ମାଲକାନଗିରି ଜିଲ୍ଲାରେ ଆଜି ୧୨୩ ଜଣ କରୋନା ରୋଗୀ ଚିହ୍ନଟ ।

0 121

ମାଲକାନଗିରି,୧୭/୦୫(ପିପିଟି);ମାଲକାନଗିରି ଜିଲ୍ଲାରେ ଦିନକୁ ଦିନ କରୋନା ରୋଗୀମାନଙ୍କ ସଂଖ୍ଯା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଆଜି ମାଲକାନଗିରି ଜିଲ୍ଲାରେ ସର୍ବାଧିକ ୧୨୩ ନୂତନ କରୋନା ସଂକ୍ରମିତ ରୋଗୀଙ୍କୁ ଚିହ୍ନଟ କରାଯାଇଛି । ଫଳରେ କରୋନା ରୋଗୀଙ୍କ ସଂଖ୍ଯା ୮୧୩କୁ ବୃଦ୍ଧି ପାଇଛି । ଦ୍ବିତୀୟ କରୋନା ଲହରୀ ଆରମ୍ଭ ହେବା ଠାରୁ ମାଲକାନଗିରି ଜିଲ୍ଲାରେ ୧୫ ହଜାର୬୭୦ ଜଣ ପ୍ରବାସୀ ପ୍ରବେଶ କରିଥିବା ଜଣା ପଡିଛି । ଫଳରେ ଜିଲ୍ଲାରେ କରୋନା ଦ୍ରୁତ ଗତିରେ କାୟା ବିସ୍ତାର କରିବାରେ ଲାଗିଛି । ପ୍ରାପ୍ତ ସୂଚନା ଅନୁସାରେ ଆଜି ମାଲକାନଗିରି ଜିଲ୍ଲାରେ ୧୨୩ ଜଣ ନୂତନ କରୋନା ସଂକ୍ରମିତ ରୋଗୀଙ୍କୁ ଚିହ୍ନଟ କରାଯାଇଛି । ତନ୍ମଧ୍ଯରୁ ମାଲକାନଗିରି ପୌରାଞ୍ଚଳରେ ୨୪ ଜଣ ,ବାଲିମେଳା ଏନଏସିରେ ଜଣେ, ମାଲକାନଗିରି ବ୍ଲକରେ ୧୦ଜଣ, କୋରୁକୋଣ୍ଡା ବ୍ଲକରେ ୧୪ ଜଣ,ମାଥିଲି ବ୍ଲକରେ ୧୫ ଜଣ,ଖଇରପୁଟ ବ୍ଲକରେ ୧୮ ଜଣ,କାଲିମେଳା ବ୍ଲକରେ ୧୬ଜଣ,ପଡିଆ ବ୍ଲକରେ ୨୧ ଜଣ ଏବଂ ଚିତ୍ରକୋଣ୍ଡା ବ୍ଲକରେ ୪ ଜଣ ସଂକ୍ରମିତ ହୋଇଥିବା ଜଣା ପଡିଛି । ବର୍ତ୍ତମାନ ମାଲକାନଗିରି ଜିଲ୍ଲାରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ଯା ୬ ହଜାର ୮୨୬ ପଞ୍ଜୀକୃତ ହୋଇଥିବା ବେଳେ ୫ ହଜାର ୯୮୪ ଜଣ କରୋନା ରୋଗୀ ଅଦ୍ଯାବଧି ଆରୋଗ୍ଯ ଲାଭ କରିଛନ୍ତି । ୮୧୩ ଜଣ କରୋନା ସଂକ୍ରମିତଙ୍କୁ ଚିକିତ୍ସା କରାଯାଉଥିବା ବେଳେ ମୃତ୍ୟୁ ସଂଖ୍ଯା ୨୯ ରେ ସୀମିତ ରହିଛି । ବର୍ତ୍ତମାନ ୮୧୩ କରୋନା ସଂକ୍ରମିତ ରୋଗୀଙ୍କ ମଧ୍ଯରୁ ମାଲକାନଗିରି ସଦର ମହକୁମା କୋଭିଡ ହସପିଟାଲ,ବିଇଡି କଲେଜ କୋଭିଡ କେୟାର ସେଣ୍ଚର ୨ଟିରେ, ଏବଂ କାଙ୍ଗୁରକୋଣ୍ଡା କୋଭିଡ କେୟାର ସେଣ୍ଟରରେ କରୋନା ସଂକ୍ରମିତ ରୋଗୀମାନଙ୍କୁ ଚିକିତ୍ସା କରାଯୀଉଥିବା ବେଳେ ଅଦ୍ଯାବଧି ଚିକିତ୍ସିତ ହେଉଥିବା ବେଳେ ବାକି ଯେଉଁ ରୋଗୀମାନଙ୍କ ଅବସ୍ଥା ସେତିକି ସଂକଟାପନ୍ନ ନୁହେଁ ନିଜ ନିଜ ଘରେ ସଂଗରୋଧ ରହି ଚିକିତ୍ସିତ ହେଉଥିବା ଜଣାପଡିଛି । ପ୍ରତି ଦିନ ଘରେ ସଂଗରୋଧରେ ରହି ଚିକିତ୍ସିତ ହେଉଥିବା କରୋନା ରୋଗୀମାନଙ୍କ ସ୍ବାସ୍ଥ୍ଯ ଅବସ୍ଥା ସଂପର୍କରେ ମଧ୍ଯ ବିବରଣୀସଂଗ୍ରହ କରାଯାଉଥିବା ଜଣା ପଡିଛି ।