ମାଲକାନଗିରି,୧୭/୦୯(ପିପିଟି): ଆଜି ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଅଣ୍ଡ୍ରାହାଲ ବିଏସଏଫ କ୍ଯାମ୍ପରେ ୭୦୦ ମାଓ ସମର୍ଥକ ଆତ୍ମ ସମର୍ପଣ କରିଥିବା ଜଣା ପଡିଛି । ତନ୍ମଧ୍ଯରୁ ୩୦୦ ଜଣ ମିଲିସିଆ ମାଓବାଦୀ ରହଥିବା କୁହାଯାଇଛି । ଏହି ମାଓ ସମର୍ଥକମାନେ ହେଲେ ଖଇରପୁଟ ବ୍ଲକ ଅନ୍ତର୍ଗତ ଭଜଗୁଡା, ବିଷେୟୀଗୁଡା,ଖଲଗୁଡା,ପାତ୍ରପୁଟ,ଓଣ୍ଡେଇ ପଦର, ସମ୍ବଲପୁର ଏବଂ ସିନ୍ଦିପୁଟ ଗ୍ରାମର ବାସିନ୍ଦା । ସେହିପରି ଆନ୍ଧ୍ର ପ୍ରଦେଶ ରାଜ୍ଯର ଆଲାରୁ ସୀତାରାମ ଜିଲ୍ଲା ଅନ୍ତର୍ଗତ ପାଡାଲପୁଟ, କୁସୁମପୁଟ,ମାଟାମପୁଟ, ଏବଂ ଯୋଡିଗୁମ୍ମା ଗ୍ରାମର ମାଓ ସମର୍ଥକମାନେ ମଧ୍ଯ ମାଲକାନଗିରି ଜିଲ୍ଲାର ବିଏସଏଫ କ୍ଯାମ୍ପରେ ଆଜି ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି । ସେମାନେ ମାଓବାଦୀ ଚିନ୍ତାଧାରାରୁ ବିଛିନ୍ନ ହୋଇ ଓଡିଶା ସରକାରଙ୍କ ବିକାଶ ମୂଳକ କାର୍ଯ୍ଯରେ ଅନୁପ୍ରଣିତ ହୋଇ ଆତ୍ମସମର୍ପଣ କରିଥିବା କୁହାଯାଇଛି । ବର୍ତ୍ତମାନ ସରକାର ରାସ୍ତା ନିର୍ମାଣ,ପାନୀୟ ଜଳ ଯୋଗାଣ, ବିଦ୍ଯୁତି କରଣ,ସ୍ବାସ୍ଥ୍ଯ ସୁବିଧା, ମୋବାଇଲ ଟାୱାର ସ୍ଥାପନ ଆଦି କାର୍ଯ୍ଯ ମାଓ ଅଞ୍ଚଳରେ ଦ୍ରୁତଗତିରେ କରୁଥିବା ଯୋଗୁଁ ମାଓ ସଂଗଠନକୁ ବର୍ଜନ କରି ବର୍ତ୍ତମାନ ସମାଜର ମୁଖ୍ଯ ସ୍ରୋତରେ ସାମିଲ ହେବା ପାଇଁ ଆତ୍ମ ସମର୍ପଣ କରିଥିବା କୁହାଯାଇଛି । ସେମାନେ ସାଥିରେ ଆଣିଥିବା ମାଓ ପୋଷାକଗୁଡିକୁ ଅଗ୍ନି ସଂଯୋଗ କରି ପୋଡି ଦେବା ସହ “ମାଓବାଦୀ ମୁର୍ଦ୍ଦାବାଦ,ଆମ ସରକାର ଜୀନିଦାନବାଦ” ସ୍ଲୋଗାନ ଦେଇଥିଲେ । ପ୍ରକାଶ ଥାଉ କି,ଗତ ତା:୨.୬.୨୦୨୨ରେ ୫୦ ଜଣ ହାଡକୋର ମାଓବାଦୀ ବିଏସଏଫ କ୍ଯାମ୍ପରେ ଆତ୍ମ ସମର୍ପଣ କରିଥିଲା ବେଳେ ତା:୧୧.୬.୨୦୨୨ରେ ୩୪୭ ଜଣ ଏବଂ ତା: ୨୨.୮.୨୦୨୨ରେ ୫୫୦ ଜଣ ମାଓ ସମର୍ଥକ ମାଲକାନଗିରି ସ୍ଥିତ ଜାନବାଇ ବିଏସଏଫ କ୍ଯାମ୍ପରେ ଆତ୍ମସମର୍ପଣ କରିଥିଲେ । ଆଜିର ଆତ୍ମସମର୍ପଣ କାର୍ଯ୍ଯକ୍ରମରେ କୋରାପୁଟ ଡିଆଇଜି ରାଜେଶ ପଣ୍ଡିତ, ମାଲକାନଗିକି ଏସପି ନିତେଶ ୱାଧାୱାନୀ,ବିଏସଏଫେ ଡିଆଇଜି ମଦନଲାଲ, ୬୫-ବିଏସଏଫ ବାଟାଲିୟନ ସିଓ ଟି.ଏସ. ରେଡ୍ଡେ ଉପସ୍ଥିତ ଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)
Prev Post