ମାଲକାନଗିରି,୦୮/୦୭ (ପିପିଟି):ଉତ୍କଳ ସାହିତ୍ୟ ସଂସଦ ସଭାପତି କେଶବ ଚନ୍ଦ୍ର ନାୟକଙ୍କ ନେତୃତ୍ବରେ ମାଲକାନଗିରି ସଦର ମହକୁମାର ସ୍ଥିତ ମାଲ୍ୟବନ୍ତ ଛାତ୍ରାବାସ ପରିସରରେ ବନ ମହୋତ୍ସବ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଉତ୍କଳ ସାହିତ୍ୟ ସଂସଦ ସଭାପତି କେଶବ ଚନ୍ଦ୍ର ନାୟକ କହିଲେ ମାଲକାନଗିରି ଜିଲ୍ଲାରେ ଥିବା ଘନ ଜଙ୍ଗଲ ପୂର୍ବ ପରି ଆଉ ନାହିଁ।ଏହା ଦ୍ରୁତ ଗତିରେ ଅବକ୍ଷୟ ଆଡ଼କୁ ଗତି କରୁଛି। ଏହାର ଏକ ମାତ୍ର କାରଣ ଜନ ସଚେତନତାର ଘୋର ଅଭାବ। ଜଙ୍ଗଲ ଏକ ମୁକ୍ତ ଜାତୀୟ ସମ୍ପଦ। କେବଳ ଯେ ବନ କର୍ମଚାରୀମାନ ଏହାର ଯତ୍ନ ନେବେ, ତାହା ନୁହେଁ। ଜଙ୍ଗଲକୁ ସୁରକ୍ଷା ଦେବା ଆମ ସମସ୍ତଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ। ସେହିପରି ବନ ମହୋତ୍ସବର ତାପ୍ତର୍ଯ୍ଯ ହେଲା ସର୍ବସାଧାରଣ କିପରି ବୃକ୍ଷ ରୋପଣ କରିବା ଏବଂ ଏହାର ଯତ୍ନ ନେବେ। ବୃକ୍ଷର ଉପକାରିତା ସମ୍ପର୍କରେ ଶ୍ରୀ ନାୟକ ଉପସ୍ଥିତ ଛାତ୍ରମାନଙ୍କୁ ବୁଝାଇଥିଲେ। ସେହିପରି ମାଲକାନଗିରି ବନପାଳ ଦେବାଶିଷ ପ୍ରଧାନ ଜଙ୍ଗଲରେ ଅଗ୍ନି ସଂଯୋଗ ନକରିବା ଓ ବନ୍ୟ ଜନ୍ତୁ ନକରିବା ଉପରେ ଗୁରୁତ୍ବ ଦେବା ସହ ବୃକ୍ଷ ରୋପଣ ସମ୍ପର୍କରେ ଆଲୋକପାତ କରିଥିଲେ। ଶିକ୍ଷକ ସୂର୍ଯ୍ୟକାନ୍ତ ପାଣିଗ୍ରାହୀ ବିଶ୍ବତାପମାନ ବୃଦ୍ଧିର କାରଣ ଏବଂ ଏହାର ନିରାକରଣ ଉପରେ ମତ ବିନ୍ଯାସ କରିଥିଲେ। ଉତ୍କଳ ସାହିତ୍ୟ ସଂସଦ ସଂପାଦକ ଅନନ୍ତ କିଶୋର ନନ୍ଦ ବୃକ୍ଷର ଔଷଧୀୟ ଗୁଣ ସହ ଜୀବନ ଚର୍ଯ୍ଯାରେ ବୃକ୍ଷ ମହତ୍ତ୍ଵ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଦିବ୍ୟଜ୍ୟୋତି ପାଣିଗ୍ରାହୀ, ବନରକ୍ଷୀ ରବିନାରାୟଣ ଖଣ୍ଡୁଆଳ , ବାବୁରାମ ଦୁରୁଆ ଏବଂ ମାଲକାନଗିରି ବନାଞ୍ଚଳର ପାରାଷ୍ଟାଫ କର୍ମଚାରୀମାନେ ଯୋଗଦେଇଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ମାଲ୍ୟବନ୍ତ ପ୍ରାଙ୍ଗଣରେ ବୃକ୍ଷ ରୋପଣ କରାଯାଇଥିଲା। ଏହା କାର୍ଯ୍ୟକ୍ରମକୁ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମାଲକାନଗିରି ବନାଞ୍ଚଳ ଅଧିକାରୀ ଜଗନ୍ନାଥ ପ୍ରସାଦ ବିଷୋୟୀ ଏବଂ ମାଲକାନଗିରି ବନଖଣ୍ଡ ଅଧିକାରୀ ପ୍ରତାପ କଟ୍ଟାପଲ୍ଲୀ ପୂର୍ଣ୍ଣ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ଦୁଇ ଶହରୁ ଉର୍ଦ୍ଧ୍ବ ଅନ୍ତେବାସୀ ଯୋଗଦେଇ ସାଫଲ୍ଯ ମଣ୍ଡିତ କରିଥିଲେ। ଶେଷରେ ଅନନ୍ତ କିଶୋର ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ ମାଲକାନଗିରି)