ଘୋଡାପଲାଣ ସରପଞ୍ଚ ନିଜ ସମର୍ଥକଙ୍କ ସହ ବିଜେଡିରେ ସାମିଲ ହେଲେ।

0 469

ପୋଲସରା,୩୧/୧୦(ପିପିଟି): ପୋଲସରା ବ୍ଲକ ଅନ୍ତର୍ଗତ ଘୋଡାପଲାଣ ଗ୍ରାମ ଠାରେ ଘୋଡାପଲାଣ ପଞ୍ଚାୟତ ବିଜୁ ଜନତା ଦଳର ମିଶ୍ରଣ ପର୍ଵ ଅନୁଷ୍ଠିତ ହୋଇଯାଇଛି। ଘୋଡ଼ାପଲାଣ ପଞ୍ଚାୟତ ବିଜେପି ସରପଞ୍ଚ ସୁଲୋଚନା ଦାସଙ୍କ ନେତୃତ୍ୱରେ ୩୦୦ ରୁ ଉର୍ଦ୍ଧ୍ବ ବିଜେପି ପରିବାର ବିଜେପି ଦଳ ତ୍ୟାଗ କରି ବିଜୁ ଜନତା ଦଳରେ ମାନ୍ୟବର ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତିରେ ସାମିଲ ହୋଇଛନ୍ତି। ଜନ ପ୍ରତିନିଧି ଓ ଗ୍ରାମବାସୀ ଉପସ୍ଥିତ ଥିଲେ। ଘୋଡାପଲାଣ ହେଉଛି ପୂର୍ବତନ ବିଧାୟକ ନିରଞ୍ଜନ ପ୍ରଧାନଙ୍କ ଗ୍ରାମ। ଦୀର୍ଘ ବର୍ଷ ଧରି ଘୋଡାପଲାଣ ପଞ୍ଚାୟତ ପୂର୍ବତନ ବିଧାୟକ ନିରଞ୍ଜନ ପ୍ରଧାନଙ୍କ ନିୟନ୍ତ୍ରଣରେ ରହି ଆସିଛି। ଆଗାମୀ ପଞ୍ଚାୟତ ନିର୍ବାଚନ ଗଡ ସୁରକ୍ଷିତ ରହିବ ନା ହାତରୁ ଖସିବ ଦେଖିବାକୁ ରହିଲା।

Leave A Reply

Your email address will not be published.