ଆସିକା ପୁଲିସ ଦ୍ବାରା ନକଲି ଶିକ୍ଷକ ଗିରଫ।

0 1,094

ଆସିକା,୦୪/୦୭(ପିପିଟି): ଆସିକା ପୁଲିସ ଦ୍ବାରା ଜଣେ ନକଲି ଶିକ୍ଷକ ଗିରଫ । ଗିରଫ ନକଲି ଶିକ୍ଷକ ଜଣକ ଗଙ୍ଗାପୁର ଉଚ୍ଚପ୍ରାଥମିକ ବିଦ୍ୟାଳୟରେ କରୁଥିଲେ ଶିକ୍ଷକତା । ଗିରଫ ନକଲି ଶିକ୍ଷକ ଜଣକ ଶିବରାମ ମହାନ୍ତି । ନକଲି ବିଇଡି ସାର୍ଟିଫିକେଟରେ ଅନେକ ବର୍ଷ ହେବ କରୁଥିଲେ ଚାକିରି । ଉତ୍କଳ ବିଶ୍ୱବିଦ୍ୟାଳୟର ନକଲି ବିଇଡି ସାର୍ଟିଫିକେଟ ଓ ମାର୍କସିଟ ଦେଇଥିବା ନେଇ ତଦନ୍ତରୁ ଜଣା ପଡିବାପରେ ଆସିକା ବିଇଓ ଏସ୍.ଗିରିଧର ତା-୦୩/୦୭/୨୦୨୩ ରେ ଥାନାରେ ଏତାଲା ଦେଇଥିଲେ। ଆସିକା ଥାନା କେଶ ନଂ- ୩୭୧/୦୩.୦୭.୨୦୨୩ ,ଦଫା ୪୨୦/୪୬୭/୪୬୮/୪୭୧ ଅନୁଯାଇ ମାମଲା ରୁଜ୍ଜୁ ହୋଇଛି। ତଦନ୍ତ ଅଧିକାରୀ ଭାବରେ ଏସଆଇ ଜ୍ଞାନ ରଞ୍ଜନ ସେଠୀ ମାମଲାର ତଦନ୍ତ କରୁଥିଲେ। ନକଲି ଶିକ୍ଷକ ଶିବରାମ ମହାନ୍ତିଙ୍କୁ ଜୁଲାଇ ୪ ତାରିଖ ଦିନ ଗିରଫ କରାଯାଇଥିବା ନେଇ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି।

Leave A Reply

Your email address will not be published.