ମାଲକାନଗିରି ଜିଲ୍ଲାର ମୋଟୁ, କମାରଗୁଡା(ପଡିଆ),ଚାଲାଣଗୁଡା,ଗୋବିନ୍ଦପାଲ୍ଲୀଏବଂ ସିଲେରୁ ଠାରେ ତନଖି ଫାଟକ ରହିଛି !ମୋଟୁପ୍ରବେଶ ପଥ ଦେଇ୧୫ ହଜାର ୬୭୦ ଜଣ ପ୍ରବାସୀମାନେ ମାଲକାନଗିରି ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ପ୍ରବେଶ କରିଥିବା ବେଳେ ମାଲକାନଗିରି ଜିଲ୍ଲାର ୭ହଜାର୪୫୨ ଜଣ,ଅନ୍ଯ ଜିଲ୍ଲାର ୭ ହଜାର୧୨୧ ୮ଣ ଏବଂ ଅନ୍ଯ ରାଜ୍ଯର ୧୦୯୮ ଜଣ ପ୍ରବାସୀ ଅନ୍ତର୍ଭୁକ୍ତ । ଯଦି ନିଜ ଘରେ ରହିବାର କୌଣସି ସୁବିଧା ନଥାଏ ତେବେ,ମାଲକାନଗିରି ଜିଲ୍ଲାକୁ ଫେରୁଥିବା ପ୍ରବାସୀମାନଙ୍କୁ ଜିଲ୍ଲା ପ୍ରଶାସନ ଦ୍ବାରା ସଙ୍ଗରୋଧ କେନ୍ଦ୍ରରେ ରହିବାର ବ୍ଯବସ୍ଥା କରାଯାଇଛି । ଦ୍ବିତୀୟ କରୋନା ଲହରୀରେ ମାଲକାନଗିରି ପୌରାଞ୍ଚଳରେ ୧୫୧ ଜଣ,ବାଲିମେଳା ଏନଏସିରେ ୧୮ ଜଣ,ମାଲକାନଗିରି ବ୍ଲକରେ ୮୯ ଜଣ,ମାଥିଲି ବ୍ଲକରେ ୧୧୪ ଜଣ, ଖଇରପୁଟ ବ୍ଲକରେ ୧୮୧ଜଣ,କୋରୁକୋଣ୍ଡା ବ୍ଲକରେ ୫୬ ଜଣ, ଚିତ୍ରକୋଣ୍ଡା ବ୍ଲକରେ ୪୫ ଜଣ, କାଲିମେଳା ବ୍ଲକରେ ୧୫୨ ଜଣ ଏବଂ ପଡିଆ ବ୍ଲକରେ ୭୦ ଜଣ ବ୍ଯକ୍ତି ଅଦ୍ଯାବଧି କରୋନାରେ ସଂକ୍ରମିତ ହୋଇଥିବା ଜଣା ପଡିଛି । ବିଶେଷ କରି ମାଲକାନଗିରି ଜିଲ୍ଲାରଲୋକମାନେ ଆନ୍ଧ୍ର ପ୍ରଦେଶ,ତେଲେଙ୍ଗାନା ଏବଂ ଛତିଶ ଗଡ ରାଜ୍ଯକୁ କାମ ଅନ୍ବେଷଣରେ ଯିବା ଫଳରେ ସେଠାରୁ କରୋନା ସଂକ୍ରମିତ ହୋଇ ମାଲକାନଗିରି ଅଞ୍ଚଳରେ ଦ୍ରୁତଗତିରେ ବ୍ଯାପୁଥିବା ଜଣା ପଡିଛି । ପ୍ରବାସୀମାନେ ତନଖି ଫାଟକ ବ୍ଯତିରେକ ଅନ୍ଯାନ୍ଯ ଗଳା ବାଟ ଦେଇ ଗ୍ରାମାଞ୍ଳକୁ ଫେରୁଥିବା କୁହାଯାଇଛି । ଏଥି ପ୍ରତି ଜିଲ୍ଲାପ୍ରଶାନ ଧ୍ଯାନ ଦେବାକୁ ସାଧାରଣ ଦୃଢ ଦାବି ହୋଇଛି ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Leave A Reply

Your email address will not be published.