ଗଣତାନ୍ତ୍ରିକ ରାଷ୍ଟ୍ରରେ ପ୍ରତିବାଦ କଲେ ଚାଷୀଙ୍କୁ ଅନ୍ୟାୟପୂର୍ଣ ଗିରଫ ।
ଆସିକା,ତା ୨୭/୦୫(ପିପିଟି); ହାତରେ ଟୋକନ ଥାଇ ଚାଷୀକୂଳର ଧାନ ସରକାର ନ ଉଠାଇବା ଯୋଗୁଁ ଗତ ୪ ମାର୍ଚ୍ଚ ୨୦୨୧ରେ ଧାନ ବିକ୍ରୀ ପାଇଁ ବ୍ରହ୍ମପୁର ରାୟପୁର ଜାତୀୟ ରାଜପଥ କେନ୍ଦୁପଦର ଠାରେ ଧାନବସ୍ତା ରଖି ସକାଳ ୧୦ ଘଟିକାରୁ ସନ୍ଧ୍ୟା ୬ ଘଣ୍ଟ ପର୍ଯ୍ୟନ୍ତ ଦୀର୍ଘ ୮ ଘଣ୍ଟା ଧରି ରାସ୍ତା ଅବରୋଧ କରି ଚାଷୀ ପ୍ରତିବାଦ କଲେ । ଚାଷୀର ଧାନ ଉଠାଇବା ପାଇଁ ଯୋଗଣ ଅଧିକାରୀ, ଆସିକା ତହସିଲଦାର, ଆସିକା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ନିର୍ଭୟ ପ୍ରତିଶ୍ରୁତି ମିଳିଲା ପରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଥିଲା ଏବଂ ତାପର ଦିନ ଠାରୁ ଚାଷୀର ଧାନ ପ୍ରଶାସନ ଉଠାଇଥିଲା। ଏହି ଘଟଣାର ଦୀର୍ଘ ୮୩ ଦିନପରେ ହଠାତ ରାତି ୨ ଟାରେ ଗାଙ୍ଗପୁର ଥାନାର ୧୦ରୁ ଅଧିକ ପୋଲିସ ଆସି ୬ ଜଣ ଚାଷୀଙ୍କ କବାଟ ବାଡାଇ କୌଣସି କାରଣ ନଦର୍ଶାଇ ଅନ୍ୟାୟପୂର୍ଣ ଭାବେ ଗିରଫ କରିଛି । ଏହି ଘଟଣା ସକାଳେ ପ୍ରଘଟ ହେଲା ପରେ କାହିଁକି ଏହି ଗିରଫ ବୋଲି ଯେତେବେଳେ ଖବର ସଂଗ୍ରହ କରାଗଲା ସେତେବେଳେ ଜଣାପଡିଲା ଯେ ଗଣତାନ୍ତ୍ରିକ ରାଷ୍ଟ୍ରରେ ନିଜ ହକ ପାଇଁ ପ୍ରତିବାଦ କରିବା ଅପରାଧ ! ହାତରେ ଟୋକନ ଥିବା ଚାଷୀ ନିଜର ଧାନବିକ୍ରୀ ପାଇଁ ରାଜରାସ୍ତାରେ ଧାନବସ୍ତା ରଖି ପ୍ରତିବାଦ କରିବାରୁ କରିବାରୁ ୧୭ ଜଣଙ୍କ ନାମରେ ପୋଲିସ, ପ୍ରଶାସନ, ସରକାରୀ ଦଳ ଓ ମଦମାଫିଆଙ୍କ ମିଳିତ ଷଡ଼ଯନ୍ତ୍ରରେ ମିଥ୍ୟା ମକଦ୍ଦମା ଚାଷୀଙ୍କ ନାମରେ ହୋଇଛି । ଅଭିଯୋଗକାରୀ ମନୋଜ ଚୌଧୁରୀ ଏହି ଏତଲା ଗାଙ୍ଗପୁର ଥାନାରେ ଗତ ୪ ମାର୍ଚ୍ଚ ରେ ରୁଜୁ କରିଛନ୍ତି । ଏଥିରେ କ୍ରାନ୍ତିକାରୀ କୃଷକ ସଭାର ରାଜ୍ୟ ସମ୍ପାଦକ ଶଙ୍କର ସାହୁ, ଆସିକା ବ୍ଳକ କମିଟିର ନେତା ରମେଶ ଚନ୍ଦ୍ର ପରିଡାଙ୍କ ସମେତ ବହୁ ଚାଷୀଙ୍କ ନାମ ଏଠାରେ ଉଲ୍ଲେଖ ହୋଇଛି କୌଣସି ପୂର୍ବ ସୂଚନା ନଥାଇ ଲକଡାଉନର ସୁବର୍ଣ୍ଣ ସୁଯୋଗ ନେଇ ପୋଲିସ ତାର ଅମାନବୀୟ ଚେହେରା ଦେଖଇ ଗତକାଲି ଅର୍ଥାତ ୨୬ ମାର୍ଚ୍ଚ ରାତି ୨ ଟାରେ ୬ ଜଣ ଚାଷୀ ୧.