ବିଧାୟିକାଙ୍କ ଉନ୍ନୟନ ମୂଳକ କାର୍ଯ୍ଯର ସମୀକ୍ଷା ଓ ଆବାସ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ ।

0 392

କୋଦଳା,୦୯/୦୯(ପିପିଟି); ବୁଧବାର କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ କୋଦଳା ଏନ୍ଏସି କାର୍ୟାଳୟ ଗସ୍ତ କରି ନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀଙ୍କ ଉପସ୍ଥିତି ରେ ୧୭୮ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ କରିବା ସହିତ ତିନି ମାସ ମଧ୍ୟ ରେ କାର୍ଯ୍ଯ ଶେଷ କରି ଅତିରିକ୍ତ କୋଡିଏ ହଜାର ପ୍ରୋତ୍ସାହନ ରାଶି ପାଇବା ପାଇଁ ଚେଷ୍ଟା କରନ୍ତୁ ବୋଲି ପରାମର୍ଶ ଦେଇଥିଲେ । ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଚାଲୁରହିଥିବା ବିଭିନ୍ନ ଉନ୍ନୟନ କାର୍ଯରେ ସମୀକ୍ଷା କରିବା ସଙ୍ଗେ ସଙ୍ଗେ ସେଗୁଡିକ କେମିତି ଚାଲିଛି ଜାଣିବା ପାଇଁ ପ୍ରତ୍ୟକ ସ୍ଥାନକୁ ଯାଇ ପରିଦର୍ଶନ କରି ଉନ୍ନତ ମାନର କାର୍ଯ୍ଯ କରିବା ପାଇଁ କନିଷ୍ଠ ଯନ୍ତ୍ରୀ ଜତିନ୍ଦ୍ର ମୋହନ ବେହେରା ଓ ଠିକାଦାରଙ୍କୁ କହିଥିବା ଜଣାପଡ଼ିଛି । ତତ ସହିତ ଜନସାଧାରଣଙ୍କ ଆବଶ୍ୟକତାକୁ ଅନୁଧ୍ୟାନ କରି ପ୍ରକଳ୍ପ ପ୍ରସ୍ତୁତ କରିବା ପାଇଁ ନିର୍ବାହୀ ଅଧିକାରୀଙ୍କ ଆଲୋଚନା କରିଛନ୍ତି । ଆଜିର ଏହି କାର୍ଯକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏନଏସି କର୍ମକର୍ତ୍ତା ଦ୍ଵାରୀକା ନାଥ ପାଢ଼ୀ ,ଚନ୍ଦ୍ର ମାରାଣ୍ଡି , ଉଦୟ ନାଥ ସାହୁ , ସ୍ୱପ୍ନ କୁମାର ସାହୁ ,ଧୀରଜ କୁମାର ପାତ୍ର ସମେତ ବହୁ ବିଜେଡି କର୍ମୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.