ବିଏସଏଫ ବାହିନୀ ଦ୍ବାରା ଆଦିବାସୀ ଗାଁରେ ଜନ କଲ୍ଯାଣ କାର୍ଯ୍ଯ ।

0 233

ମାଲକାନଗିରି,୧୨/୦୧(ପିପିଟି): ମାଲକାନଗିରି ଜିଲ୍ଲାରେ ବିଏସଏଫ ବାହିନୀ ପକ୍ଷରୁ ଜନକଲ୍ୟାଣ କାର୍ଯ୍ୟ ଆଦିବାସୀ ଗ୍ରାମାଞ୍ଚଳରେ ଆରମ୍ଭ କରାଯାଇଛି। ଆଣ୍ଟି ନକ୍ସଲ ଅପରେସନ ସହ ବିଏସଏଫ ବାହିନୀର ଯବାନମାନେ ପ୍ରତିମାସରେ ଗୋଟିଏ ଆଦିବାସୀ ଗାଁରେ ଜନ କଲ୍ୟାଣ କାର୍ଯ୍ୟକ୍ରମ କରିବେ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଗରିବ ଲୋକଙ୍କୁ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇବା ସହ ଘରୋଇ ସାମଗ୍ରୀ ଓ ଖାଦ୍ୟ ବସ୍ତ୍ର ବଣ୍ଟନ କରାଯିବ । ଏହି ପରିପ୍ରେକ୍ଷୀରେ ଆଜି ମାଓ ପ୍ରବଣ ସ୍ୱାଭିମାନ ଅଞ୍ଚଳର ଆନ୍ଧ୍ର ଓଡ଼ିଶା ସୀମାନ୍ତ ଗାର୍ଗୀପଦର ଗାଁ ସହ ଓଡ଼ିଶା ଛତିଶଗଡ଼ ସୀମାନ୍ତ ଟେମୁରପାଲ୍ଲୀ ଓ କିଆଙ୍ଗ ଗାଁରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଗତ ୭ ଦଶନ୍ଧି ଧରି ଏହି ଗାଁ ଗୁଡିକ ନକ୍ସଲପନ୍ଥୀଙ୍କ କବଳରେ ଥିଲା । ଗାଁ’ ର ଆବାଳ ବୃଦ୍ଧ ବନିତା ସମସ୍ତେ ଥିଲେ ଦିନେ ନକ୍ସଲଙ୍କ ସମର୍ଥକ । ମାଲକାନଗିରି ପୋଲିସର ଉଦ୍ୟମରେ ଚିତ୍ରକୋଣ୍ଡା ବ୍ଲକର ସ୍ୱାଭିମାନ ଅଞ୍ଚଳ ସହ ମାଥିଲି ବ୍ଲକର ଟେମୁରପାଲ୍ଲୀ ଓ କିଆଙ୍ଗ ଅଞ୍ଚଳରେ ବିଏସଏଫ କ୍ୟାମ୍ପ ସ୍ଥାପନା ହେବା ପରେ ଗାଁର ଚିତ୍ର ବଦଳିଯାଇଛି । ନକ୍ସଲମାନେ ଆଦିବାସୀ ମାନଙ୍କୁ ଭୟଭିତ କରି ନିଜ କବଳରେ ରଖି ଆସୁଥିବା ବେଳେ ବର୍ତ୍ତମାନ ବିଏସଏଫ ଯବାନମାନେ ଆଦିବାସୀଙ୍କ ନିକଟତର ହୋଇ ସେମାନଙ୍କ ହୃଦୟ ଜିତିବାରେ ଲାଗିଛନ୍ତି ।ଗରିବ ଲୋକଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇବା ସହ ଘରୋଇ ସାମଗ୍ରୀ ବଣ୍ଟନ କରିଛନ୍ତି । ସେମାନଙ୍କ ସହ ଭୋଜିଭାତ କରି ଖାଇବା ସହ ପରସ୍ପର ମଧ୍ଯରେ ସୁସଂପର୍କ ସ୍ଥାପନ କରିଛନ୍ତି । ପରେ ଗାଁ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ମାଗଣା ଔଷଧ ପ୍ରଦାନ କରିଛନ୍ତି । ଏହା ଛଡା ଶୀତ ବସ୍ତ୍ର , ଚାଷ ସାମଗ୍ରୀ ଓ ଘରୋଇ ଉପକରଣ ମଧ୍ୟ ବଣ୍ଟାକରିଛନ୍ତି । ଆଦିବାସୀ ଲୋକଙ୍କ ନିକଟତର ହୋଇ ନକ୍ସଲ ସମସ୍ୟାର ସମାଧାନ କରିବାକୁ ନୂତନ କୌଶଳ ଆପଣେଇଛନ୍ତି ବିଏଏଫ ବାହିନୀ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.