ବୋଲଗଡ଼,୧୪/୦୫(ପିପିଟି),ବୋଲଗଡ ବ୍ଲକ ଗୋପାଳପୁର ପଞ୍ଚାୟତ ଅଧିନସ୍ଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତାଳତୁମ୍ବ ସରକାରୀ ସ୍କୁଲର ପ୍ରଧାନ ଶିକ୍ଷକ ସ୍ଥାନୀୟ ସରପଞ୍ଚ ଏବଂ ଗ୍ରାମବାସୀଙ୍କର ଅଗୋଚର ରେ କିଛି ଖଳ ପ୍ରକୃତିର ଲୋକ ପ୍ରଶାସନର ପରାମର୍ଶ ନନେଇ ସ୍କୁଲ୍ ର ଆଜବେଷ୍ଟ ଏବଂ ଶେଣିଶାଳକୁ ନିଲାମ କରି ବିକ୍ରି କରିଥିବା ସମୟରେ ଗ୍ରାମର ସଭାପତି ପ୍ରଫୁଲ୍ଲ ରଥ ଏବଂ ଜନ ସାଧାରଣ ମିଳିତ ଭାବରେ ଏହାକୁ ବିରୋଧ କରିବାରୁ ବିକ୍ରି ହୋଇ ନପାରି ପଡିରହିଅଛି ପ୍ରକାଶ ଥାଉକି ଉକ୍ତ ଭାଙ୍ଗି ଥିବା ଘରଟି କୌଣସି ସରକାରୀ ଅନୁଦାନ ନଥିବା ବେଳେ ଗ୍ରାମବାସୀ ଦ୍ୱାରା ତିଆରି ହୋଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ସ୍ଥାନିୟ ନେତା ପ୍ରଦୀପ ସାହୁଙ୍କୁ ଗ୍ରାମବାସୀ ମାନେ ଅବଗତ କରିବାରୁ ସେ ବ୍ଲକ ଜେଇ ବାହିନିପତି ସାର୍ ଙ୍କୁ ଇଲିଗାଲି ଭଙ୍ଗା ଜାଇଥିବା ବିଷୟରେ ପଚାରି ବାରୁ କାମବନ୍ଦ କରି ବା ପାଇଁ ପରାମର୍ଶ ଦେଇଥିଲେ । ଏ ବିଷୟରେ ସ୍ଥାନୀୟ ସରପଞ୍ଚ ରୀନାଜେନା କିଛି ଜାଣି ନାହାଁନ୍ତି ବୋଲି କହିଥିଲେ। ଏପରିକି ପ୍ରଧାନଶିକ୍ଷକଙ୍କୁ ପଚାରିବାରୁ ତାଙ୍କ ଅଗୋଚର ରେ ହୋଇଛି ବୋଲି କହିଥିଲେ। ଛଅ ଟି ମୌଜାର ୱାର୍ଡ ମେମ୍ବର ଓ ଜନସାଧାରଣଙ୍କର ମିଳିତ ବୈଠକ କରାଯାଇ ସ୍କୁଲର ଉନ୍ନତି ଉପରେ ଆଲୋଚନା ମାଧ୍ୟମରେ କାମକରାଯିବା ପାଇଁ ସ୍ଥାନୀୟ ବିଡିଓ ପରାମର୍ଶ ଦେଇଥିଲେ। କିନ୍ତୁ ଏଠି ପ୍ରଶ୍ନ ଉଠୁଛି କାହା ପରିମିସନ ରେ ଆଜବେଷ୍ଟ ଶେଣିଶାଳ ଉଠାଯାଇଥିଲା ତାହା ତଦନ୍ତ କରାଯାଉ ବୋଲି ଗ୍ରାମବାସୀମାନେ ଦାବୀ କରିଛନ୍ତି।
(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)