ସାମନ୍ତରାପୁରରେ ଜୀବନବିନ୍ଦୁ, ୩୫ ୟୁନିଟ ରକ୍ତ ସଂଗୃହୀତ ।

0 297

ପାତ୍ରପୁର,୦୯/୦୯(ପିପିଟି); ଚିକିଟି ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେଡି ନେତା ତଥା ଗଂଜାମ ଜିଲ୍ଲା ବିଜେଡି ସମ୍ପାଦକ ସ୍ବର୍ଗତ ହରିକୃଷ୍ଣ ପ୍ରଧାନଙ୍କ ସ୍ମୃତି ଉଦ୍ଦେଶ୍ୟରେ କଳ୍ପେଶ୍ୱର ଆଞ୍ଚଳିକ ଯୁବକ ସଂଘ ତରଫରୁ ପାତ୍ରପୁର ବ୍ଲକର ସାମନ୍ତରାପୁର ଗ୍ରାମରେ ଅନୁଷ୍ଠିତ ହୋଇ ମୋଟ ୩୫ ୟୁନିଟ ରକ୍ତ ସଂଗୃହୀତ ହୋଇଯାଇଛି । ଶିବିରକୁ ଓଡିଶା ମୋ ପରିବାର ରାଜ୍ୟ ସମ୍ପାଦକ ତଥା ଜୀବନବିନ୍ଦୁ କାର୍ଯ୍ୟକ୍ରମର ଗଂଜାମ ଜିଲ୍ଲା ସଂଯୋଜକ ସୁବାସ ମହାରଣା ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ଜଗନ୍ନାଥ ସାବତ,ବାପୁଜି ବିଶୋଇ,କଳ୍ପେଶ୍ୱର ଯୁବକ ସଂଘ ସଭାପତି ସଂଗ୍ରାମ କେଶରୀ ନାୟକ,ପୀତବାସ ପ୍ରଧାନ,ଉପଦେଷ୍ଟା ନିଶାମଣି ପ୍ରଧାନ,ଆଲୋକ ପ୍ରଧାନ, କାର୍ତ୍ତିକ ପ୍ରଧାନ,ସନ୍ତୋଷ ମୋହନ ପଣ୍ଡା,ନରେନ୍ଦ୍ର ପ୍ରଧାନ ଓ ସଚିନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ବ୍ରହ୍ମପୁର ରକ୍ତଭଣ୍ଡାର ତରଫରୁ ସୁଶାନ୍ତ କୁମାର ପାଣିଗ୍ରାହୀ, ପ୍ରଦୀପ କୁମାର ସୁବୁଦ୍ଧି,ନାଗଭୁଷଣ ପ୍ରଧାନ ଏବଂ କେ.ଚନ୍ଦ୍ର ରାଓ ପ୍ରମୁଖ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ । ରିପୋର୍ଟ – ସଂଗ୍ରାମ କେଶରୀ ନାୟକ ।

Leave A Reply

Your email address will not be published.