜେଡି ପ୍ରଭାରୀ ପ୍ରଣବ ପ୍ରକାଶ ଦାସ (ବଵି )ଭାଇ ତାଙ୍କୁ ଯୁବ ଗୋଷ୍ଠୀକୁ ଆପଣେଇବାକୁ ପାଇଁ ଏବଂ ମୟୂରଭଂଜରେ ବିଜେଡି ଯୁବ ସଂଗଠନକୁ ତୃଣମୂଳ ସ୍ତରରେ ମଜଭୁତ କରିବା ପାଇଁ ରାଜ୍ୟ ବିଜୁ ଯୁବ ଜନତା ଯୁଗ୍ମ ସମ୍ପାଦକ ଦାୟିତ୍ବ ଅର୍ପଣ କରିଛନ୍ତି । ତାଙ୍କର ନିଯୁକ୍ତି ନେଇ ମୟୁରଭଞ୍ଜ ଜିଲ୍ଲା ସମେତ ରାଜ୍ୟର ଯୁବ ମହଲରେ ଆନନ୍ଦ ଖେଳି ଯାଇଛି । ଏଥିପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟ ବିଜେଡି ସାଂଗଠନିକ ସଂପାଦକ ବବି ଭାଇ, ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି, ରାଜ୍ୟ ସଭା ସାଂସଦ ମମତା ମହାନ୍ତ, ଯଶିପୁର ବିଜେଡି ପ୍ରଭାରୀ ବ୍ୟୋମକେଶ ରାୟ, ସାରସକଣା-ରାଇରଙ୍ଗପୁର ବିଜେଡି ପ୍ରଭାରୀ ମୁକ୍ତିକାନ୍ତ ମଣ୍ଡଳ, ରାଜ୍ୟ ବିଜେଡି ସଂପାଦକ ଡାକ୍ତର ଦେବାଶିଷ ମାରାଣ୍ଡି, ଯଶିପୁର ବିଧାୟିକା ବାସନ୍ତୀ ହେମ୍ବ୍ରମ, ମୟୂରଭଂଜ ସଦର ବିଜେଡି ଜିଲ୍ଲା ସଭାପତି କାଶୀନାଥ ହେମ୍ବ୍ରମ ପ୍ରମୁଖଙ୍କୁ କୃତଜ୍ଞତା ଜଣାଇବା ସହ ତାଙ୍କର ଶୁଭେଛୁ ମାନଙ୍କୁ ଅନ୍ତରରୁ ଶୁଭେଚ୍ଛା ଜଣାଇଛନ୍ତି ।ଦଳ ତାଙ୍କ ପ୍ରତି ଯେଉଁ ଗୁରୁ ଦାୟିତ୍ବ ଦେଇଛନ୍ତି ତାହାକୁ ସେ ନିଷ୍ଠାର ସହ ତୁଲାଇବେ ବୋଲି କହିଛନ୍ତି । (ରିପୋର୍ଟ – ଅକ୍ଷୟ କୁମାର ବିଶ୍ବାଳ ।)

Leave A Reply

Your email address will not be published.