ସୀମାନ୍ତରେ ୬ ମାଓବାଦୀ ନିହତ,ବିପୁଳ ବିସ୍ଫୋରକ ସାମଗ୍ରୀ ଜବତ ।

0 401

ମାଲକାନଗିରି,ତ:୧୬/୦୬(ପିପିଟି); ମାଲକାନଗିରି ସୀମାନ୍ତରେ ଆଜି ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ପୋଲିସ ଏନକାଉଣ୍ଟରରେ ୬ ମାଓବାଦୀ ନିହତ ହୋଇଥିବା ଖବର ମିଳିଛି । ଘଟଣାସ୍ଥଳରୁ ଗୋଟିଏ ୭ଟି ବନ୍ଧୁକ ସହ ବହୁ ପରିମାଣରେ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ତେବେ ମାଲକାନଗିରି ସୀମାନ୍ତ ଆନ୍ଧ୍ର ପ୍ରଦେଶ ବିଶାଖାପାଟଣା ଜିଲ୍ଲା ଥିଗାଲମେଟ୍ଟା ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । କୋୟୁର ମଣ୍ଡଳର ଥିଗାଲମେଟ୍ଟା ଘଞ୍ଚ ଜଙ୍ଗଲରେ ମାଓବାଦୀଙ୍କ ଗତିବିଧି ନେଇ ଗୁଇନ୍ଦା ବିଭାଗକୁ ସୂଚନା ମିଳିବା ପରେ ଯବାନମାନେ ଭୋରରୁ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ମାଓବାଦୀମାନେ ସେହି ଜଙ୍ଗଲରେ କ୍ଯାମ୍ପ କରି ରହଥିବା ବେଳେ ଯବାନଙ୍କ ସହିତ ମାଓବାଦିଙ୍କ ମଧ୍ଯରେ ୩ ଘଣ୍ଟା ପର୍ଯ୍ଯନ୍ତ ଗୁଳି ବିନିମୟ ହୋଇଥିଲା । ପରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇ ଖସି ଯାଇଥିଲେ ।ଯବାନମାନେ ଗୁଳିରେ ୬ ଜଣ ମାଓବାଦୀ ଶବ ଯବତ କରିବା ସହ ଘଟଣାସ୍ଥଳରୁ ବହୁ ବିସ୍ଫୋକ ସାମଗ୍ରୀ ଜବତ କରିଥିବା ସୂଚନା ମିଳିଛି ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ, କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.