ଘର ଘର ବୁଲି ଅମ୍ଳଜାନ ସ୍ତର ଯାଞ୍ଚ ।

0 345

କୋଦଳା,୧୦/୦୯(ପିପିଟି); ବୁଧବାର ଠାରୁ କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ଘର କୁ ଘର ବୁଲି ଅମ୍ଳଜାନସ୍ତର ଯାଞ୍ଚ ଅଭିଯାନ ଆରମ୍ଭ ହୋଇ ଯାଇଛି । ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ଅନୁଯାଇ ଗଞ୍ଜାମ ଜିଲ୍ଲାରୁ ମହାମାରୀ କରୋନା ର ମୂକାବଲା କରିବା ସହିତ ଏହାକୁ ସମ୍ମୁଳେ ମାତ୍ ଦେବା ପାଇଁ ସପ୍ତାହ ବ୍ୟାପି ଅମ୍ଳଜାନ ସ୍ତର ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି ।ଏନ୍ଏସି ସ୍ଵତନ୍ତ୍ର ଅଧିକାରୀ ଅଶୋକ କୁମାର ମୁଦୁଲିଙ୍କ ପ୍ରତ୍ଯେକ୍ଷ ତତ୍ଵାବଧାନ ରେ ଅଙ୍ଗନୱାଡି କର୍ମୀ , ସହାୟିକା ,ଏଏନଏମ , ଶିକ୍ଷ୍ଯକ/ଶିକ୍ଷୟତ୍ରୀ ,କୋଭିଡ ମନିଟରଙ୍କୁ ନେଇ ପ୍ରତ୍ୟକ ୱାର୍ଡ ପାଇଁ ଗୋଟିଏ ଗୋଟିଏ ଟିମ ଗଠନ କରି ଘର ଘର ବୁଲି ପରିକ୍ଷ୍ୟା କରୁଛନ୍ତି ।ଗୁରୁବାର ଡେରାସାହି ଅଙ୍ଗନୱାଡି କର୍ମୀ ସବିତା ପାଢ଼ୀ ,ସହାୟିକା ସବିତା ସାହୁ , ଏଏନଏମ ଦମୟନ୍ତୀ ତରେଇ , ଶିକ୍ଷକ ଅଶୋକ କୁମାର ପଳତା , କୋଭିଡ ମନିଟର ବାବୁଲା ମୁଦୁଲି , ମନୋଜ ବିଶୋଇ,କଲ୍ୟାଣୀ ଦୀକ୍ଷିତ ଡେରାସାହି , ଦଶବଖରା ସାହି ଓ ଗୋହିରୀନାଳ ସାହି ର ଘର ଘର ବୁଲି ପ୍ରତ୍ୟକ ପରିବାର ସଦଶ୍ୟ ଙ୍କ ଅମ୍ଳଜାନ ସ୍ତର ଯାଞ୍ଚ କରିଥିଲେ ।ଏହାକୁ ତଦାରଖ କରିଥିଲେ ସ୍ୱତନ୍ତ୍ର ଅଧିକାରୀ । ଗୁରୁତର ରୋଗାକ୍ରାନ୍ତ ରୋଗୀ , ଗର୍ଭବତୀ ମହିଳା ଓ ବରିଷ୍ଠ ନାଗରିକଙ୍କ ସ୍ବାସ୍ଥ୍ୟବସ୍ଥାକୁ ଭଲଭାବେ ଯାଞ୍ଚ କରିବାକୁ କହିବା ସହ ଯଦି କେହି ଗୁରୁତ୍ଵ ରୋଗୀ ଚିହ୍ନଟ ହୁଏ ତତ୍କାଳ ତାକୁ କୋଭିଡ କେୟାର ହୋମ କୁ ନେଇ ଜରୁରୀ ଚିକିତ୍ସା ଯୋଗାଇ ଦେବାକୁ ପରାମର୍ଶ ଦେଇଥିଲେ । ବର୍ତ୍ତମାନ ଏନଏସି ରେ କରୋନା ସଂକ୍ରମିତ ସଂଖ୍ଯା ନିମ୍ନ ଗାମୀ ହୋଇଛି କିନ୍ତୁ ଭୟ ଦୂର ହୋଇନି । ଲୋକଙ୍କୁ ସଚେତନ କରିବା ସହିତ ପଞ୍ଚସୂତ୍ରୀ ନିୟମ ମାନି ଚାଲିବାକୁ ପଡିବ ବୋଲି ଲୋକମାନଙ୍କୁ ବୂଝାଉଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.