ରାସ୍ତାଜାମ କଲେ ଚାଷୀ,ଶତାଧିକ ଟ୍ରକ ଛିଡାହୋଇଛି ।

0 442

ପଦ୍ମପୁର,୨୨/୦୯(ପିପିଟି); ପଦ୍ମପୁର ଉପଖଣ୍ଡ ଲଖମରା କଲେଜ ଛକ ଠାରେ କୃଷକ ସଙ୍ଗଠନ ପକ୍ଷରୁ ଆଜି ରାସ୍ତା ରୋକ କରାଯାଇଛି। ଲଖମରା, ବାଦିକଟା, ଭେଙ୍ଗରାଜପୁର,ପଞ୍ଚାୟତର ଚାଷୀ ମାନଙ୍କୁ, ବୀମା କମ୍ପାନୀ ବୀମା ପ୍ରାପ୍ୟ ପ୍ରଦାନରେ ଚଞ୍ଚକତା କରୁଛି। ପ୍ରଶାସନ, ଚାଷୀ ପ୍ରତିନିଧି ଏବଂ ବୀମା କମ୍ପାନୀ ଅଧିକାରୀଙ୍କ ସହ ଏକ ଆଲୋଚନା ପୂର୍ବରୁ ହୋଇଥିବା ବେଳେ ଆଲୋଚନା ଅନୁଯାୟୀ କମ୍ପାନୀ ପ୍ରାପ୍ୟ ଦେବାକୁ ରାଜି ହୋଇଥିଲା। ହେଲେ ଏ ଯାଏଁ ଚାଷୀଙ୍କୁ ଗତ ୨୦୧୯-୨୦ ବର୍ଷର ଖରିଫ ଫସଲ ବୀମା ରାଶି ମିଳି ପାରି ନାହିଁ। ଅନ୍ୟପଟେ କମ୍ପାନୀ ଟାଳଟୁଳ ନୀତି ଅବଲମ୍ବନ କରୁଥିବାର ଅଭିଯୋଗ ଚାଷୀ ମାନେ ବାରମ୍ବାର କରିଥିବା ବେଳେ ପ୍ରଶାସନ ଏ ବିଷୟକୁ ଗୁରୁତ୍ୱ ସହିତ ନ ନେଉଥିବା ଅଭିଯୋଗ କରି ଆଜି ଚାଷୀ ମାନେ ରାସ୍ତା ରୋକ କରିଛନ୍ତି । ଫଳରେ ପଦ୍ମପୁର- ଜଗଦଲପୁର-ଛତିଶଗଡ଼ ରାଜରାସ୍ତାକୁ ଅବରୋଧ କରି ଆନ୍ଦୋଳନର ପନ୍ଥା ଅାପଣେଇଛନ୍ତି ଚାଷୀ। ଚାଷୀ ନେତା ରମେଶ ମହାପାତ୍ର, ଦହିତ ସାହୁ, ରୋହିତ ପ୍ର ଧାନ, କୈଳାଶ ବାରିକ, ବିଶ୍ୱନାଥ ରଣା, ମୁକ୍ତେଶ୍ଵର ପଟେଲ ପ୍ରମୁଖ ଆନ୍ଦୋଳନର ମଙ୍ଗ ଧରିଥିବା ବେଳେ ବହୁ ସଂଖ୍ୟାରେ ଚାଷୀ ଯୋଗ ଦେଇ ସମ୍ପୂର୍ଣ କୋଭିଡ଼ ନିୟମ ଅନୁଯାୟୀ ଆନ୍ଦୋଳନ ରେ ବସିଛନ୍ତି। (ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।)

Leave A Reply

Your email address will not be published.