ବାବୁଲା ରାୟଙ୍କ ଦେହାନ୍ତ, ତ୍ରିଜଙ୍ଗାକୁ ମୁରବୀଶୂନ୍ୟ କଲା: ପୂର୍ବତନ ଅର୍ଥମନ୍ତ୍ରୀ ।

0 48

ଯାଜପୁର,୧୯/୦୬(ପିପିଟି); ଦାନଗଦୀ ବ୍ଲକ ତ୍ରିଜଙ୍ଗା ପଞ୍ଚାୟତର ବିଜୁ ଜନତା ଦଳ ସଭାପତି ସ୍ୱର୍ଗତ ବାବୁଲା(ପ୍ରଫୁଲ) ରାୟଙ୍କ ଆକସ୍ମିକ ବିୟୋଗ, ମୋ ପାଇଁ ଅପୂରଣୀୟ କ୍ଷତି। ବାବୁଲା ମୋ ପୁଅ ପରି; ବ୍ୟକ୍ତିଗତ ଭାବେ କହିବି ସେ ଜଣେ ଭଲ ମଣିଷଟିଏ ଥିଲା। ଲୋକଙ୍କ ସେବାକୁ ସର୍ବଦା ପ୍ରାଥମିକତା ଦେଉଥିବାରୁ ଆମ ଦଳ ବିଜେଡି ସମର୍ଥନରେ ତାଙ୍କୁ ତ୍ରିଜଙ୍ଗା ସରପଞ୍ଚ ଭାବେ ନିର୍ବାଚିତ କରାଇଥିଲୁ। ଯଦିଓ ସେ ବିଜେଡିର ନେତୃତ୍ୱ ନେଉଥିଲେ,କିନ୍ତୁ ତାଙ୍କର ମିଷ୍ଟଭାଷୀ ବ୍ୟବହାର ପାଇଁ ଦଳମତ ନିର୍ବିଶେଷରେ ସମସ୍ତେ ତାଙ୍କୁ ଭଲ ପାଉଥିଲେ। ବାବୁଲାଙ୍କ ଅନୁପସ୍ଥିତି ତ୍ରିଜଙ୍ଗାକୁ ମୁରୁବୀଶୂନ୍ୟ କରିଦେଇଛି । ତାଙ୍କର ଅବର୍ତ୍ତମାନର ସମ୍ବାଦ,ମୋତେ ଗଭୀର ମର୍ମାହତ କରିଛି । ବାବୁଲାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଏଭଳି ଦୁଃଖଦ ମୁହୂର୍ତ୍ତରେ ଭଗବାନ ତାଙ୍କର ଶୋକସନ୍ତପ୍ତ ପରିବାରବର୍ଗକୁ ଶକ୍ତି ପ୍ରଦାନ କରନ୍ତୁ।

Leave A Reply

Your email address will not be published.