ଛାତ୍ର ଛାତ୍ରୀଙ୍କୁ ତୁରନ୍ତ କରୋନା ଟୀକା ପ୍ରଦାନ କରାଯାଉ ।

0 3,163

ବ୍ରହ୍ମପୁର,୦୫/୦୭(ପିପିଟି);ଆଜି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଛାତ୍ର କଂଗ୍ରେସର ସଭାପତି ବିକାଶ ପଶୁପାଳକ ଛାତ୍ର କଂଗ୍ରେସ କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ଯେ ଭାରତ ସରକାର ଛାତ୍ର ଛାତ୍ରୀମାନଙ୍କୁ ଟୀକା ଦେବା ପାଇଁ ଏ ପର୍ଯ୍ୟନ୍ତ କୌଣସି ବ୍ୟବସ୍ଥା କଲେ ନାହିଁ । ଏକ ଭୟାବହ ପରିସ୍ଥିତି ଭିତରେ କରୋନା ମହାମାରୀ ତାର କାୟା ବିସ୍ତାର କରୁଥିବା ବେଳେ ସରକାର କିପରି ଛାତ୍ର ଛାତ୍ରୀଙ୍କୁ ଅଣଦେଖା କରିଛନ୍ତି ତାହା ଆଶ୍ଚର୍ଯ୍ୟର ବିଷୟ । ଆଗାମୀ ଦିନରେ କରୋନାର ତୃତୀୟ ଲହର ମାଡିଯିବାର ସମ୍ଭାବନା ଅଛି ବୋଲି ବିଶେଷଜ୍ଞମାନେ କହୁଛନ୍ତି । ମାତ୍ର ସେ ଦିଗରେ ସରକାର ତତ୍ପର ନାହାନ୍ତି । ଆମ ରାଜ୍ୟ ସରକାର ମଧ୍ୟ ଏ ପ୍ରସଙ୍ଗ ଉତ୍‌ଥାପନ କରୁନାହାନ୍ତି । ଛାତ୍ର ଛାତ୍ରୀମାନେ ଗୋଷ୍ଠୀ ସଂକ୍ରମଣର ଶିକାର ହେବାର ଆଶଙ୍କା ରହିଛି । କାରଣ ଗୋଟିଏ ଶ୍ରେଣୀ ଗୃହରେ ୧୦୦ ରୁ ଅଧିକ ଛାତ୍ର ଛାତ୍ରୀଙ୍କ ଉପସ୍ଥିତି ଏପରିକି ଡ୍ୟାନ୍ସ କ୍ଲାସ ଏବଂ ବିଭିନ୍ନ ଶିକ୍ଷାଦାନ କ୍ଷେତ୍ରରେ ଛାତ୍ରଛାତ୍ରୀମାନେ ଏକାଠି ଶ୍ରେଣୀ ଗୃହରେ ବସିଥାନ୍ତି । ତେଣୁ ସରକାର ଯୁଦ୍ଧକାଳୀନ ଭିତିରେ ଛାତ୍ରଛାତ୍ରୀମାନଙ୍କ ପାଇଁ କରୋନା ଟୀକାର ବ୍ୟବସ୍ଥା ତୁରନ୍ତ କରନ୍ତୁ । ପୂର୍ବରୁ କଂଗ୍ରେସ ସରକାର ସମୟରେ ବସନ୍ତ, ପୋଲିଓ ଇତ୍ୟାଦି ଟୀକା ଦେବାରେ ଛାତ୍ରଛାତ୍ରୀମାନଙ୍କ ପ୍ରସଙ୍ଗକୁ ପ୍ରାଥମିକତା ଦିଆଯାଉଥିଲା । ମାତ୍ର ରାଜ୍ୟ ଓ କେନ୍ଦ୍ର ସରକାର ଛାତ୍ରଛାତ୍ରୀମାନଙ୍କ କଥାକୁ ଭୁଲିଯାଇଛନ୍ତି । ଟୀକା କାହାର ବୋଲି ଉଭୟ ନବୀନ ଓ ମୋଦି ଲଢ଼େଇରେ ବ୍ୟସ୍ତ । ପୋଷ୍ଟର ଚିରା, ଫଟୋ ଚିରା, ଫଟୋ ରଖା, ଦଳୀୟ ପତାକା ଉଡା କାର୍ଯ୍ୟରେ ଉଭୟ ବିଜେଡି ବିଜେପି ମାତିଛନ୍ତି । ମାତ୍ର ଛାତ୍ରଛାତ୍ରୀଙ୍କ କଥା କେହି କହୁନାହାନ୍ତି । ପେଟ୍ରୋଲ ଓ ଡିଜେଲରେ ତଣ୍ଟି ଚିପି ଜନସାଧାରଣଙ୍କ ଠାରୁ ଅର୍ଥ ଆଦାୟ ହେଉଥିବା ବେଳେ ବିଜେପି ସରକାର ପକ୍ଷରୁ ମାଗଣା ଟୀକା ଦିଆଯାଉଛି ବୋଲି ଘୋଷଣା କରିବା ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ପଶୁପାଳକ କହିଛନ୍ତି । ଏପଟେ ଓଡିଶା ସରକାର କୋଭିଡ୍ ଚିକିତ୍ସାର ବିଭିନ୍ନ ଉପକରଣ କିଣାରେ ବ୍ୟାପକ ଦୁର୍ନୀତିରେ ଛନ୍ଦି ହୋଇପଡିଛନ୍ତି । ସେପଟେ ମୋଦି ଓ ନବୀନ କୋଭିଡ୍ ମୃତ୍ୟୁକୁ ଲୁଚାଇବାକୁ ଚକ୍ରାନ୍ତ ଚଳାଇଛନ୍ତି । ଗଙ୍ଗା ନଦୀରେ ହଜାର ହଜାର କୋଭିଡ୍ ମୃତକଙ୍କ ଶବ ଭାସୁଥିବା ବେଳେ କୋଭିଡ୍ ନିୟନ୍ତ୍ରଣର ଡିଣ୍ଡିମ ପିଟି ମୋଦି ଖୁସି ହେଉଛନ୍ତି । ଭାରତବାସୀ ଓ ଓଡିଶାବାସୀଙ୍କ ପାଇଁ ଏହାଠାରୁ ବିଡମ୍ବନା ଆଉ କଣ ହୋଇପାରେ ବୋଲି ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ନିଜର ମତବ୍ୟକ୍ତ କରିଛନ୍ତି ।

(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.