୧୦୮ ଗରା ସୁବାସିତ ଜଳରେ ସ୍ନାନ କଲେ ତିନିଠାକୁର ।

0 324

ଉଲୁଣ୍ଡା,୨୪/୦୬(ପିପିଟି);ଶ୍ରୀ ଜଗନ୍ନାଥଙ୍କ ଅନନ୍ୟ ଲିଳା କ୍ଷେତ୍ର ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୋଟସମଲାଇ ସ୍ଥିତ ପାତାଳୀ ଶ୍ରୀକ୍ଷେତ୍ରରେ ଆଜି ଆନନ୍ଦ ଉଳ୍ଳାସର ସହିତ ଶ୍ରୀଜୀଉମାନଙ୍କ ସ୍ନାନଯାତ୍ରା ଆଜି ଅନୁଷ୍ଠିତ ହୋଇଯାଇଛି । ଛଳିଆ ପାହାଡ ସ୍ଥିତ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିରର ସ୍ନାନମଣ୍ଡପରେ ଶ୍ରୀଜୀଉମାନଙ୍କ ସ୍ନାନଯାତ୍ରା ଆଜି ନିତିକାନ୍ତିରେ ଅନୁଷ୍ଠିତ ହୋଇଯାଇଛି । ଆଜି ସକାଳୁ ତିନିଠାକୁରଙ୍କ ନୀତିକାନ୍ତି ଓ ଭୋଗଲାଗି ହେବାପରେ ସେବାୟତମାନେ ଠାକୁରମାନଙ୍କୁ ମନ୍ଦିର ରୁ ପହଣ୍ଡିରେ ଆଣି ସ୍ନାନ ମଣ୍ଡପରେ ବିରାଜମାନ କରାଇ ପୂଜକଙ୍କ ଦ୍ୱାରା ପାରଂପରିକ ପୂଜାର୍ଚ୍ଚନା ସରିବାପରେ ଭକ୍ତଙ୍କ ଦ୍ବାରା ଅଣାଯାଇଥିବା ୧୦୮ ଗରା ସୁବାସିତ ଜଳରେ ତିନିଠାକୁରଙ୍କୁ ସ୍ନାନ କରାଯାଇଥିଲା । କରୋନା କଟକଣା ଥିବାରୁ ଅଳ୍ପ ସଂଖ୍ୟକ ସେବାୟତ ଓ ମନ୍ଦିର ପରିଚାଳନା କାଇଟିର କର୍ମକର୍ତା ମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ସମ୍ପାଦନ କରିଥିବାବେଳେ ଶ୍ରଦ୍ଧାଳୁ ମାନଙ୍କୁ ଠାକୁରଙ୍କ ସ୍ନାନଯାତ୍ରା ଦର୍ଶନ ଏବଂ ମନ୍ଦିର ପ୍ରବେଶ ନିଷେଧ କରାଯାଇଛି । ସମସ୍ତ ବିଧି ଯେମିତି ସୁରୁଖୁରୁରେ ସମାପନ ହେବ ସେଥିପାଇଁ ମନ୍ଦିର ପରିସରରେ ପାତାଳୀ ଟ୍ରଷ୍ଟ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ଏହା ସହିତ ଜିଲାର ବିଭିନ୍ନ ଶ୍ରୀ ଜଗନ୍ନାଥ ମନ୍ଦିରରେ ମଧ୍ୟ କରୋନା କଟକଣା ପ୍ରକାରେ ସିମୀତ ସେବାୟତମାନଙ୍କ ଉପସ୍ଥିତିରେ ମନ୍ଦିର ପରିସରରେ ସ୍ନାନଯାତ୍ରା ଅନୁଷ୍ଠିତ ହୋଇଯାଇଛି ।

(ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ। )

Leave A Reply

Your email address will not be published.