ଆଜି ଆମ୍‌ ଆଦ୍‌ମୀ ପାର୍ଟି ପଦ୍ମପୁର ତରଫରୁ ଅମ୍ଲଜାନ୍‌ ପରୀକ୍ଷା ଆରମ୍ଭ ହୋଇ ଯାଇଛି।

0 320

ପଦ୍ମପୁର,୦୬/୦୯(ପିପିଟି); କରୋନା ଦ୍ବାରା ଆକ୍ରାନ୍ତ ହେଲେ ସାଧାଣତଃ ଶରୀରରୁ ଅମ୍ଲଜାନ୍‌ ପରିମାଣ କମିଯାଇ ଥାଏ। ଯେତେବେଳେ ସମଗ୍ର ଭାରତ ବର୍ଷ ରେ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି। ଏହା ସହିତ ଲଢ଼ିବା ପାଇଁ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ତ୍ୱରେ ଆମ୍‌ ଆଦ୍‌ମୀ ପାର୍ଟି ଏକ ଯୁଗାନ୍ତକାରୀ ପଦକ୍ଷେପ ଆରମ୍ଭ କରିଛି। ଆଜି ପଦ୍ମପୁର ନିର୍ବାଚନ ମଣ୍ଡଳୀର ଖଣ୍ଡସିବାଞ୍ଜି ଗାଁ ରେ ଆମ୍‌ ଆଦ୍‌ମୀ ପାର୍ଟି ପଦମ୍‌ପୁର୍ ସଂଯୋଜକ ପୌଲସ୍ତ୍ଯ ସାହା ଏବଂ ସହଯୋଗୀ ଶାନ୍ତନୁ ପାଣ୍ଡେ ଘର ଘର ବୁଲି ଅକ୍ସିମିଟର ସାହାଯ୍ୟ ରେ ଅମ୍ଲଜାନ୍‌ ପରୀକ୍ଷା କରିବା ସହିତ ଏକ ଲିଫଲେଟ୍‌ ଦେଇ ସଚେତନ କରୁଛନ୍ତି। ଉକ୍ତ ଲିଫଲେଟ୍‌ ରେ ଦିଲ୍ଲୀ ରେ କିଭଳି ଭାବେ ଆମ୍‌ ଆଦ୍‌ମୀ ପାର୍ଟି କରୋନା ସହିତ ମୁକାବିଲା କରିବାରେ ସକ୍ଷମ ହୋଇପାରିଛି ତାହା ବର୍ଣ୍ଣିତ ଅଛି। ଯେତେବେଳେ ଉଭୟ ରାଜ୍ଯ ଏବଂ କେନ୍ଦ୍ର ସରକାର କରୋନା ନିୟନ୍ତ୍ରଣ ରେ ବିଫଳ ହୋଇଛନ୍ତି,ଏହି ବିସମୟରେ ଆମ୍‌ ଆଦ୍‌ମୀ ପାର୍ଟି ଏକ ମହତ୍‌ ତଥା ସ୍ବାଗତ ଯୋଗ୍ୟ ପଦକ୍ଷେପ ନେଇଛି ବୋଲି ଜନସାଧାରଣଙ୍କ ମଧ୍ୟରେ ଚର୍ଚ୍ଚା ଚାଲିଛି। ଆଜି ସର୍ବମୋଟ ୬୮ ପରିବାର ର ୨୦୨ଜଣଙ୍କୁ ପରୀକ୍ଷା କରାଯାଇଥବା ବେଳେ ଏହି ଅଭିଯାନ ଆଗକୁ ଚାଲୁ ରହିବ ବୋଲି ପୌଲସ୍ତ୍ଯ ସାହା ସୂଚନା ଦେଇଛନ୍ତି। ସହଯୋଗ୍‌ ପାଇଁ ଇଚ୍ଛୁକ ବ୍ୟକ୍ତି ୯୩୪୮୮୪୦୬୧୧ ଯୋଗାଯୋଗ କରିବା ପାଇଁ ଶ୍ରୀ ସାହା ନିବେଦନ କରିଛନ୍ତି। ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.