ଭଞ୍ଜନଗର,୦୫/୦୩(ପିପିଟି): ସ୍ଥାନୀୟ ଭେଜିପୁଟ ଓଡେଶା ଭବନରେ ଭଞ୍ଜନଗର ଜଳସେଚନ ବିଭାଜନ କର୍ମଚାରୀ ସାଂସ୍କୃତିକ ପରିଷଦ (ବିଡ଼େକା) ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଜୁ ଜୟନ୍ତୀର ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ ହୋଇଥିଲା। ଏଥିରେ ୨ଜଣ ମହିଳାଙ୍କ ସମତେ ୩୦ ଜଣ ସ୍ବେଚ୍ଛାକୃତ ରକ୍ତଦାତା ରକ୍ତଦାନ କରିଥିଲେ। ଏହି ଶିବିରକୁ ଓଡ଼ିଶାର ବିଶିଷ୍ଟ ସ୍ଥପତି ତଥା ରଥ ଆସୋସିଏଟସ୍ ର ପରିଚାଳନା ନିର୍ଦ୍ଦେଶକ ମନଞ୍ଜୟ ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭାରମ୍ଭ କରିଥିଲେ। ଏଥିରେ ଜଳସେଚନ ବିଭାଗର ନିର୍ବାହି ଯନ୍ତ୍ରୀ ଇଂ ଗୋକୁଳ ଚନ୍ଦ୍ର ପାଢୀ,ବିକ୍ରମ ପଟ୍ଟନାୟକ,୫୧ ନମ୍ବର ଜିଲ୍ଲାପରିଷଦର ସଦସ୍ୟ ଜିତେନ୍ଦ୍ର କେଶରୀ ଆରୁଖ,ବ୍ଳକ ଅଧ୍ୟକ୍ଷ ନରୀସଭା ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।
ବିଡ଼େକା ସମ୍ପାଦକ ଇଂ ସନ୍ତୋଷ କୁମାର ଗୌଡଙ୍କ ପୌରହିତ୍ୟରେ ଆୟୋଜିତ ଶିବିରକୁ ଇଂ ପ୍ରସନ୍ନ କୁମାର ସ୍ବାଇଁ,ଇଂ ରଶ୍ମି ରଞ୍ଜନ ରଥ, ରାକେଶ ପଟ୍ଟନାୟକ, ଦିଲ୍ଲିପ୍ କୁମାର ରଥ, ଅନ୍ତର୍ଯ୍ୟାମୀ ପଣ୍ଡା, ଶଙ୍କର ନାୟକ,ସୁରେଶ ବେହେରା, ରମାକାନ୍ତ ଦାସଙ୍କ ସମତେ ସାମ୍ବାଦିକ ବିଶ୍ବମ୍ବର ଜେନା ପରିଚାଳନା କରିଥିଲେ। ପ୍ରଥମେ ବିଜୁ ବାବୁଙ୍କ ଫୋଟ ଚିତ୍ରରେ ଅତିଥି ମାନେ ଦୀପ ପ୍ରଜ୍ଜଳନ ଓ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ରକ୍ତଦାନ ଶିବିର ଆରମ୍ଭ ହୋଇଥିଲା । ଏଥିରେ ଭଞ୍ଜନଗର ରକ୍ତ ଭଣ୍ଡାର କର୍ମଚାରୀ ମାନେ ଏବଂ ବିଡେକାର ସଦସ୍ୟମାନେ ସହଯୋଗ କରିଥିଲେ।
(ରିପୋର୍ଟ- ଜେକେ ପଟ୍ଟନାୟକ। )