କିଶୋର ମହାନ୍ତି ୭୦ ବର୍ଷ, ୨.ବଳରାମ ମହାନ୍ତି ୩୫ ବର୍ଷ, ୩.ଭଗବାନ ମହାନ୍ତି ୭୦ ବର୍ଷ, ୪. ଶୁଶାନ୍ତ କୁମାର ରାଉତ ୪୨ ବର୍ଷ, ୫.ବାବୁଲା ମହାରଣା ୪୫ ବର୍ଷ, ୬.ସରୋଜ ପାଣିଗ୍ରାହୀ ୫୦ବର୍ଷ କୋବିଡ ରୋଗୀଙ୍କୁ ଅନ୍ୟାୟପୂର୍ଣ ଭାବେ ଗିରଫ କରିଛି । ରାତି ଅଧିଆ ଗିରଫଦାରୀ ପରେ ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ଜଣା ପଡିଥିଲା ଯେ ରାଜରାସ୍ତାରେ ଧାନବସ୍ତା ରଖି ଧାନ ଉଠାଇବା ପାଇଁ ପ୍ରତିବାଦରେ ଭାଗ ନେଇଥିବା ଗହଙ୍ଗୁ ଗ୍ରାମର ବିଶ୍ବନାଥ ବିଶ୍ବାଳ, ବଳରାମ ମହାନ୍ତି, ଜଗନ୍ନାଥ ପଣ୍ଡା, ଭଗବାନ ମହାନ୍ତି, କିଶୋର ମହାନ୍ତି, ବାବୁଲା ମହାରଣା, ଫାପଳପୁର ଗ୍ରାମର ରମେଶ ପରିଡା, ପିଣ୍ଟୁ ବିଶ୍ବାଳ, ବାବୁ ସ୍ବାଇଁ, ଅଶୋକ ନାହକ, ପାଗୁଳୁ ଜେନା, ସନୋଜ ଜେନା, ସରୋଜ ପାଣିଗ୍ରାହୀ, ନୂଆଗାଁ ର ଶଙ୍କର ସାହୁ, କେନ୍ଦୁପଦର ର ଶୁଶାନ୍ତ କୁମାର ରାଉତ, ନାହାଡାର ଚିତ୍ରସେନ ଡାଙ୍ଗୁଆଙ୍କ ନାମରେ ଗତ ୦୪ ମାର୍ଚ୍ଚରେ ଗାଙ୍ଗପୁର ପୋଲିସ ଥାନାରେ କେଶ ନଂ ୮୧/୨୦୨୧ରେ ଗଣତାନ୍ତ୍ରିକ ରାଷ୍ଟ୍ରରେ ନିଜ ହକ ପାଇଁ ପ୍ରତିବାଦ କରିଥିବା ଚାଷୀ ଓ ଚାଷୀନେତାଙ୍କ ଉପରେ U/S ୧୪୭, ୧୪୮, ୩୪୧, ୩୪୨, ୪୨୭, ୨୮୩, ୩୦୭, ୩୨୩, ୩୨୪, ୫୦୬, ୧୪୯ ଆଇ.ପି.ସି ଧାର ଲାଗିଛି । ଏଭଳି ଅନ୍ୟାୟପୂର୍ଣ ଗିରଫଦାରୀ ଓ ମିଥ୍ୟା ମକଦ୍ଦମାକୁ ଅଖିଳ ଭାରତ କ୍ରାନ୍ତିକାରୀ କୃଷକ ସଭାର ରାଜ୍ୟ ସମ୍ପାଦକ ଶଙ୍କର ସାହୁ କଠୋର ଭାଷାରେ ନିନ୍ଦା କରିବା ସହ ସମସ୍ତେ ଏହି ଅନ୍ୟାୟ ବିରୁଦ୍ଧରେ ସ୍ବର ଉତ୍ତୋଳନ କରିବା ପାଇଁ ନିବେଦନ କରିଛନ୍ତି ।