ବିଶ୍ୱବିଦ୍ୟାଳୟ ୧୯୮୯ ଆଇନ ପରିବର୍ତ୍ତନକୁ ଏ.ଆଇ.ଡ଼ି.ଏସ.ଓ ର ବିରୋଧ ।

0 341

ହିଞ୍ଜିଳିକାଟୁ,ତା-୦୭/୦୯(ପିପିଟି) ;ରାଜ୍ୟ କ୍ୟାବିନେଟର ବିଶ୍ୱବିଦ୍ୟାଳୟ ୧୯୮୯ ଆଇନକୁ ପରିବର୍ତ୍ତନ କରିବାକୁ ନେଇ ଏ ଆଇ ଡ଼ି ଏସ ଓ ହିଂଜିଳିକାଟୁ ଆଞ୍ଚଳିକ କମିଟି ତରଫରୁ ଦୃଢ଼ ନିନ୍ଦା କରାଯିବ ସହ ପ୍ରତ୍ୟାହାର ପାଇଁ ଦାବି କରାଯାଇଛି। ଏହି ପରିପ୍ରେକ୍ଷୀରେ ବିଶ୍ୱବିଦ୍ୟାଳୟ ଶିକ୍ଷକ ଚୟନ ପ୍ରକ୍ରିୟା କ୍ଷମତା ବିଶ୍ୱବିଦ୍ୟାଳୟ ହାତରେ ନରହି ଓଡିଶା ପବ୍ଲିକ ସର୍ଭିସ କମିଶନଙ୍କ ହାତରେ ନ୍ୟସ୍ତ କରିବା, ସିନେଟ ପ୍ରକ୍ରିୟାକୁ ସଂପୂର୍ଣ୍ଣ ହଟାଇବା କୁଳପତି ଚୟନରେ ସିନେଟ ପ୍ରତିନିଧି ବଦଳରେ ସରକାରଙ୍କ ପ୍ରତିନିଧିକୁ ରଖିବା, ପୁରାତନ ବିଶ୍ୱବିଦ୍ୟାଳୟ ରେଭେନ୍ସା ମହାବିଦ୍ୟାଳୟର ୨୦୦୫ ଆଇନକୁ ବାତିଲ କରି ଏକକ ଆଇନ ଲାଗୁ କରିବା ଆଦି ଅଗଣତାନ୍ତ୍ରିକ ବୋଲି ଦଳ ତରଫରୁ କୁହାଯାଇଛି। ଏହା ଦ୍ୱାରା ବିଶ୍ୱବିଦ୍ୟାଳୟର ସ୍ଵତନ୍ତ୍ରତା ନଷ୍ଟ ହେବା ସହ ଶିକ୍ଷାର କେନ୍ଦ୍ରିକରଣ ଅମଲାତନ୍ତ୍ରୀ କରଣ ହେବ । ଏହା ଦ୍ୱାରା ଶିକ୍ଷାର ଗୁଣାତ୍ମକ ପରିବର୍ତ୍ତନ ବଦଳରେ ବ୍ୟବସାୟୀ କରଣ ତ୍ୱରାନ୍ୱିତ ହେବ ।ବୁଦ୍ଧିଜୀବି , ଶିକ୍ଷାବିତ ମାନଙ୍କ ମତାମତ ହ୍ରାସ ପାଇବା ସହ ରାଜନୈତିକ ସ୍ୱାର୍ଥ ଆଗରେ ଦିଗହରା ଶିକ୍ଷାବିଭାଗ ହେବ ବୋଲି ମତ ପ୍ରକାଶ ଦଳ ତରଫରୁ କରାଯାଇଛି। ରାଜ୍ୟ ସରକାର ଏଭଳି ଶିକ୍ଷା ବିଭାଗର ଗୁରୁତ୍ୱ ପୁର୍ଣ ନିଷ୍ପତ୍ତିକୁ ଦୁର୍ଭଗ୍ୟ ଜନକ ଵୋଲି କହିବା ସହ ଏହାର ପରିବର୍ତ୍ତନ ପାଇଁ ଏକ ଦାବି ସ୍ୱରୂପ ଦାବିପତ୍ର ହିଂଞ୍ଜିଳି ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ରଙ୍କ ମାଧ୍ୟମରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ଆଞ୍ଚଳିକ ଏ ଆଇ ଡ଼ି ଏସ ଓ ଗଞ୍ଜାମ ଜିଲ୍ଲା ସମ୍ପାଦକ ନିମାଇଁ ଚରଣ ସାହୁ , ଉପସଭାପତି ଉଦ୍ଧବ ମହାଙ୍କୁଡ଼ , ହିଂଜିଳି ଆଞ୍ଚଳିକ ସଭାପତି ଡ଼ି ତିରୁପତି ଦୋରା, ସମ୍ପାଦକ ନାରାୟଣ ସାହୁ , ବିଭୁତି ଭୂଷଣ ସାହୁ, ସୌମୀୟ ରଞ୍ଜନ ସାହୁ , ମୁନା ବେହେରା ଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ରହି ଦାବିପତ୍ର ପ୍ରଦାନ କରିଥିଲେ। ରିପୋର୍ଟ – ପ୍ରଭୂଦତ୍ତ ପାତ୍ର ।

Leave A Reply

Your email address will not be published.