କୋଦଳା,୦୨/୧୨(ପିପିଟି): ଗୁରୁବାର କୋଦଳା ଦଣ୍ଡିଶ୍ୱର ମନ୍ଦିର ନିକଟସ୍ଥ ଦିବ୍ୟାଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମ ପରିସର ରେ କୋଦଳା ଶାଖାର ୨୮ ତମ ବାର୍ଷିକ ଉତ୍ସବ ଅବସର ରେ ଏକ “ମେଗା ରକ୍ତଦାନ ଶିବିର” ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ କୋଦଳା ତହସିଲଦାର ସସ୍ମିତା ଶତପଥୀ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ପ୍ରଥମ ରକ୍ତଦାତା ଭାବେ ରକ୍ତଦାନ କରି ଅନ୍ୟମାନଙ୍କୁ ଉତ୍ସାହିତ କରିଥିଲେ । ପରେ ପରେ ଦିବ୍ୟାଙ୍ଗ ଯୁବକ ଭାଗିରଥି ବିଶୋଇଙ୍କ ସମେତ ୧୩୦ଜଣ ରକ୍ତଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ଦିବ୍ୟ ଜୀବନ ସଙ୍ଘ ସଭାପତି ଶିକ୍ଷାବିତ୍ତ ଉପମନ୍ୟୁ ଶତପଥୀ, ଆମ ଓଡିଶା ବ୍ରହ୍ମପୁର ସଂସ୍କରଣ ସଂଯୋଜକ ବସନ୍ତ କୁମାର ପଣ୍ଡା, ଶିକ୍ଷକ ଗୌରହରୀ ପୋଲେଇ,ଲାଞ୍ଜିପଲୀ ମହିଳା ଶାଖା ମୁଖ୍ୟ ଶାନ୍ତିଭୂଷଣ ପଣ୍ଡା, କୋଦଳା ଶ୍ରୀ ଗଣେଶ ଯୁବକ ସଙ୍ଘ ସଭାପତି ସନ୍ତୋଷ କୁମାର ପ୍ରଧାନ,ଯୋଗଦେଇଥିବା ସମାଜସେବୀ ଗୋପବନ୍ଧୁ ଆଚରି, ସୋମେଶ ପାତ୍ର, ଶିବ ଶଙ୍କର ପାତ୍ର,ସି ଏଚ ଉତ୍ତମ ନାୟକ, ନାରାୟଣ ସାହୁ,ଶିକ୍ଷକ ନୀଳକଣ୍ଠ ଦାଶ, ଦୀପକ ବିଶୋଇ, ସମାଜସେବୀ ସୁଧାକର ନାୟକ, ଗୁଣ୍ଡିଚା ରାଣୀ ପାତ୍ର,କ୍ଷୀରସିନ୍ଧୁ ପାତ୍ର, ନାରାୟଣ ସାହୁ,ମିତାରାଣୀ ପାତ୍ର ସମେତ ଦିବ୍ୟାଜୀବନ ସଙ୍ଘର ସଦସ୍ୟ ସଦସ୍ୟା ଓ ସ୍ବେଛାସେବୀ ଅନୁଷ୍ଠାନ “ବିପଦର ବନ୍ଧୁ ” ସଦସ୍ୟ ଏବଂ କୋଦଳା ଗ୍ରାମବାସୀ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ ସହିତ ସହଯୋଗ କରିଥିଲେ ।
(ରିପୋର୍ଟ- ସୂର୍ଯ୍ୟ ନାରାୟଣ ବଡୁ ।)