ପାଇଖାନା ବିଲ୍ କରିବାକୁ ବିଡିଓ ମାଗୁଛନ୍ତି ପିସି;ମାଲକାନଗିରି ବ୍ଲକ ସମ୍ମୁଖରେ ସପରିବାରେ ଠିକାଦାରଙ୍କ ଧାରଣା ।

0 407

ମାଲକାନଗିରି,ତା:୧୧/୦୬(ପିପିଟି);ମାଲକାନଗିରି ବ୍ଲକ ସମ୍ମୁଖରେ ଠିକାଦାର ନନ୍ଦ ଦୁଲାଲ ମଜୁମଦାର ଇନ୍ଦିରା ଆବାସ ଏବଂ ପାଇଖାନା ନିର୍ମାଣ କରିଥିଲେ ମଧ୍ଯ ବିଡିଓଙ୍କ ଦାବି ମୁତାବକ ପିସି ନଦେବାରୁ ୫ ମାସ ହେଲା ୧୬ ଲକ୍ଷ ୫୮ ହଜାର ଟଙ୍କାର ବିଲ୍ ହୋଇ ପାରୁ ନାହିଁ । ଫଳରେ ବିଡିଓଙ୍କ କାର୍ଯ୍ଯାଳୟ ସମ୍ମୁଖରେ ସପରିବାରେ ଆଜି ସକାଳ ଠାରୁ ଧାରଣାରେ ବସିଥିବା ଦେଖିବାକୁ ମିଳିଛି । ସମସ୍ତ ଟଙ୍କା ନମିଳିବା ପର୍ଯ୍ଯନ୍ତ ସେ ଏହି ଧାରଣା ଅବ୍ଯାହତ ରହିବ ବୋଲି ନନ୍ଦ ଦୁଲାଲ ମଜୁମଦାର ପ୍ରକାଶ କରିଛନ୍ତି । ପ୍ରାପ୍ତ ସୂଚନାରୁ ଜଣା ପଡିଛି ଯେ, ମାଲକାନଗିରି ବ୍ଲକ୍ ଅନ୍ତର୍ଗତ ଏମଭି-୭ (ଜଗନ୍ନାଥପଲ୍ଲୀ) ଗ୍ରାମର ଠିକାଦାର ନନ୍ଦ ଦୁଲାଲ ମଜୁମଦାର ମାଲକାନଗିରି ବ୍ଲକ୍ ବିଡିଓ ଅଜୟ କୁମାର ପ୍ରଧାନ ଏବଂ ପିଇଓ ବିଷ୍ଣ ଚରଣ ତ୍ରିପାଠୀଙ୍କ ନିର୍ଦ୍ଦେଶ ଅନୁସାରେ ୫ ମାସ ତଳେ ୭ ଗୋଟି ଅର୍ଦ୍ଧ ନିର୍ମିତ ଇନ୍ଦିରା ଆବାସ ନିର୍ମାଣ କରିଥିବା ବେଳେ ଗୌଡଗୁଡା ପଞ୍ଚାୟତରେ ୧୪ଟି ନୂତନ ପାଇଖାନା,ଗୋରଖୁଣ୍ଚା ପଞ୍ଚାୟତରେ ୩୧ଟି ନୂତନ ପାଇଖାନା,ଶିଖା ପଲ୍ଲୀ ପଞ୍ଚାୟତରେ ୨୪ଟି ନୂତନ ପାଇଖାନା, ତଣ୍ଡାପଲ୍ଲୀ ପଞ୍ଚାୟତରେ ୨୮ ନୂତନ ପାଇଖାନା, ତମସା ପଞ୍ଚାୟତରେ ୧୭ଟି ନୂତନ ପାଇଖାନା ନିର୍ମାଣ କରିଛନ୍ତି । ଗୋଟାଏ ପାଇଖାନା ନିର୍ମାଣ ବାବଦକୁ ସରକାରୀ ଭାବେ ୧୨ ହଜାର ଟଙ୍କା ଖର୍ଚ୍ଚ ଅଟ୍ଟକଳ ରଖାଯାଇଥିବା ବେଳେ ପାଇଖାନା ନିର୍ମାଣ ବାବଦକୁ ୧୩ ଲକ୍ଷ୬୮ ହଜାର ଏବଂ ଇନ୍ଦିରା ଆବାସ ନିର୍ମାଣ ବାବଦକୁ ୨ ଲକ୍ଷ ୯୦ ହଜାର ଟଙ୍କା ଅର୍ଥାତ ସର୍ବ ମୋଟ ୧୬ ଲକ୍ଷ ୫୮ ହଜାର ଟଙ୍କା ଜନୈକ ଠିକାଦାର ପାଇବାର ଅଛି । କିନ୍ତୁ ମାଲକାନଗିରି ବିଡିଓ ୫ ମାସ ହେଲା ଠିକାଦାର ନନ୍ଦ ଦୁଲାଲକୁ ଦୈଡାଉଥିଲେ ମଧ୍ଯ ୧୬ ଲକ୍ଷ ୫୮ ହଜାର ପ୍ରାପ୍ତ ଅର୍ଥ ବିଲ୍ ପେମେଣ୍ଟ କରୁ ନାହାନ୍ତି । ସେ ବ୍ଲକ୍ କୁ ଧାଇଁ ଧାଇଁ ଶେଷରେ ବିଡିଓଙ୍କୁ ବିଲ୍ କରିବା ପାଇଁ ଗତ ୬ ତାରିଖରେ ମଧ୍ଯ ଲିଖିତ ଦରଖାସ୍ତ କରିଥିଲେ । କିନ୍ତୁ ବିଡିଓ ଶେଷରେ କହିଲେ ଯେ ପ୍ରତି ପାଇଖାନା ବାବଦକୁ ୧୦୦୦(ହଜାର ଟଙ୍କା) ଲେଖାଏଁ ପିସି ଦେଲେ ବିଲ୍ ପ୍ରସ୍ତୁତ ହେବା ହୋଇ ପାରିବ । ଜନୈକ ଠିକାଦାର ମଜୁମଦାର କହିଲେ ଯେ ୨୦୧୪ ରେ ପ୍ରତି ପାଇଖାନା ନିର୍ମାଣ ଲାଗି ସରକାର ୧୨ ହଜାର ଟଙ୍କା ଖର୍ଚ୍ଚ ଅଟ୍ଟକଳ ରଖିଥିବା ବେଳେ ୨୦୨୧ରେ ମଧ୍ଯ କଞ୍ଚାମାଲର ଦର ବଢିବା ସତ୍ବେ ମଧ୍ଯ ସେହି ୧୩ ହଜାର ଟଙ୍କା ମୂଲ୍ଯ ରହିଛି,ଏଣୁ ପାଇଖାନା ନିର୍ମାଣ କଲେ ଏକ କ୍ଷତି ସହିବାକମ ପଡୁଥିବାରୁ ହଜାର ଟଙ୍କା ଲେଖୀଏଁ ପିସି ଦେବା ସମ୍ଭବ ନାହିଁ । ବିନା ପିସିରେ ସମସ୍ତ ପେମେଣ୍ଟ ନେବାକୁ ଯିଦିରେ ଅଟଳ ରହିଥିବା ଜନୈକ ଠିକାଦାର ଆଜି ମାଲକାନଗିରି ବ୍ଲକ୍ କାର୍ଯ୍ଯାଳୟକ ମୁଖ୍ଯ ଫାଟକ ସମ୍ମୁଖରେ ସପରିବାରେ ଧାରଣାରେ ବସିଛନ୍ତି । ଠିକାଦାରଙ୍କ ପତ୍ନୀ ସୁଲତା ମଜୁମଦାର, ବୁଢି ମା’ ଉର୍ମିଳା ଏବଂ ଦୁଇଜଣ ଛୋଟ ପୁଅ ଝିଅ । ଅନ୍ଯପକ୍ଷରେ ଠିକାଦାର ମଜୁମଦାର ସ୍ଥାନିୟ ଏସଏଚଜି ଠାରୁ ୩ ଲକ୍ଷ ଟଙ୍କା ୫ ପ୍ରତିଶତ ମାସିକ ସୁଧ ବାବଦରେ ଆଣିଥିବାରୁ ବିଡିଓ ବିଲ କଲେ ଋଣ ପରିଶୋଧ କରିବା ପାଇଁ ଅନୁରୋଧ କରିଥିବା ବେଳେ ଏହି ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ମଧ୍ଯ ବ୍ଲକ ସମ୍ମୁଖରେ ଗଣ ଧାରଣାରେ ବସିଥିବା ଦେଖିବାକୁ ମିଳିଛି । ସିମେଣ୍ଟ ଦୋକାନରେ ଲକ୍ଷ ଲକ୍ଷ ବାକି ଆଣିଥିବା ସାମଗ୍ରୀର ବକେୟା ଅର୍ଥ ପରିଶୋଧ କରିବାକୁ ପଡିବ । ଅନ୍ଯ ପକ୍ଷରେ ନବୀନ ସରକାର ପିସି କାରବାର କୌଣସି କାର୍ଯ୍ୟାଳୟରେ ଚାଲୁନଥିବା ଡିଣ୍ଡିମ ପିଟୁଥିବା ବେଳେ ପିସି ନଦେଲେ ବିଲ୍ ହେଉ ନଥିବା ଏଥିରୁ ସ୍ପଷ୍ଟ ହୋଇ ଯାଇଛି ।

(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Leave A Reply

Your email address will not be published.